ସରିଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର,୧ା୬(ସୁବାସ ଚନ୍ଦ୍ର ପ୍ରଧାନ): ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି। ଶୁକ୍ରବାର ଦୈନିକ ନୀତି ଭୋଗମଣ୍ଡପ ସରିବା ପରେ ଚନ୍ଦନ ବେଢ଼ା ହୋଇଥିଲା। ପରେ ଠାକୁରଙ୍କ ବେଶ ହୋଇ ଯାତ୍ରାପୂଜା ହୋଇଥିଲା। ଏହାପରେ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଶ୍ରୀଜୀଉମାନେ ବିନ୍ଦୁସାଗର କୂଳକୁ ଯାତ୍ରା କରିଥିଲେ। ଚାପଡଙ୍ଗାରେ ଠାକୁର ଠାକୁରାଣୀ ବସିବା ପରେ ଗତଦିନ ଭଳି ପୋଖରୀକୁଳ ମଠ ଘାଟ, ମୋହିନୀ ଘାଟ ଏବଂ ଆଖଡ଼ା ଚଣ୍ଡୀଙ୍କଠାରେ ଚାପଡଙ୍ଗାରେ ଥାଇ ଶ୍ରୀଜୀଉଙ୍କୁ ଭୋଗ ଏବଂ ଆଳତି କରାଯାଇଥିଲା। ଏହାପରେ ନାଉରିଆ ସେବାୟତମାନେ ୮ଥର ଚାପ ଡଙ୍ଗାକୁ ଭଉଁରି ଦେଇ ଅଷ୍ଟଶମ୍ଭୁଙ୍କ ନାମରେ ଜଗତିକୁ ଯାଇଥିଲେ। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା। ସୁଗନ୍ଧିତ ଜଳ ଏବଂ ଫୁଲରେ ସ୍ନାନପୂର୍ବକ ଚନ୍ଦନ କୁଣ୍ଡରେ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଥିଲା। ପୁନଃ ଜଗତିରୁ ଚାପଡଙ୍ଗାକୁ ଆସିଥିଲେ ଶ୍ରୀଜୀଉ। ଅଷ୍ଟଚଣ୍ଡୀଙ୍କ ନାମରେ ଭଉଁରି କରାଯାଇ ବିଶ୍ରାମ ଘାଟକୁ ଆସିଥିଲେ। ଏହି ଅବସରରେ ଠାକୁର ଠାକୁରାଣୀଙ୍କ ଉପରେ ହଳଦୀ ପାଣି ସିଞ୍ଚନ କରାଯାଇଥିଲା। ଏହିପରି ଭାବେ ହଳଦୀ ପାଣି ନୀତି ସମ୍ପନ୍ନ ହେବା ସହ ଶ୍ରୀଜୀଉ ବିଶ୍ରାମ ଘାଟକୁ ଫେରିଥିଲେ। ସେଠାରେ ଅନ୍ୟାନ୍ୟ ନୀତି କରାଯାଇ ଶ୍ରୀଜୀଉ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ରଥଦାଣ୍ଡରେ ଥିବା ତିନି ନିଯୋଗରେ ମାଣ୍ଡୁଅ, କାକରା, ଚୂଡ଼ାଘଷା ଭୋଗ କରାଯାଇଥିଲା। ଏଥିସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ଦିନିଆ ଚନ୍ଦନ ଯାତ୍ରା ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ 

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri