Posted inଜାତୀୟ

ବିରୋଧୀଙ୍କୁ ଚକ୍‌ମା ଦେଲା ଟିଡିପି: ଫସରଫାଟିଲା ରଣନୀତି

ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗରେ ଶାସକ ଏନଡିଏରେ ଅସନ୍ତୋଷର ସ୍ବର ଆଗକୁ ଆସିବାକୁ ବିରୋଧୀ ଚାହୁଁଥିଲେ। ଏହି ରଣନୀତି ଅନୁଯାୟୀ ବିରୋଧୀ ଦଳ ପ୪ରୁ କୁହାଯାଇଥିଲା, ଯଦି ଟିଡିପି ଏହି ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତେବେ ତାଙ୍କୁ ସମର୍ଥନ କରିବାକୁ ବିଚାର କରାଯିବ। ତେବେ ଏହି ପଦ ପାଇଁ ଏନଡିଏରେ ସହମତି ପ୍ରକାଶ ପାଇବା ପରେ ବିରୋଧୀଙ୍କ ରଣନୀତିକୁ ଏକ ଝଟ୍‌କା ଲାଗିଛି। ଏବେ ଏହା ଦେଖିବାକୁ କୌତୁହଳପ୍ରଦ ହେବ ଯେ, ସମସ୍ତ ପରିସ୍ଥିତି ଏନଡିଏ ସପକ୍ଷରେ ଥିବା ସତ୍ତ୍ୱେ ବିରୋଧୀ ଏହାର ପ୍ରାର୍ଥୀ ଫିଲ୍ଡ କରୁଛନ୍ତି କି ନାହିଁ।
ଜୁନ ୨୬ରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଭାଜପା ବାଚସ୍ପତି ପଦବୀ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ ସହଯୋଗୀଙ୍କ ସହ କଥାବାର୍ତ୍ତା କରିବାର ଦାୟିତ୍ୱ ଦେଇଛି। ଜୁନ ୨୪ରୁ ସଂସଦ ଅଧିବେଶନ ପାଇଁ ରାଜନାଥ ସିଂଙ୍କ ଘରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପଦ ପାଇଁ ରାଜନାଥ ଏନଡିଏରେ ଏକ ସହମତି ସୃଷ୍ଟି କରିଛନ୍ତି। ଉପବାଚସ୍ପତି ପଦବୀ ବିରୋଧୀ ବଦଳରେ ସରକାରଙ୍କ ସହଯୋଗୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦଳ ଏବଂ ମିଳିତ ମେଣ୍ଟର ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳଙ୍କୁ ଅବଗତ କରାଇବା ପରେ ରାଜନାଥ ବର୍ତ୍ତମାନ ସେମାନଙ୍କ ସମର୍ଥନ ଲୋଡ଼ିବେ। ଭାଜପା ଆଶା କରୁଛି ଯେ ପରମ୍ପରା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତି ପଦ ପ୍ରସଙ୍ଗରେ ବିରୋଧୀ ଏହାକୁ ସମର୍ଥନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

PM Kisan ଟଙ୍କା ହେବ ୨ଗୁଣା? ସରକାର ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହିତ ଜଡିତ ଏକ ପ୍ରମୁଖ ପ୍ରଶ୍ନ ଚାଷୀଙ୍କ ମଧ୍ୟରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ସରକାର କ’ଣ...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

୨୦୨୬ରେ ଭାଗ୍ୟବାନ ଏହି ୪ରାଶି, ଅଚାନକ ହେବେ ଧନୀ! ମିଳିବ ବଡ଼ ପୋଷ୍ଟ

ନୂଆବର୍ଷ ୨୦୨୬ ଆରମ୍ଭ ହେବାକୁ ଆଉ ବହୁତ ସମୟ ବାକି ନାହିଁ। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରର ଗତିବିଧିକୁ ଆଧାର କରି ୨୦୨୬ ବର୍ଷ ବିଷୟରେ...

ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri