Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ ଫଲୋଅର୍ସ ବଢ଼ାଇବା ସହଜ ନୁହେଁ। ଏଥିଲାଗି ଭଲ କଣ୍ଟେଣ୍ଟର ଆବଶ୍ୟକତା ରହିଛି। ଏସବୁ ମଧ୍ୟରେ ଅନେକ ଲୋକପ୍ରିୟ ବ୍ଲଗରଙ୍କ ମଧ୍ୟରେ ନୂଆ ଏଣ୍ଟ୍ରି କରି ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଜଣେ ବ୍ୟକ୍ତି। ସେ ନିଜକୁ ପ୍ରଥମ ହିନ୍ଦୁ ବ୍ଲଗର ଭାବେ ପରିଚିତ କରାଇଛନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ କେବଳ ଯେ ପାକିସ୍ତାନ ତାହା ନୁହେଁ ଭାରତରେ ମଧ୍ୟ ବେଶ ପସନ୍ଦ କରାଯାଉଛି। ସେ ନିଜର ବ୍ଲଗ୍‌ର ଆରମ୍ଭ ‘ଜୟ ଶ୍ରୀରାମ’ ସହ ଆରମ୍ଭ କରିଥାନ୍ତି। ତାଙ୍କ ପରିବାର ମଧ୍ୟ ସମାନ ନାରା ଦେଇଥାନ୍ତି। ବିଲରେ ଶ୍ରମିକ ହୋଇ ସେ ନିଜର ସହ ପରିବାରର ପ୍ରତିପୋଷଣ କରିଥାନ୍ତି।

ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗରର ନାମ ‘କୃଷ୍ଣନ କୁମାର’। ଭିଡିଓରେ ସେ ନିଜ ବିଷୟରେ କହିବା ସହ ଭାରତବାସୀ ତାଙ୍କ ଭାଇ ବୋଲି କହୁଛନ୍ତି। ଏପରିକି ଭାରତୀୟ ଭାଇଭଉଣୀମାନେ ଯଦି ତାଙ୍କ ଚ୍ୟାନେଲକୁ ସବ୍‌ସ୍କ୍ରାଇବ କରନ୍ତି ସେ ଋଣିରହିବେ ବୋଲି କହିଛନ୍ତି। ସେ ସମସ୍ତଙ୍କୁ ନିଜ ପରିବାର ସହ ମିଶାଉଛନ୍ତି।

ପରେ କୃଷ୍ଣନ କୁହନ୍ତି ଯେ ପାକିସ୍ତାନରେ ୨୦୦ ଟଙ୍କା ଅଟା କିଲୋ ହୋଇଯାଇଛି। ସବୁ ଦରଦାମ ଏତେ ମହଙ୍ଗା ହୋଇଛି ଯେ ସେ କିଛି ବି କରିପାରିବେ ନାହିଁ। ସେ ଭାରତ ଲୋକଙ୍କୁ ଅପିଲ କରିଛନ୍ତି ଯେ ସେ ଜାଣନ୍ତି ଭାରତୀୟମାନେ ହିନ୍ଦୁଙ୍କ ସହାୟତା କରିଥାନ୍ତି। ଏଣୁ ତାଙ୍କ ଚ୍ୟାନେଲଙ୍କୁ ସମସ୍ତେ ସବ୍‌ସ୍କ୍ରାଇବ୍‌ କରନ୍ତୁ। ଭିଡିଓଟିକୁ @Modified_Hindu9 ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri