ସରିନି ଧାନବିକ୍ରି, ବର୍ଷା ସାଜିଲା କାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ଜିଲାରେ ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡି ରହିଛି। ଗୋଦାମ ଅଭାବରୁ ଅନେକ ସ୍ଥାନରେ ଖୋଲା ଆକାଶ ତଳେ ଧାନ ପଡିଛି। ଏଭଳି ସ୍ଥିତିରେ ବର୍ଷା ହେବା ଯୋଗୁ ସେହି ଧାନ ପ୍ରଭାବିତ ହୋଇଛି ଏବଂ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅପରପକ୍ଷରେ ସାମାନ୍ୟ ବର୍ଷା ହେଲେ ମଣ୍ଡି ଗୁଡିକରେ କଟନୀଛଟନୀ ଜୋର୍‌ ଧରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଆର୍ଦ୍ରତା ଆଳଦେଖାଇ କୁଇଣ୍ଟାଲ ପ୍ରତି ୫ରୁ ୭କି.ଗ୍ରା ଧାନ କଟନିଛଟନି କରାଯାଉଥିବା ଅଭିଯୋଗ ହେଉଛି। ତେବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କଟନିଛଟନି ଚାଲିଥିଲେ ସୁଦ୍ଧା ସେଥିରେ ଅଙ୍କୁଶ ଲଗା ନ ଯିବାରୁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି।
ଗତମାସ ୧୦ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ମଣ୍ଡିଗୁଡିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜିଲାର ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନ ମଣ୍ଡି ଖୋଲିଥିଲା। ତେବେ ଏଥର ଚିରାଚରିତ ଢଙ୍ଗରେ ଧାନ କିଣାବିକା ଆରମ୍ଭ ହୋଇଥିଲା। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଅବ୍ୟବସ୍ଥା ଦେଖାଯାଇଥିଲା। ଯେଉଁ ଚାଷୀମାନେ ଧାନ ଅମଳ କରିଥିଲେ, ସେମାନଙ୍କୁ ସେତେବେଳେ ମିଳିଥିବା ଟୋକନରେ ନିର୍ଦ୍ଧାରିତ ବିକ୍ରି ଦିବସ ଯଥେଷ୍ଟ ବିଳମ୍ବ ରହିଥିବାବେଳେ ଧାନ ଅମଳ କରି ନ ଥିବା ଚାଷୀଙ୍କ ଟୋକନରେ ବିକ୍ରି ଦିବସ ଆଗୁଆ ରହିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଚାଷୀ ହରଡ଼ଘଣାରେ ପଡିଥିଲେ। କାହାର ଧାନ ବିକ୍ରି ବିଳମ୍ବ ହୋଇଥିଲା ତ ଆଉ କେହି ଚାଷୀଙ୍କ ଟୋକନ ଅବଧି ସରି ବସିଥିଲା।
ସେହିପରି ଜିଲାରେ ଖୋଲିଥିବା ମଣ୍ଡିଗୁଡିକରେ ଧାନକ୍ରୟ ସଂସ୍ଥା, ମଣ୍ଡି କର୍ମଚାରୀ ଏବଂ ମିଲର୍ସଙ୍କ ସ୍ବେଚ୍ଛାଚାରିତା ଯୋଗୁ ଚାଷୀମାନଙ୍କୁ ଆହୁରି ହଟହଟା ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ବିନା କଟନିଛଟନିରେ ଧାନ କିଣିବାକୁ ସେମାନେ ସିଧାସଳଖ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଏପରିକି ସେଭଳି ଆଳଦେଖାଇ ଦୀର୍ଘଦିନ ଧରି ମଣ୍ଡିରୁ ଧାନ ଉଠାଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ସେଭଳି ସ୍ଥିତିରେ କେତେକ ଚାଷୀ ବାଧ୍ୟହୋଇ ବେପାରୀ ତଥା ମିଲର୍ସଙ୍କ ଏଜେଣ୍ଟଙ୍କ ହାତରେ କମ ଦରରେ ଧାନ ଟେକି ଦେଉଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବା ପାଇଁ ମଣ୍ଡିରେ ପକାଇଛନ୍ତି। ତେବେ ସେମାନଙ୍କୁ କାଳବୈଶାଖୀ କାଳ ସାଜିଛି। ଗୁରୁବାର ଅପରାହ୍ନରୁ ବର୍ଷା ଲାଗି ରହିଥିବାରୁ ଚାଷୀମାନଙ୍କୁ ହଟହଟା ହେବାକୁ ପଡିଛି। ଗୋଦାମ ଅଭାବରୁ ତାରପୋଲିନ ଘୋଡାଇ ମଣ୍ଡିର ଖୋଲା ଆକାଶ ତଳେ ସେମାନେ ବିକ୍ରି ପାଇଁ ଧାନ ରଖିଥିଲେ। କିନ୍ତୁ ବର୍ଷା ହେବା ଯୋଗୁ ଆର୍ଦ୍ରତା ଆଳରେ ଧାନ କ୍ରୟ ସଂସ୍ଥା କର୍ମଚାରୀମାନେ ସେମାନଙ୍କ ଧାନ ଉଠାଇବା ସମୟରେ ଅଧିକ କଟନିଛଟନି କରିବେ, ଏହି ଆଶଙ୍କାରେ ସମ୍ପୃକ୍ତ ଚାଷୀମାନେ ଅଛନ୍ତି। ତେବେ ଏ ନେଇ ଚାଷୀନେତା ହର ବଣିଆଁ କହିଛନ୍ତି, ମଣ୍ଡିକୁ ଚାଷୀ ଧାନ ପହଞ୍ଚାଇବା ପରେ ତାକୁ ସୁରକ୍ଷିତ ରଖିବା ନିୟନ୍ତ୍ରିତ ବଜାର କମିଟିର କର୍ତ୍ତବ୍ୟ। ଏହାସତ୍ତ୍ୱେ ସେଭଳି ସ୍ଥିତିରେ ମଣ୍ଡି କର୍ମଚାରୀମାନେ କଟନିଛଟନି କରିବା ଦୁର୍ଭାଗ୍ୟଜନକ ଏବଂ ଚାଷୀମାନେ ତା’ର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri