ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଥର ଡିଜିଟାଲ ପ୍ରଚାର ବ୍ୟବସ୍ଥା କରାଯାଇଛି। ଏଭଳି ପ୍ରୟାସ କରିଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ବ୍ୟବସାୟୀ ଈଶ୍ୱର ସାହୁ। ଆରାଧ୍ୟା ଗ୍ରାଫିକ୍ସ ନାମରେ ଖୋଲିଥିବା ନିଜ ଦୋକାନରେ ଈଶ୍ୱରଙ୍କ ସମେତ ଦୁଇଜଣ ଏହି ଡିଜିଟାଲ ପ୍ରଚାର ପାଇଁ କାମ କରୁଛନ୍ତି। ଡିଜିଟାଲ ପ୍ରଚାର ମଧ୍ୟରେ ଡିଜିଟାଲ ଭୋଟିଂ ପ୍ରୋସେସ୍‌ ପୁଶିଂକାର୍ଡ, ଏ-ଆଇ ପ୍ରଚାର, ଡିଜିଟାଲ ଚିରକୁଟ ରହିଛି। ସେହିପରି ଫ୍ଲାଗ୍‌ ବା ପ୍ରଚାର ପତାକା ମଧ୍ୟରେ ହ୍ୟାଣ୍ଡ୍‌ ଫ୍ୟାନ୍‌ ରହିଛି। ଏହି ଡିଜିଟାଲ ପ୍ରଚାର ପାଇଁ ପ୍ରାର୍ଥୀମାନେ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଆରାଧ୍ୟା ଗ୍ରାଫିକ୍ସ ପେଜ୍‌କୁ ଯାଇ ଅର୍ଡର କରିପାରିବେ। ଅର୍ଡରର ୩/୪ ଦିନ ମଧ୍ୟରେ ପ୍ରଚାର କରିବା ନେଇ ଡିଜିଟାଲ ସାମଗ୍ରୀ ପ୍ରାର୍ଥୀ ପାଇପାରିବେ। ଏନେଇ ଈଶ୍ୱର କହିଛନ୍ତି, ଏବେ ଡିଜିଟାଲ କ୍ଷେତ୍ରରେ ଲୋକେ ଅଧିକ ସକ୍ରିୟ ଅଛନ୍ତି। ନୂଆ ଢଙ୍ଗରେ ପ୍ରସ୍ତୁତ ଜିନିଷ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମନରେ ଅଧିକ ଉତ୍କଣ୍ଠା ରହିଥାଏ। ସେଥିପାଇଁ ନିର୍ବାଚନକୁ ଦୃଷ୍ଟିରେ ରଖି ଡିଜିଟାଲ ପ୍ରଚାର ବ୍ୟବସ୍ଥା କରଛନ୍ତି, ଯେଉଁଥିରେ ପ୍ରାର୍ଥୀ ପ୍ରଚାର ପାଇଁ ଆବଶ୍ୟକ କରୁଥିବା ଫଟୋ, ଭିଡିଓ, ପିଡିଏଫ୍‌ ଭଳି ସମସ୍ତ ଜିନିଷ ପାଇପାରିବେ।
ଏ-ଆଇ ପ୍ରଚାର: ପ୍ରାର୍ଥୀମାନେ ଏହାଦ୍ୱାରା ଡିଜିଟାଲ ବା ସୋସିଆଲ ମିଡିଆରେ ପ୍ରଚାର କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କ ନାମ ଓ ଦଳୀୟ ଚିହ୍ନ ଆବଶ୍ୟକ। ପ୍ରାର୍ଥୀ ଯେଉଁ ଦଳର ହୋଇଥିବେ ସେହି ଦଳର ମୁଖିଆ ଯଥା- ଶଙ୍ଖ ଚିହ୍ନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମ ଚିହ୍ନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏଥିରେ ଲଗାଯାଇ ଭିଡିଓ ତିଆରି କରାଯିବ, ଯେଉଁଥିରେ ଦଳର ମୁଖ୍ୟ ପ୍ରାର୍ଥୀ ପାଇଁ ଏ-ଆଇ ମାଧ୍ୟମରେ ପ୍ରଚାର କରିବେ। ଏହି ଏ-ଆଇ ଭିଡିଓ ଦେଢ଼ ସେକେଣ୍ଡର ରହିବ। ଏହାର ଦାମ୍‌ ୫ ହଜାର ଟଙ୍କା ରହିଛି।

ଭୋଟିଂ ପ୍ରୋସେସ୍‌ ପୁଶିଂ କାର୍ଡ

ଏକ ସଫ୍ଟୱେର ମାଧ୍ୟମରେ ଏହି ପୁଶିଂ କାଡର୍ର୍ ବ୍ୟବସ୍ଥା ରହିଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ କାର୍ଡ ତିଆରି କରାଯାଇଛି, ଯେଉଁଥିରେ ପ୍ରାର୍ଥୀଙ୍କ ନାମ, ଫଟୋ, ଦଳୀୟ ଚିହ୍ନ, ଦଳର ମୁଖିଆଙ୍କ ଫଟୋ ରହିବ। ସେଥିରେ ମୁଖ୍ୟତଃ ଏକ ସ୍କାନର ରହିଛି। ପ୍ରଚାର ପାଇଁ ଏହି କାର୍ଡକୁ ପ୍ରାର୍ଥୀମାନେ ଭୋଟରଙ୍କୁ ଦେବେ। ଭୋଟର ଭୋଟ ଦେବାକୁ ଯିବା ପୂର୍ବରୁ ଏହାକୁ ସ୍କାନ୍‌ କରି ଭୋଟିଂ କରିବାର ସମସ୍ତ ପ୍ରକ୍ରିୟା ଜାଣିପାରିବେ। ଯେମିତିକି କେତେ ନମ୍ବର ବୁଥ୍‌କୁ ଯିବେ, ଇଭିଏମ୍‌ରେ କିପରି ଭୋଟ ଦେବେ ତାହା ଜାଣିପାରିବେ। ମୁଖ୍ୟତଃ ନୂଆ ଭୋଟରଙ୍କ ପାଇଁ ଏଭଳି ବ୍ୟବସ୍ଥା ଉପଯୋଗୀ ହୋଇପାରିବ। ପ୍ରଥମେ ତିଆରି କରିବା ପାଇଁ ଏହାର ଦାମ୍‌ ୪ ହଜାର ଟଙ୍କା ରହିଛି ଏବଂ ଯେତେ ସଂଖ୍ୟକ କାର୍ଡ ପ୍ରିଣ୍ଟ କରିବାକୁ ଚାହିଁବେ ପ୍ରତି ପ୍ରିଣ୍ଟ ପିଛା ୧ଟଙ୍କା ଦାମ୍‌ ରହିଛି।

ହ୍ୟାଣ୍ଡ ଫ୍ୟାନ୍‌

ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ନିର୍ବାଚନ ହେଉଛି। ଏହାକୁ ନଜରରେ ରଖି ନିର୍ବାଚନ ପ୍ରଚାର ପାଇଁ ପତାକା, ଯେଉଁଥିରେ ପ୍ରାର୍ଥୀଙ୍କ ନାମ, ଦଳୀୟ ଚିହ୍ନ, ଦଳର ମୁଖିଆଙ୍କ ଫଟୋ ଭଳି ସମସ୍ତ ତଥ୍ୟ ରହିବ। ଏହାକୁ ବିଞ୍ଚଣା ଆକୃତିର ତିଆରି କରାଯାଇଛି। ଏହାର ଦାମ୍‌ ୧୪ ଟଙ୍କା ରହିଛି।

ଡିଜିଟାଲ ଚିରକୁଟ

ଭୋଟ ଦେବା ପୂର୍ବରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରନ୍ତି ଏବଂ ସମର୍ଥକମାନେ କାଗଜର ଚିରକୁଟ ବାଣ୍ଟିଥାନ୍ତି। ହେଲେ କାଗଜ ଚିରକୁଟ ବଦଳରେ ଏବେ ଘରେ ପହଞ୍ଚତ୍ବ ଡିଜିଟାଲ ଚିରକୁଟ। ପ୍ରଥମେ ପ୍ରାର୍ଥୀଙ୍କ ପାଇଁ ଡିଜିଟାଲ ଚିରକୁଟର ଆପ୍‌ ତିଆରି କରାଯିବ। ଏହି ଆପ୍‌କୁ ଯାଇ ପ୍ରାର୍ଥୀ ନିଜ ଫୋନ୍‌ରେ ଭୋଟରଙ୍କ ନାମ ଲେଖି ସର୍ଚ୍ଚ କଲେ କାଗଜ ଚିରକୁଟ ପରି କେଉଁ ଜାଗାରେ ଭୋଟ୍‌ ଦେବେ, ସିରିଏଲ ନମ୍ବର କ’ଣ ରହିଛି ଏ ସମସ୍ତ ତଥ୍ୟ ସେମାନଙ୍କୁ ଯୋଗାଇ ଦେବେ। କାଗଜ ଚିରକୁଟରେ ଯେପରି ପରିବାର ଲୋକଙ୍କ ତଥ୍ୟ ରହିଥାଏ, ଠିକ୍‌ ସେପରି ଡିଜିଟାଲ ଚିରକୁଟରେ ପରିବାର ଲୋକଙ୍କ ତଥ୍ୟ ଉପଲବ୍ଧ ହେବ। ଏହି ଡିଜିଟାଲ ଆପ୍‌ ତିଆରି ସମୟରେ ଏକ ଛୋଟ ପ୍ରିଣ୍ଟର ପ୍ରାର୍ଥୀଙ୍କୁ ଦିଆଯିବ, ଯେଉଁଥିରେ ପ୍ରାର୍ଥୀ ଡିଜିଟାଲ ଚିରକୁଟକୁ ପ୍ରିଣ୍ଟ କରି ଭୋଟରଙ୍କୁ ଦେଇପାରିବେ ଅଥବା ଭୋଟରଙ୍କ ମୋବାଇଲ ହ୍ବାଟ୍ସଆପ୍‌ରେ ପିଡିଏଫ୍‌ ଫାଇଲ ପଠାଇପାରିବେ। ଏହି ଡିଜିଟାଲ ଚିରକୁଟ ଓ ପ୍ରିଣ୍ଟରର ଦାମ୍‌ ୪୦ ହଜାର ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri