Posted inଖେଳ

କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇତିହାସରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେତେବେଳେ ୩୦ ଟି ବଲରୁ ୩୦ ରନ୍ ଆବଶ୍ୟକ କରୁଥିବା ଦକ୍ଷିଣ ଆଫ୍ରିକା ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖାଯାଉଥିଲା।

କିନ୍ତୁ ଏହି ସମୟରେ ସୁର୍ଯ୍ୟକୁମାର ଯାଦବ ଏକ ଚମତ୍କାର କ୍ୟାଚ୍ ନେଇଥିଲେ ଏବଂ ମ୍ୟାଚକୁ ଭାରତ ସପକ୍ଷରେ ନେଇ ଆସିଥିଲେ। ଡେଭିଡ ମିଲରଙ୍କ ଏକ ଶଟରେ ସୁର୍ଯ୍ୟକୁମାର ଦୌଡ଼ି ଦୌଡ଼ି କ୍ୟାଚ୍ ଧରିଥିଲେ। ଯାହା ଭାରତ ପାଇଁ ଜିତିବାର ସୁଯୋଗ ବଢ଼ାଇ ଦେଇଥିଲା।

ଏହି କ୍ୟାଚ୍ ଏତେ ଦ୍ବନ୍ଦପୂର୍ଣ୍ଣ ଥିଲା ଯେ, ଏହା ଆଉଟ କି ଆଉଟ ନୁହେଁ ଜାଣିବା ପାଇଁ ଫିଲଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସାହାଯ୍ୟ ନେଇଥିଲେ। ସୂର୍ୟ୍ୟକୁମାର ଏକ କ୍ୟାଚ୍ ଠିକ ଭାବେ ନେଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ଏକାଧିକ କୋଣରୁ ଦେଖିଥିଲେ। ପରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭାରତୀୟ ଦଳ ସପକ୍ଷରେ ଗଲା ଏବଂ ଦକ୍ଷିଣ ଆଫ୍ରିକା ପରାଜୟ ଆଡକୁ ଅଗ୍ରସର ହୋଇଥିଲା।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଜା ଭିଡିଓ ବିବାଦ ଆରମ୍ଭ କରିଛି। ଏହା ଏକ କ୍ୟାଚ ନୁହେଁ ଏବଂ ଦକ୍ଷିଣ ଆଫ୍ରିକାକୁ ୬ ରନ୍ ପୁରସ୍କୃତ କରାଯିବା ଉଚିତ ବୋଲି ଦାବି କରିଛନ୍ତି।

ସୁର୍ଯ୍ୟକୁମାରଙ୍କ ଏହି କ୍ୟାଚକୁ ନେଇ ଭାରତର ଫିଲ୍ଡିଂ କୋଚ୍ ଟି ଦିଲୀପ କହିଛନ୍ତି, ”ସେ ଅଭ୍ୟାସ ସମୟରେ ମଧ୍ୟ ସେପରି ୫୦ ଟି କ୍ୟାଚ୍ ନେଇଥାନ୍ତି…।”

ତିବ ମିଲରଙ୍କ ହିଟ୍ ଯଦି ଟିକିଏ ଶକ୍ତିଶାଳୀ ହୋଇଥାନ୍ତା, ଏହା ଆରାମରେ ସୀମା ଅତିକ୍ରମ କରିଥାନ୍ତା ଏବଂ ମ୍ୟାଚର ଫଳାଫଳ କିଛି ଅଲଗା ହୋଇଥାନ୍ତା। କିନ୍ତୁ ଏହା କ୍ୟାଚ ହେବାରୁ ଭାରତ ମାତ୍ର ୭ ରନରେ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri