ପିସି କାରବାରକୁ ନେଇ କଡ଼ା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର,୧୨ା୭(ବୀରେନ୍ଦ୍ର କୁମାର ଝାଙ୍କର):ଲୋକଙ୍କ ଟିକସରେ ଦରମା ମିଳୁଛି। ପିସି କାରବାର ବନ୍ଦ କର। ଲୋକଙ୍କୁ ନ୍ୟାୟ ପ୍ରଦାନ କର। କୌଣସି ବି ଅଧିକାରୀ ଅଫିସ ଭିତରେ ନ ବସି ତୃଣମୂଳ ସ୍ତରକୁ ଯାଇ ଯୋଜନାର ରୂପରେଖ ଯାଞ୍ଚ କରନ୍ତୁ। ଜିଓ ଟ୍ୟାଗିଂ କରନ୍ତୁ। ଜିଓ ଟ୍ୟାଗିଂ ମାଧ୍ୟମରେ ତାଙ୍କର ଫଟୋ ଗ୍ରୁପ୍‌ରେ ଅପ୍‌ଲୋଡ କରନ୍ତୁ। ଉକ୍ତ ଗ୍ରୁପ୍‌ରେ କେବଳ ଅଧିକାରୀ ନ ରହି ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ରଖାଯାଉ ବୋଲି ବଲାଙ୍ଗୀରଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି।
ବଲାଙ୍ଗୀର ଡିଏଫଓ ସମ୍ମିଳନୀ କକ୍ଷରେ ଗୁରୁବାର ଆୟୋଜିତ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ ସମେତ ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓ, ଜିଲାପାଳ ଗୌରବ ଶିୱାଜୀ ଇସଲୱାର, ଏସ୍‌ପି ଋଷିକେଶ ଖିଲାରିଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ କୃଷି, ଶକ୍ତି ବିଭାଗ ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଲାଇନ୍‌ ବିଭାଗର ସମୀକ୍ଷା କରିଥିଲେ। ସେ ଆହୁରି କହିଥିଲେ ଯେ, ବହୁ ଆଶା ରଖି ଲୋକେ ସରକାର ପରିବର୍ତ୍ତନ କରିଛନ୍ତି। ନୂଆ ସରକାର ଉପରେ ସମସ୍ତଙ୍କ ବିଶ୍ୱାସ ରହିଛି। ଅଧିକାରୀମାନେ ଏହି କଥାକୁ ମନେ ରଖିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରର ବିକାଶ ଆମର ପ୍ରାଥମିକତା ବୋଲି ସେ କହିଥିଲେ। ସରକାର ଦଳ ମତ ନିର୍ବିଶେଷରେ କାମ କରିବ। କୃଷି, ଶକ୍ତି, ଯୋଗାଣ, ସ୍ବାସ୍ଥ୍ୟ ବିଭାଗର ଯୋଜନା ଆଦି ଉପରେ ଆଲୋଚନା ହୋଇଥିଲା। ଫସଲ ଅମଳ ପରେ ବଜାର ଉପଲବ୍ଧ କରାଇବା ଗୁରୁତ୍ୱପୂର୍ଣ୍ଣ। ଫଳରେ ବିଭିନ୍ନ ଜାଗାରେ ଆଉଟ୍‌ଲେଟ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ। କଟନୀ ଛଟନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସମସ୍ତ ରାଇସ୍‌ ମିଲର ଓଜନ ମାପକ ଯନ୍ତ୍ର ଏବଂ ଷ୍ଟକ ରେଜିଷ୍ଟର ୭ ଦିନ ଭିତରେ ଚେକ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଦ୍ୟୁତ ବିଭ୍ରାଟ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିବା ସହ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବଲାଙ୍ଗୀର ସହରସ୍ଥିତ ଲକ୍ଷ୍ମୀ ଜୋର ସଫେଇ ପାଇଁ ୪୮ ଘଣ୍ଟାର ମହଲତ ଦେଇଛନ୍ତି। କାର୍ଯ୍ୟରେ ଅବହେଳାକୁ ଆଦୌ ପ୍ରଶୟ ନ ଦେବାକୁ ସେ ତାଗିଦ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଡ଼. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ପବିତ୍ର ବେହେରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଡିଏଫଓ ସୁଦର୍ଶନ ବେହେରା, ସିଡିଏମଓ ଡ଼ ପ୍ରଦୀପ କୁମାର ଗୁରୁଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri