ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌ ଓ ଗାଡ଼ି ଯୋଗେ ଏହି ମହାବଳ ବାଘୁଣୀକୁ ସୁରକ୍ଷିତ ଭାବେ ଶିମିଳିପାଳରେ ପହଞ୍ଚାଯାଇଛି। ପ୍ରଥମ ବାଘୁଣୀ ‘ଯମୁନା’ ପରେ ଦ୍ୱିତୀୟ ବାଘୁଣୀ ‘ଗଙ୍ଗା’ର ଆଗମନକୁ ନେଇ ପ୍ରାଣୀପ୍ରେମୀମାନେ ଖୁସିବ୍ୟକ୍ତ କରିଛନ୍ତି।

ମହାବଳ ବାଘର ବଂଶ ବୃଦ୍ଧି ଲାଗି ଶିମିଳିପାଳ ଅଭୟାରଣ୍ୟ ପ୍ରକୃଷ୍ଟ ଅଞ୍ଚଳ । ବିସ୍ତୀର୍ଣ୍ଣ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ସାଙ୍ଗକୁ ଉତ୍ତମ ଜଳବାୟୁରେ ବାଘ ବଂଶବୃଦ୍ଧିକୁ ନେଇ ବନ ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଶିମିଳିପାଳ ଅଭୟାରଣ୍ୟ ଉତ୍ତମ ସ୍ଥାନ ବୋଲି ଏନ୍‌ଟିସିଏ ରିପୋର୍ଟ ଦେଇଥିଲା। ଏହାକୁ ଭିତ୍ତିକରି ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଯମୁନାକୁ ଅଣାଯାଇ ଶିମିଳିପାଳ କୋର୍‌ ଅଞ୍ଚଳରେ ଛଡ଼ାଯାଇଥିଲା। ଯମୁନା ଆସିବାର ୧୯ଦିନ ପରେ ଗଙ୍ଗାକୁ ସ୍ବତନ୍ତ୍ର ଗାଡ଼ିରେ ଅଣାଯାଇ ଶିମିଳିପାଳ ଅଭୟାରଣ୍ୟର ଏକ ରେଞ୍ଜରେ ରଖାଯାଇଛି। ତା’ର ଚଳପ୍ରଚଳ ଓ ଖାଦ୍ୟ ଗ୍ରହଣ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା ପରେ ବିଭାଗୀୟ ନିର୍ଦ୍ଦେଶକ୍ରମେ କୋର୍‌ ଏରିଆରେ ଛଡ଼ାଯିବ। ଯମୁନା ଭଳି ଗଙ୍ଗା ଦେହରେ ମଧ୍ୟ ରେଡିଓ କଲାର ଲଗାଯାଇ ତା’ର ଗତିବିଧି ଟ୍ରାକିଂ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri