ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ, ପ୍ରଭାବିତ ହେଉଛି ଗାଁର ବିକାଶ

ରସୁଲପୁର,୨୩ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକର ୨୮ ପଞ୍ଚାୟତ ଯାଜପୁର ଜିଲାର ୩ ପ୍ରମୁଖ ନିର୍ବାଚନମଣ୍ଡଳୀ ବରୀ, କୋରେଇ ଓ ଧର୍ମଶାଳାରେ ବାଣ୍ଟି ହୋଇରହିଛି। ଏବେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ୨୦୨୪ ନିର୍ବାଚନ ପରେ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଅଧିକାଂଶ ପଞ୍ଚାୟତରେ ନବନିର୍ବାଚିତ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିଙ୍କ ସମର୍ଥକକୁ ନେଇ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଯାଇଥିବା ଦେଖିବାକୁ ମିଳୁଛି। ଗୋଷ୍ଠୀ କନ୍ଦଳ ଯୋଗୁ ଗାଁର ବିକାଶଧାରା ପ୍ରଭାବିତ ହେବା ଆରମ୍ଭ କଲାଣି।
ସାଧାରଣ ନିର୍ବାଚନ ଫଳ ବିଜେଡି ସପକ୍ଷରେ ଯାଇଥିଲା। ବ୍ଲକରେ ୩ଜଣ ବିଧାୟକ ବିଜେଡିରୁ ନିର୍ବାଚିତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଭିନ୍ନ ରହିଛି। ଧର୍ମଶାଳାରେ ସ୍ବାଧୀନ ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇରେ ଭାଜପା ବିଧାୟକ ଆକାଶ ଦାସନାୟକ ନିର୍ବାଚିତ ହୋଇଥିବା ବେଳେ ବରୀରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବିଧାୟକ ହୋଇଛନ୍ତି। ସ୍ବାଧୀନ ବିଧାୟକ ହିମାଂଶୁ ଭାଜପାରେ ସାମିଲ ହେବା ପରେ ବ୍ଲକରେ ଭାଜପା ବିଧାୟକ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ବେଳେ ଦଳ ତା’ର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି। ବରୀରେ ବିଶ୍ୱରଞ୍ଜନ ବିଜେଡିରୁ ଜିତିଥିବା ବେଳେ ପୂର୍ବତନ ବିଧାୟକ ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ଗୋଷ୍ଠୀଙ୍କ ମଧ୍ୟରେ ଦୂରତା ସ୍ପଷ୍ଟ ବାରି ହୋଇପଡୁଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲା। ଏବେ ବି ବ୍ଲକର ଅଧିକାଂଶ ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ କାର୍ଯ୍ୟ କରୁଛନ୍ତି। ଏବର ସ୍ଥିତିରେ ନବନିର୍ବାଚିତ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ନିର୍ବାଚନ ପରଠାରୁ ବିଧାୟକ ସମର୍ଥତ୍ତ ଗୋଷ୍ଠୀ ପ୍ରଭାବ ବିସ୍ତାର କରୁଥିବା ସାଧାରଣରେ ପରିଲକ୍ଷିତ ହେଉଛି । ଫଳରେ ଅନେକ ସ୍ଥାନରେ ପଞ୍ଚାୟତ ପ୍ରତିନିଧି ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ଉନ୍ନୟନକାର୍ଯ୍ୟକୁ ବିରୋଧ କରାଯାଉଛି। କେତେ ଜଣ ନାମ ଗୋପନ ରଖି କହୁଛନ୍ତି, ବିଧାୟକଙ୍କ ସମର୍ଥକମାନେ ନିର୍ବାଚନ ପୂର୍ବରୁ ଜାରି ରହିଥିବା ଉନ୍ନୟନକାର୍ଯ୍ୟକୁ ବିରୋଧ କରିବା ସହ ଅନେକ ସ୍ଥାନରେ କାର୍ଯ୍ୟ ବନ୍ଦ ପାଇଁ ବିଭାଗୀୟ ଅଧିକାରୀ, ବ୍ଲକରେ କାର୍ଯ୍ୟରତ ଅଧିକାରୀମାନଙ୍କ ଉପରେ ଚାପ ପକାଉଛନ୍ତି। ଦେଖିବାକୁ ଗଲେ ବିଭିନ୍ନ ପଞ୍ଚାୟତରେ ଅନେକ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଛି। ରାଜନୈତିକ ବିବାଦ ଯୋଗୁ ବିକାଶମୂଳକ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ନିର୍ବାଚିତ ବିଧାୟକମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri