ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସାଇବର ବିପଦରୁ ଛୋଟ ପିଲାଙ୍କୁ ଦୂରେଇ ରଖିବା ନେଇ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟରେ ଶିଶୁଙ୍କ ଡିଜିଟାଲ ଅଧିକାର ଓ ସୁରକ୍ଷା ସମ୍ମିଳନୀ ତଥା ଜୁଭେଣ୍ଟିକା କନକ୍ଳେଭ (କର୍ମଶାଳା) ଆୟୋଜନ ଭଳି ନୂଆ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟର ବିଭିନ୍ନ ଥାନା ସମେତ ଦିଗପହଣ୍ଡି ଓ ପାଟପୁର  ଥାନା ପରିସରରେ ଆୟୋଜିତ ଏହି ସ୍ଵତନ୍ତ୍ର  କାର୍ଯ୍ୟକ୍ରମ କୁ ରାଜ୍ୟ ପୋଲିସ ନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ।  ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ସିଡିପିଓ ଗୀତାଞ୍ଜଳିି ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ , ନାବାଳିକା ଛାତ୍ରୀ ,ଶିଶୁ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ‌। ଆଜିକାଲି  ପିଲାମାନେ ବହୁଳ ମାତ୍ରାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ଯବହାର କରି ଆସୁଛନ୍ତି । କିନ୍ତୁ ସେମାନେ ଏହାର ବ୍ଯବହାର  ନ ଜାଣି ସାଇବର ଠକ ଙ୍କ ଠାରୁ ଆସୁଥିବା ଲିଙ୍କ୍ ଗୁଡ଼ିକୁ କ୍ଳିକ୍ କରି ଦେଇଥାନ୍ତି । ଯାହାଫଳରେ ସେମାନେ ସାଇବର ଅପରାଧର ଶିକାର ହୋଇ ନାନାପ୍ରକାର ଶୋଷଣର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ସାଇବର ଅପରାଧର ଶିକାର ହେଲେ ସେ ନେଇ କିପରି ଜାଣିବା ଓ ଜଣାଇବା ସେନେଇ କର୍ମଶାଳା ରେ ଉପସ୍ଥିତ ଛାତ୍ରୀ  ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା। ଶିଶୁ ମାନେ ପୋଲିସ ପ୍ରତି ଭୟଭୀତ ନ ହୋଇ ସାଇବର ଠକ ଏବଂ ସମ୍ପୃକ୍ତ ଅପରାଧୀ ମାନଙ୍କ ବିରୋଧରେ ଅଭିଯୋଗ କରିବା । ଅପରାଧମୁଳକ କାର୍ଯ୍ୟରୁ ନିବୃତ ରହିବା ଏବଂ ନିଜକୁ ଦୂର୍ବଳ ନ ଭାବି ସବୁବେଳେ ନିଜର ମନୋବଳ ଦୃଢ଼ କରି ଆଗକୁ ବଢିବା । ମୋବାଇଲ ବ୍ୟବହାର ସମୟରେ ସବୁବେଳେ ସତର୍କ ରହିବା ନେଇ ପୋଲିସ ଅଧିକାରୀ ବୃନ୍ଦ ପରାମର୍ଶ ଦେଇଥିଲେ। ଥାନା ଏସ.ଆଇ ସୋଫିଆ ମିଶ୍ର,ଏଏସଆଇ ଝୁନୁ ମାଝୀ ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।ସେହିପରି ପାଟପୁର ଥାନାରେ ଏସ.ଆଇ ଶ୍ରୀନିବାସ ଦାସ ଙ୍କ ସଂଯୋଜନାରେ  ଆୟୋଜିତ କାର୍ଯ୍ୟକ୍ରମ ରେ ବହୁସଂଖ୍ୟକ ଅଙ୍ଗନୱାଡ଼ି ସୁପର ଭାଇଜର,କର୍ମୀ ବୃନ୍ଦ ଉପସ୍ଥିତ ଥିଲେ। ଥାନା ଏସ.ଆଇ ସୁଲେମାନ ଭୁଁୟା,ଏଏସଆଇ ସୁଧୀର କୁମାର ନାୟକ,ସନ୍ତୋଷ କୁମାର ମିଶ୍ର ଏବଂ ରମାକାନ୍ତ ଶବର ପ୍ରମୁଖ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସଚେତନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?