ବାଲିଶଯ୍ୟା, ପଥର ବିକିରଣ ପାଇଁ ପରିବେଶ ଉତ୍ତପ୍ତ

ସୋନପୁର,୧୬ା୫(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ସହରର ପାରଦ ଗତ କିଛିବର୍ଷ ହେବ ସର୍ବୋଚ୍ଚସ୍ତରରେ ରହୁଛି। ଏହି ସହର ଉତ୍ତପ୍ତ ବୋଲି ପାଣିପାଗ ରିପୋର୍ଟ କହୁଛି। ମହାନଦୀ ଓ ତେଲନଦୀ ଘେରି ରହିଥିବା ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା ସମଗ୍ର ଜିଲାରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ନିର୍ବାଚନ ତାତିଠାରୁ ଜିଲାରେ ଗ୍ରୀଷ୍ମପ୍ରବାହ ତାତି ଅସମ୍ଭାଳ ହେଉଛି। ଏପ୍ରିଲ ମାସ ଆରମ୍ଭରୁ ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ତେବେ ଶିଳ୍ପ ବିହୀନ ଏହି ଜିଲାରେ ଗତ କିଛି ବର୍ଷ ହେବ ତାତି ବଢିବା ନେଇ ଆଲୋଚନା ଜୋର ଧରିଛି। ଜିଲାରେ ଜଙ୍ଗଲ କ୍ଷୟ, ନଦୀକୂଳରେ ସବୁଜ ପରିବେଶ ନଷ୍ଟ ହେବା, ମହାନଦୀ ଓ ତେଲନଦୀ ସମେତ ଅନ୍ୟ ଶାଖା ନଦୀ ଗୁଡିକରେ ଶଯ୍ୟା ପୋତି ହେବା, କଂକ୍ରିଟ୍‌ ଘର ଓ ରାସ୍ତା ନିର୍ମାଣ, ବେଆଇନ ଭାବେ ଅସହ୍ୟ ତାତିରେ ମାଟି ଇଟା ପୋଡିବା ଏହାର କାରଣ ବୋଲି କୁହାଯାଉଛି। ମହାନଦୀ, ତେଲନଦୀ ଓ ଅଙ୍ଗନଦୀ ଶଯ୍ୟା ପୋତି ହେବାରୁ ନଦୀଗର୍ଭରେ ଥିବା ବାଲି ଶଯ୍ୟା ଓ ପରର ର ବିକିରଣ ପାଇଁ ପରିବେଶ ଅଧିକ ଉତ୍ତପ୍ତ ହେଉଥିବା ପରିବେଶବିତ୍‌ ମତ ରଖୁଛନ୍ତି। ଜିଲାର ଆୟତନ ଅନୁପାତରେ ସର୍ବନିମ୍ନ ୩୩ ଭାଗ ଜଙ୍ଗଲ ରହିବ କଥା। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏବେ ମାତ୍ର ୧୮ ଭାଗ ଜଙ୍ଗଲ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବନୀକରଣ ଠିକ୍‌ ଭାବେ କରାଯାଉନି। ପଥପାର୍ଶ୍ୱ ବନୀକରଣ ଯୋଜନାରେ ଗଛର ଯତ୍ନ ନିଆଯାଉନି। ପାଣି ଅଭାବରୁ ଲଗା ଯାଇଥିବା ଚାରାଗୁଡିକ ଖରାଦିନେ ମରିଯାଉଛି। କାଗଜପତ୍ରରେ ହିଁ ବନୀକରଣ ଚାଲିଥିବା ଅଭିଯୋଗ ହେଉଛି। ଜଙ୍ଗଲ ବୃଦ୍ଧି ହେବା ବଦଳରେ ଦିନକୁ ଦିନ କ୍ଷୟ ହୋଇ ଚାଲିଛି। ଜନସଂଖ୍ୟା ବୃଦ୍ଧି ପାଇବା ସହିତ ନୂତନ ଜନବସତି ସୃଷ୍ଟି ହେଉଛି। ସେଥିପାଇଁ ପୁରୁଣା ଜଙ୍ଗଲ ଗୁଡିକୁ କଟାଯାଉଛି। ବନ ବିଭାଗ ସୁରକ୍ଷା ଦେଇପାରୁନି। ସେହିଭଳି ଜଳାଶୟ ଓ ଚାଷ ଜମିଗୁଡିକୁ ପୋତି ଲୋକେ ଘର କରୁଛନ୍ତି। ଜିଲା ଗଠନ ହେଲା ପରେ ଜିଲା ସଦର ମହକୁମାରେ ଜନସଂଖ୍ୟା ବଢିବା ସହ ଅନେକ କୋଠା ଘର, କଂକ୍ରିଟ୍‌ ରାସ୍ତାଘାଟ ନିର୍ମାଣ ହୋଇଛି। ଏ ନେଇ ପ୍ରତିଯୋଗିତା ଚାଲିଛି। ଏସବୁ ଉତ୍ତାପ ସୃଷ୍ଟିର କାରଣ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଜିଲାରେ ପଞ୍ଚାୟତ ପୋଖରୀ, ରାଜସ୍ବ ପୋଖରୀ ଓ ବେସରକାରୀ ପୋଖରୀ ମିଶି ୪ ହଜାର ୭୦୦ଟି ରହିଛି। ହରିହରଯୋର ଡ୍ୟାମ୍‌ ଭଳି ବଡ ଜଳାଶୟ ରହିଛି। ତେବେ ଏହି ଜଳ ଉତ୍ସଗୁଡିକରେ ବିଭିନ୍ନ କାରଣରୁ ମାଟି ପୋତି ହୋଇଥିବାରୁ ଜଳଧାରଣ କ୍ଷମତା କମୁଛି। ଅଧିକାଂଶ ପଞ୍ଚାୟତର ଜଳଉତ୍ସ ପୁରା ଶୁଖିଲା ପଡୁଛି। ଏମ୍‌ଜିଏନଆରଇଜିଏସ୍‌ ଓ ଅମୃତ ସରୋବର ଯୋଜନାରେ ସରକାରୀ ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଫାର୍ମ ପଣ୍ଡ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନାରେ ନୂତନ ପୋଖରୀ ଖୋଳାଯାଉଛି। ମାତ୍ର ଏହାର କାର୍ଯ୍ୟକରିତା ଠିକ୍‌ ଭାବେ ହେଉନି। ଜଳଉତ୍ସରେ ଜଳସ୍ତର ହ୍ରାସ ପାଉଛି। ବୋରଓ୍ବେଲ ଯୋଗେ ରବିଋତୁରେ ଜିଲାରେ ବହୁଳ ପରିମାଣରେ ଧାନ ଚାଷ ହେଉଛି। ଏହାଦ୍ୱାରା ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଉଛି। ଉତ୍ତାପ ବୃଦ୍ଧିର ଏହା ଅନ୍ୟତମ କାରଣ ପାଲଟିଛି । ସେହିପରି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ତାତି ବଢୁଛି। ଏହା ଜିଲାର ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଜୀବଜନ୍ତୁଙ୍କୁ କଲବଲ କରୁଛି। ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରି ଦେଇଛି। ସକାଳ ୮ଟାରୁ ମାଡି ଆସୁଛି ଭୟଙ୍କର ତାତି। ଖରାର ପ୍ରକୋପ ସାଙ୍ଗକୁ ଝାଞ୍ଜି ପବନ ସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଲୋକେ ଡହଳ ବିକଳ ହେଉଛନ୍ତି । ଦିନ ବେଳା ରାସ୍ତାଘାଟ ଶୂନଶାନ ରହୁଛି। ନିହାତି କାମ ନ ଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ଲୋଭୋଲଟେଜ୍‌, ଅଘୋଷିତ ବିଦ୍ୟୁତ୍‌ କାଟ୍‌, ପାନୀୟ ଜଳ ସମସ୍ୟା ଜନସାଧାରଣଙ୍କ ଦୁଃଖକୁ ଦ୍ୱିଗୁଣିତ କରୁଛି। ତେବେ ମହାନଦୀରେ ପ୍ରସ୍ତାବିତ ଖଇରମାଳ ଓ ଗୋଧନେଶ୍ୱର ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର ନିର୍ମାଣ ହେଲେ ନଦୀଗର୍ଭରେ ଜଳ ରହିବା ସହ ସୁବର୍ଣ୍ଣପୁର ଜିଲାବାସୀଙ୍କୁ ତାତିରୁ ନିସ୍ତାର ମିଳିବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri