Posted inଜାତୀୟ

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ କରାଯିବ ନାହିଁ। ଏସମ୍ପର୍କିତ ଏକାଧିକ ପିଟିଶନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ବ୍ୟବସ୍ଥାକୁ ଅନ୍ଧ ଭାବେ ଅବିଶ୍ୱାସ କରିବା ଅନୁଚିତ ବୋଲି ଦୁଇଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଦେଶରେ ଇଭିଏମ୍‌ ଜାଲିଆତି କରି ଶାସକ ଦଳ ସପକ୍ଷରେ ଜନମତକୁ ଟାଣି ନିଆଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏହି କାରଣରୁ ଗତ କିଛି ବର୍ଷ ହେଲା ଇଭିଏମ୍‌ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଆସୁଛନ୍ତି। ଏହି ସ୍ଥଳେ ଇଭିଏମ୍‌ ସହ ସେଥିରୁ ବାହାରୁଥିବା ସମସ୍ତ ସ୍ଲିପ୍‌କୁ ମେଳ କରାଇବା ପାଇଁ ଇସିଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ଏବଂ ଅନ୍ୟ କେତେକ ପକ୍ଷ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ କରିଛନ୍ତି। ଏପରି କି ଇଭିଏମ୍‌ ବ୍ୟବସ୍ଥା ତ୍ୟାଗକରି ପୂର୍ବବତ୍‌ ବାଲଟ୍‌ ଜରିଆରେ ମତଦାନ କରାଇବା ପାଇଁ ସେମାନେ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଥିଲେ। ଏହି ପ୍ରସଙ୍ଗରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ଅଦାଲତ ଶୁକ୍ରବାର ଦୁଇଟି ପୃଥକ୍‌ ସହମତି ପ୍ରକାଶ କରି ରାୟ ଦେଇଛନ୍ତି। ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ଗଣତନ୍ତ୍ରର ତାତ୍ପର୍ଯ୍ୟ ହେଉଛି ସବୁ ସଂସ୍ଥା ମଧ୍ୟରେ ସହାବସ୍ଥାନ ଓ ଆସ୍ଥା ପ୍ରତିଷ୍ଠା କରିବା।
  ଏନେଇ ଦୁଇଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜଷ୍ଟିସ୍‌ ଖାନ୍ନା ନିର୍ବାଚନୀ ଚିହ୍ନ ଲୋଡ୍‌ ହୋଇଥିବା ୟୁନିଟ୍‌ଗୁଡ଼ିକୁ ସିଲ୍‌ କରି ଭୋଟିଂ ମେଶିନଗୁଡ଼ିକୁ ରଖାଯାଉଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ୪୫ ଦିନ ପର୍ଯ୍ୟନ୍ତ ଗଚ୍ଛିତ ରଖିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ବାଚନ ଫଳାଫଳ ଘୋଷଣା ପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହୁଥିବା ପ୍ରାର୍ଥୀଙ୍କ ଅନୁରୋଧକ୍ରମେ ମେଶିନଗୁଡ଼ିକର ମାଇକ୍ରୋକଣ୍ଟ୍ରୋଲର ଯାଞ୍ଚ କରିବାକୁ ଇଭିଏମ୍‌ ନିର୍ମାତାଙ୍କ ଇଞ୍ଜିନିୟରମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ ପ୍ରାର୍ଥୀମାନଙ୍କୁ ଫଳାଫଳ ଆସିବାର ୭ ଦିନ ମଧ୍ୟରେ ଫିଜ୍‌ ପଇଠ କରି ଭେରିଫିକେଶନ୍‌ ଲାଗି ଅନୁରୋଧ କରିବାକୁ ପଡ଼ିବ। ଯାଞ୍ଚ ବେଳେ ଇଭିଏମ୍‌ଗୁଡ଼ିକରେ ଜାଲିଆତି ହୋଇଥିବା ଜଣାପଡ଼ିଲେ, ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଫିଜ୍‌ ଫେରାଇ ଦିଆଯିବ ବୋଲି ଅଦାଲତ କହିଛନ୍ତି।
ଇଭିଏମ୍‌ରେ ୩ଟି ୟୁନିଟ୍‌ ରହିଥାଏ। ସେଗୁଡ଼ିକ ହେଲା ବାଲଟ୍‌ ୟୁନିଟ୍‌, କଣ୍ଟ୍ରୋଲ ୟୁନିଟ୍‌ ଏବଂ ଭିଭିପିଏଟି। ଏହି ତିନୋଟିଯାକ ୟୁନିଟ୍‌ରେ ମାଇକ୍ରୋକଣ୍ଟ୍ରୋଲର ରହିଥାଏ। ମାଇକ୍ରୋକଣ୍ଟ୍ରୋଲରରେ ନିର୍ମାତା ଏକ ମେମୋରି ସଂଯୋଗ କରିଥାଆନ୍ତି। ଜଣେ ଭୋଟର ମତଦାନ କରିବା ପରେ ସେ ସମର୍ଥନ କରୁଥିବା ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ଭୋଟ ଯାଇଛି କି ନାହିଁ ତାହା ଭିଭିପିଏଟି ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ରୁ ସ୍ପଷ୍ଟ ଭାବେ ଜାଣିହୁଏ। ବର୍ତ୍ତମାନ ଇସି ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ୫ଟି ଲେଖାଏ ଇଭିଏମ୍‌ ଏବଂ ଭିଭିପିଏଟି ସିଷ୍ଟମ୍‌ର ଯାଞ୍ଚ କରାଉଛନ୍ତି।  ଜଷ୍ଟିସ୍‌ ଦତ୍ତା କହିଛନ୍ତି, ବ୍ୟବସ୍ଥା କିମ୍ବା ଅନୁଷ୍ଠାନର ମୂଲ୍ୟାଙ୍କନରେ ସନ୍ତୁଳନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ତେବେ ବ୍ୟବସ୍ଥାର କୌଣସି ଦିଗକୁ ଆଖିବୁଜି ଅବିଶ୍ୱାସ କରିବା ଅନୁଚିତ ସନ୍ଦେହ ସୃଷ୍ଟି କରିବ।  ଇଲେକ୍ଟ୍ରୋନିକ୍‌ ମେଶିନଗୁଡ଼ିକୁ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ବ୍ୟବହାର କରାଯିବ କି ନାହିଁ ଏବଂ ଦଳଗୁଡ଼ିକ ଲାଗି ବାର୍‌ କୋଡ୍‌କୁ ବ୍ୟବହାର କରାଯାଇପାରିବ କି ନାହିଁ ତାହା ନିର୍ବାଚନ କମିଶନ ଯାଞ୍ଚ କରିବେ ବୋଲି ଅଦାଲତ କହିଛନ୍ତି।
  ଯେ, ବାଲଟ୍‌ ପେପର ସିଷ୍ଟମ୍‌କୁ ଫେରିବା ନେଇ ପିଟିଶନ ସମେତ ୩ଟି ଆବେଦନ ହୋଇଥିଲା। ମତଦାତାଙ୍କ ଭୋଟ ଉପଯୁକ୍ତ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଛି କି ନାହିଁ, ନିଶ୍ଚିତ ହେବା ଲାଗି ତାଙ୍କୁ ସ୍ଲିପ୍‌ ପ୍ରଦାନ କରିବାକୁ ପିଟିଶନରେ ଅନୁରୋଧ କରାଯାଇଥିଲା। ୧୦୦% ଭିଭିପିଏଟି ସ୍ଳିପ୍‌ର ଗଣତି ପିଟିଶନଗୁଡିକୁ ଖାରଜ କରିଦିଆଯାଇଛି ବୋଲି ଜଷ୍ଟିସ୍‌ ଖାନ୍ନା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri