ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରନ୍ତୁ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୧୧: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି।

ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ ୟୁନିୟନର ସଦସ୍ୟ, ସମବାୟବିତ୍ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ୨୬୦୦ରୁ ଅଧିକ ପ୍ରାଥମିକ ସମବାୟ ସଂସ୍ଥା ସରକାର ଓ ଚାଷୀଙ୍କ ମଧ୍ୟରେ ସେତୁ ସଦୃଶ କାମ କରୁଛନ୍ତି। ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ। ତେଣୁ ଏହି ସବୁ ସଂସ୍ଥା ଗୁଡିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହି ସବୁ ଅନୁଷ୍ଠାନ ଗୁଡିକ ହେଉଛି ସମାଜର ତଳ ସ୍ତରରେ ରହିଥିବା ଗରିବ ଓ ନିଷ୍ପେଷିତଙ୍କ ଆଶା ଓ ଭରସା। ଆଜି ଓଡିଶାର ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ପରିବାର ସମବାୟ ଆନ୍ଦୋଳନ ସହ ଅଙ୍ଗାଙ୍ଗୀଭାବେ ଜଡିତ। ସେମାନ ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଅନୁଷ୍ଠାନମାନଙ୍କ ଉପରେ ନିର୍ଭରଶୀଳ। ମୁଖ୍ୟତଃ ଚାଷୀ, କାରିଗର, ହସ୍ତଶିଳ୍ପୀ, ବୁଣାକାର, ମତ୍ସ୍ୟଜୀବୀ, ଦୁଗ୍ଧ ଉତ୍ପାଦକ ପ୍ରଭୃତି ପ୍ରାଥମିକ ଅର୍ଥନୀତି ସହ ଜଡିତ ସମସ୍ତ ନାଗରିକ ଏହି ସମବାୟ ଆନ୍ଦୋଳନରେ ସାମିଲ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମବାୟ ଅନୁଷ୍ଠାନର ସୁଦୂର ପ୍ରସାରୀ ଭୂମିକାକୁ ଉପଲବ୍ଧ କରି ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମେ ଆମ ଓଡିଶାରେ ସମବାୟର ମୂଳଦୁଆ ପକାଇଥିଲେ। ୧୮୯୮ ମସିହାରେ କଟକ ଠାରେ ଏକ ସମବାୟ ଷ୍ଟୋର ପ୍ରତିଷ୍ଠା ହୋଇଥିଲା ଏବଂ ପରେ ୧୯୦୪ ମସିହାରେ ସମବାୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରଥମ ଆଇନ୍‌ ପ୍ରଣୟନ ହେଲା। କଟକ ଜିଲା ବାଙ୍କୀରେ ସମବାୟ ଅନୁଷ୍ଠାନର ବିଧିବଦ୍ଧ ଭାବେ ଗଠନ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଉ ସପ୍ତାହେ ପରେ ଧାନ କିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ସମବାୟ ବିଭାଗ ଉପରେ ନ୍ୟସ୍ତ। ଚଳିତ ବର୍ଷ ବିଭାଗ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ୍ତ ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS) ଗୁଡିକ ରାଜ୍ୟରେ ୪୦୦୦ରୁ ଉର୍ଦ୍ଧ୍ବ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ। ଚାଷୀମାନେ ଯେପରି ସ୍ବଚ୍ଛ, ସରଳ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ସେମାନଙ୍କର ଧାନ ବିନା କଟନୀ ଛଟନୀରେ ସରକାରଙ୍କୁ ବିକ୍ରୟ କରିପାରିବେ ଏବଂ ସେମାନଙ୍କ ପ୍ରାପ୍ୟ ୪୮ ଘଣ୍ଟା ମଧ୍ୟରେ ଯେପରି ସେମାନେ ପାଇବେ ସେଥି ପ୍ରତି ଯତ୍ନର ସହ ନିୟମ ମାନି କାର୍ଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ନଚେତ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଓଡିଶାରେ ମୋଟ୍ ଫସଲ ୠଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ। ପୂର୍ବରୁ ଅଭିଯୋଗ ରହିଛି ଯେ ପ୍ରାଥମିକ ସମବାୟ ସଂସ୍ଥା ଗୁଡିକ ଚାଷୀଙ୍କ ୠଣକୁ Ever Greening କରାଇଥାନ୍ତି। ଏହାକୁ ବନ୍ଦ କରିବାକୁ ହେଲେ ସମିତି ଗୁଡିକର ଖାତାପତ୍ର ଏବଂ ଆକାଉଣ୍ଟ୍‌ସକୁ ଅପଟୁଡେଟ୍‌ କରିବାକୁ ପଡିବ। ସେଥିପ୍ରତି ନିବନ୍ଧକ ମାନେ ଦୃଷ୍ଟି ଦେବା ସହିତ ସମସ୍ତ ପ୍ରକ୍ରିୟାକୁ କମ୍ପ୍ୟୁଟରୀକରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମବାୟ ଭବନ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ ଏବଂ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri