ଆମରି ନାଆରେ ଆମେ ନାଉରି

ଅଜୟ ବେହୁରା

 

ଶୀର୍ଷକଟିକୁ ପଢ଼ିଲା ପରେ ପୂର୍ବ ପଦର ଆଭାସ ମନକୁ ଆସୁଥିବ ନିଶ୍ଚୟ। ତାହା ହେଉଛି ‘ଆମେ ଚଳାଉଚୁ ଦେଶ ଆମରି, ଆମରି ନାଆରେ ଆମେ ନାଉରି’। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆମେ କ’ଣ ଆମ ଦେଶକୁ ପ୍ରତ୍ୟକ୍ଷରେ ଶାସନ କରୁଛେ କି ? ଭାରତ ବର୍ଷର ଶହେ ଚାଳିଶ କୋଟିରୁ ଅଧିକ ଲୋକଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଛାଡ଼ ଦେଶ କଥା। ନାଆ କଥା ବିଚାରକୁ ନିଅନ୍ତୁ। ଯଦି ନାଆରେ ବସିଥିବା ସମସ୍ତ ଯାତ୍ରୀ ନାଉରି ହେବେ ତେବେ କ’ଣ ନାଆଟି ଚାଲିପାରିବ କି? ନା ସମସ୍ତଙ୍କର ନାଆ ଚାଳନାର ଦକ୍ଷତା ଥିବ, ତେଣୁ ଆମକୁ ଜଣେ ନାଉରିର ଆବଶ୍ୟକତା ରହିଛି, ଯେ କି ପାଣି ପବନ ଝଡ଼ଝଞ୍ଜାରୁ ମୁକୁଳେଇ ଡଙ୍ଗାଟିକୁ ଏ କୂଳରୁ ସେ କୂଳ ଘାଟରେ ପହଞ୍ଚେଇପାରିବ। ଠିକ୍‌ ସେହିପରି ଆମ ଦେଶକୁ ଚଳେଇବାକୁ ଜଣେ ଜଣେ ପ୍ରତିନିଧି ଦରକାର, ଯେ କି ଆମର ପ୍ରତିନିଧିତ୍ୱ କରି ସରକାରରେ ପ୍ରତ୍ୟକ୍ଷ ଭାଗନେଇ ଦେଶ ଏବଂ ରାଜ୍ୟ ଶାସନରେ ଅଂଶୀଦାର ହୋଇପାରିବେ।
ଭାରତବର୍ଷ ଏକ ଗଣତାନ୍ତ୍ରିକ ଦେଶ । ଏତେ ବଡ଼ ଦେଶ, ଜନସଂଖ୍ୟା, ଜାତି ଧର୍ମ ବିଭିନ୍ନତା ଆଞ୍ଚଳିକତା ଇତ୍ୟାଦି ଅସମାନତା ଦୃଷ୍ଟିରୁ ଏଠାରେ ପରୋକ୍ଷ ଗଣତନ୍ତ୍ର ଅନୁକୂଳ। ଆମେ ଆମ ଦେଶକୁ ଚଳାଉଚୁ ସତ, କିନ୍ତୁ ପରୋକ୍ଷରେ। ମାତ୍ର ଏକ ସମୟ ଆସେ ଯେଉଁଠି ଆମେ ପ୍ରତ୍ୟକ୍ଷ ଭାଗ ନେଇଥାଉ ଆଉ ତାହା ହେଉଛି ନିର୍ବାଚନ। ଏ ସମୟରେ ପ୍ରାର୍ଥୀ, ମନ୍ତ୍ରୀ, ପ୍ରତିନିଧି ଉପରେ ରହେ ନାଗରିକ । ସେ ଯାହାକୁ ବହୁମତ ଦେବ ସେ ହିଁ ସରକାର ଗଠନ କରିପାରିବ। ନାଗରିକର ପ୍ରକୃତ ପରାକାଷ୍ଠାର ସମୟ ଆସେ ଯେତେବେଳେ ସେ ଏକ ଦକ୍ଷ, ସୁଯୋଗ୍ୟ, କୁଶଳୀ ରାଜନେତା ବା ପ୍ରତିନିଧି ଚୟନ କରିବାର ଅଧିକାରକୁ ସାବ୍ୟସ୍ତ କରିଥାଏ। ରାଜନୈତିକ ପାଣିପାଗ, ବାତାବରଣ, ଜନ ଏବଂ ଦେଶ ହିତୈଷୀ ଯୋଜନାଗୁଡ଼ିକର ତର୍ଜମା କରି ବର୍ତ୍ତମାନର ନିର୍ବାଚନ ପ୍ରକ୍ରିୟା ସହ ଯାଇ ଆମର ମତ ବ୍ୟକ୍ତ କରିବାକୁ ପଡ଼ିବ। ଯେହେତୁ ଏଥର ଆମ ରାଜ୍ୟରେ ନିର୍ବାଚନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇଁ ହେଉଛି ତେଣୁ ଆମକୁ ଅଧିକ ସତର୍କତାର ସହ ଭୋଟ ଦେବାକୁ ପଡ଼ିବ। ଆକଳନକୁ ଆଖି ଆଗରେ ରଖିଲେ ଭୋଟରମାନଙ୍କ ମଧ୍ୟରେ ପୁରୁଷ, ମହିଳା, ଯୁବା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ନୂତନ ଭାବେ ଯୋଡ଼ି ହୋଇଥିବା ମତଦାତା ରହିଥାନ୍ତି । ଏମାନଙ୍କ ମାନସିକତାରେ ମଧ୍ୟ ଭିନ୍ନତା ଥାଏ । ଯାହା ହେଉନା କାହିଁକି ସମ୍ପ୍ରତି ଗଣତନ୍ତ୍ରର ମହାପର୍ବ ନିର୍ବାଚନର ପ୍ରତିଧ୍ୱନି ରାଜ୍ୟ ଓ ଦେଶରେ ଗୁଞ୍ଜରିତ ହୋଇଛି। ପ୍ରାୟତଃ ଭାରତ ବର୍ଷର ଗଣତାନ୍ତ୍ରିକ ମହାପର୍ବ ନିର୍ବାଚନ ସମଗ୍ର ବିଶ୍ୱର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଆଞ୍ଚଳିକତା, ଚାଲିଚଳନ ଇତ୍ୟାଦି ବିଭିନ୍ନତା ସତ୍ତ୍ୱେ ଏକ ସଙ୍ଗରେ ଏତେବଡ଼ ଅନୁଷ୍ଠାନ ସମଗ୍ର ଦେଶରେ ଅନୁଷ୍ଠିତ ହେବା ଏକ କଠିନ ବ୍ୟାପାର ହୋଇଥିଲେ ମଧ୍ୟ ଭାରତ ଭଳି ଦେଶରେ ଏହା ସମ୍ଭବ ହୋଇପାରିଛି। ତା’ର କାରଣ ସୁବ୍ୟବସ୍ଥା ଏବଂ ନାଗରିକମାନଙ୍କର ଗଣତାନ୍ତ୍ରିକ ଅଭିଜ୍ଞନ୍ତା ତଥା ଏକ ସୁଗଣତାନ୍ତ୍ରିକ ବ୍ୟବସ୍ଥା ଆମ ଦେଶରେ ଉପଲବ୍ଧ ଥିବା ଯୋଗୁ। ସାରା ଦୁନିଆର ରାଷ୍ଟ୍ର, ଅନୁଷ୍ଠାନ, ଗଣମାଧ୍ୟମ, ନାଗରିକ ଏହି ମହାପର୍ବକୁ ନିରୀକ୍ଷଣ କରୁଛନ୍ତି। ଏଥିପ୍ରତି ସଜାଗ ରହି ବିପୁଳ ସଂଖ୍ୟାରେ ମତଦାନ କରି ନିଜର ଭୂମିକା ନିର୍ବାହ କରିବାକୁ ହେବ। ରାଜନୀତିକୁ କିଛି ଲୋକ କଳୁଷିତ ଦୁର୍ନୀତିଗ୍ରସ୍ତ ମିଥ୍ୟାଚାରର ପଙ୍କ ବୋଲି ଭାବି ବେଳେ ବେଳେ ନିର୍ବାଚନଠାରୁ ଦୂରରେ ରୁହନ୍ତି। କିନ୍ତୁ ଜାଣିରଖିବା ଉଚିତ ଯେ, ସେହି ପଙ୍କ ଭିତରୁ ପଦ୍ମ ଫୁଲ ଫୁଟି ସରକାର ରୂପକ ଫଳ ପ୍ରଦାନ କରେ, ଯାହା ଆମ ସମଗ୍ର ଦେଶ ଚଳାଇବା ଶହ ରାଜନୀତିକ, କୂଟନୀତିକ ବୈଦେଶିକ, ନ୍ୟାୟିକ, ଶାସନ ତାନ୍ତ୍ରିକ ଆର୍ଥିକ ସାମରିକ ଏବଂ ସମସ୍ତ ମୁଖ୍ୟ ଅନୁଷ୍ଠାନର ସୁପରିଚାଳନା କରିଥାଏ। ଆମକୁ ନର୍ଦ୍ୱନ୍ଦ୍ୱରେ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ପଡ଼ିବ। ନିଜର ଅଧିକାର କର୍ତ୍ତବ୍ୟକୁ ଆଖି ଆଗରେ ରଖି ନିଜକୁ ପ୍ରତ୍ୟକ୍ଷ ରୂପରେ ରାଜନୀତିରେ ଭାଗୀଦାର କରି ଗଣତନ୍ତ୍ରର ପ୍ରଥମ ସୋପାନ ସାଫଲ୍ୟ ମଣ୍ଡିତ କଲେ ହୃଦ୍‌ବୋଧ ହେବ ଯେ ଆମେ ଆମକୁ ଶାସନ କରିବାରେ ସିଦ୍ଧ, ଯେଉଁଠୁ ହୁଏ ଗଣତନ୍ତ୍ରର ଅୟମାରମ୍ଭ; ଯାହା କି ଆଜିର ବିଷୟ ବସ୍ତୁ ‘ଆମେ ଚଳାଉଛୁ ଦେଶ ଆମରି, ଆମରି ହାତରେ ଆମେ ନାଉରି’।
ନୂଆଦିଲ୍ଲୀ, ମୋ:୯୮୭୩୧୫୫୪୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri