Posted inଜାତୀୟ

ମାଇଲର୍ଡ ୧୮ ମାସ ହେବ ଜେଲ୍‌ରେ ଅଛି, ଚାଇନା ନାଗରିକ ଗୁହାରୀ କରିବାରୁ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ ଆପରାଧିକ ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗରେ ଚାଇନା ନାଗରିକଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜାମିନ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। କୋର୍ଟ ଅଭିଯୁକ୍ତଙ୍କୁ କହିଛନ୍ତି, ସେ ୬ ମାସ ପରେ ଜାମିନ ପାଇଁ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ।

ଜାମିନ ଆବେଦନ ଉପରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଶୁଣାଣି କରିଥିଲେ। ବେଞ୍ଚ କହିଛି, ଚାଇନା ନାଗରିକଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଚାଇନା ନାଗରିକଙ୍କ ଭିସା ସମାପ୍ତ ହେବା ପରେ ମଧ୍ୟ ଭାରତରେ ରହି ଅପରାଧୀ ଗ୍ୟାଙ୍ଗ ଚଳାଇବା ବ୍ୟତୀତ ଅନ୍ୟ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି।

ରିଆନ ଛଦ୍ମନାମ ରେନ ଚାଓ ଆହ୍ଲାବାଦ ହାଇକୋର୍ଟର ଜୁଲାଇ ୩୧ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ଆପରାଧିକ ମାମଲାରେ ତାଙ୍କୁ ଜାମିନ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ। ଚାଇନା ନାଗରିକଙ୍କ ପାଇଁ ହାଜର ହୋଇଥିବା ଆଡଭୋକେଟ ପିଏନ ପୁରୀ କହିଛନ୍ତି, ମାଇଲର୍ଡ ଅଭିଯୁକ୍ତ ୧୮ ମାସରୁ ଅଧିକ ସମୟ ଜେଲରେ ଅଛନ୍ତି। କୋର୍ଟ କହିଛନ୍ତି, ଅପରାଧର ଗମ୍ଭୀରତାକୁ ଦେଖନ୍ତୁ। ଶୁଣାଣି ଚାଲିଥିବାରୁ ଆମେ ଜାମିନ ମାଗୁଥିବା ଆବେଦନକୁ ବିଚାର କରିବୁ ନାହିଁ। ଛଅ ମାସର ଅବଧି ଶେଷ ହେବା ପରେ ଆମେ ହାଇକୋର୍ଟଙ୍କ ନିକଟକୁ ଯିବା ପାଇଁ ବିକଳ୍ପ ଖୋଲା ରଖୁ।

ଠକେଇ, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅପରାଧ ପାଇଁ ପଞ୍ଜୀକୃତ ହୋଇଥିବା ଏଫଆଇଆର ସଂପର୍କରେ ରେନ ଚାଓଙ୍କୁ ଜୁଲାଇ ୯, ୨୦୨୨ରେ ନୋଏଡା ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri