Odisha Elections 2024

ଗୋବରୀ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ଚଳୁ

ପଟ୍ଟାମୁଣ୍ଡାଇ,୧୨ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଦେଇ ବହିଯାଉଥିବା ଗୋବରୀ ନଦୀ ଏବେ ସୁପ୍ତ ଅବସ୍ଥାରେ ଖେଳପଡ଼ିଆରେ ପରିଣତ ହୋଇ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। କେବଳ ଯେ ନଦୀ ସୁପ୍ତ ହୋଇ ଜବରଦଖଲ ହେଉଛି ତାହା ନୁହେଁ ପରିବେଶ ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଉଛି। କାରଣ ପଟ୍ଟାମୁଣ୍ଡାଇ ସମେତ ଏକାଧିକ ଅଞ୍ଚଳର ଜଳ ସମସ୍ୟା ଦୂର କରିବା ସହ ଚାଷଜମିକୁ ଜଳସେଚନ ସୁବିଧା ଦେଉଥିଲା। ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ମହାକାଳପଡ଼ା, କେନ୍ଦ୍ରାପଡ଼ା ବ୍ଲକର ଶତାଧିକ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଗୋବରୀ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ସୁଫଳ ମିଳି ପାରି ନ ଥିବାରୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଦିନେ ଏହି ନଦୀ ପଥ ବ୍ରାହ୍ମଣୀରୁ ଗୋବରୀ ନଦୀ ଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍‌ ଚଳାଚଳ କରୁଥିଲା। ଇଂରେଜମାନେ କଟକ-ଯାଜପୁର-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଦେଇ ଜଳପଥରେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ କାରବାର ପାଇଁ ଗୋବରୀ ନଦୀ ମୁଖ୍ୟ ମାଧ୍ୟମ ଥିଲା। ମାତ୍ର ଏବେ ଏହି ଐତିହ୍ୟ ନଦୀଶଯ୍ୟା ଖେଳପଡ଼ିଆରେ ପରିଣତ ହୋଇଯାଇଛି। ଗବେଷକ ବିଭୂତି ମହାପାତ୍ରଙ୍କ କହିବା ଅନୁସାରେ, ଖ୍ରୀଷ୍ଟପୂର୍ବ ୪୦୦ରୁ ଖ୍ରୀଷ୍ଟାବ୍ଦ ୮୦୦ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଏହି ଗଭୀର ନଦୀ ନାଳ ଦେଇ ସମୁଦ୍ରରେ ନୌବାଣିଜ୍ୟ କରି କଳିଙ୍ଗ ସାଧବମାନେ ରାଜ୍ୟକୁ ବହୁଭାବେ ସମୃଦ୍ଧ କରିଥିଲେ। ସେତେବେଳେ କଳିଙ୍ଗ ସନ୍ତାନର ସୁନାମ ଏତେ ବ୍ୟାପିଥିଲା ଯେ, ବଙ୍ଗୋପସାଗରକୁ କଳିଙ୍ଗ ସାଗର କୁହାଯାଇଥିଲା। କଳିଙ୍ଗର ସାଧବମାନେ ନୌବାଣିଜ୍ୟରେ ଏତେ ପ୍ରସିଦ୍ଧି ଲାଭ କରିଥିଲେ ଯେ, ତତ୍କାଳୀନ ସମୟରେ ଈର୍ଷାର ପାତ୍ର ହୋଇଥିଲେ। ସେଥିପାଇଁ ନୌବାଣିଜ୍ୟରେ କଳିଙ୍ଗର ଏକାଧିପତ୍ୟକୁ ନୂ୍ୟନ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ମଗଧ ସମ୍ରାଟ ଅଶୋକ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ କରିଥିଲେ। ସେକଥା ଆଜି ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଷୋଡ଼ଶ ଶତାବ୍ଦୀରୁ ପୁଣି ପୃଥିବୀର ଶ୍ରେଷ୍ଠ ନୌବାହିନୀ ବ୍ରିଟିଶ ରୟାଲ ନାଭି ଦୁର୍ଦ୍ଧର୍ଷ ଭାବେ ବିଖ୍ୟାତ ହୋଇଥିଲା। ମହାକାଳପଡ଼ା ନିକଟ ସମୁଦ୍ର ସହ ସଂଯୋଗ ଗୋବରୀ-ବ୍ରାହ୍ମଣୀ ନଦୀ ଦେଇ କଟକରେ ପହଞ୍ଚତ୍ ଥିଲେ। ସେଠାରୁ ଗୋବରୀ ନଦୀ ଦେଇ ବୋଟ, ବଡ଼ବଡ଼ ପାଲଟଣା ଡଙ୍ଗାରେ କଞ୍ଚାମାଲ, ତିଆରି ସାମଗ୍ରୀକୁ ନିକଟ ସମୁଦ୍ରପଥ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ସେଠାରୁ ବ୍ରିଟିଶମାନେ ଜାହାଜ ଯୋଗେ ବ୍ୟବସାୟ କାରବାର କରୁଥିଲେ। ସେହିପରି କ୍ଷୀରୋଦ ମଲିକ, ଦେବାଶିଷ ପଣ୍ଡା, ପ୍ରବୀର ନାୟକ କହିଛନ୍ତି, ୧୮୬୩ ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜଙ୍କ ଦ୍ୱାରା ୧୮୭୦ରୁ ୧୮୭୫ ମଧ୍ୟରେ କଟକ ଜଗତପୁରଠାରୁ ପଟ୍ଟାମୁଣ୍ଡାଇ ଦେଇ ପଟ୍ଟାମୁଣ୍ଡାଇ କେନାଲ ଖୋଳାଯାଇଥିଲା। ପଟ୍ଟାମୁଣ୍ଡାଇ କେନାଲ ଖୋଳାଯିବା ଫଳରେ ଗୋବରୀ ନଦୀ ମୁହାଣ ଧୀରେ ଧୀରେ ପୋତିହେବାକୁ ଲାଗିଲା। ସମୟକ୍ରମେ ପାଣିର ଧାର ବନ୍ଦ ହୋଇ ସୁପ୍ତ ହୋଇଗଲା। ଯାହା ମନୁଷ୍ୟକୃତ ଥିଲା। କାରଣ ମୁହାଣ ଖୋଳା ଯାଇଥିଲେ ନଦୀ ମୃତ ଅବସ୍ଥାକୁ ଆସି ନ ଥାନ୍ତା। କାଳକ୍ରମେ ପଟ୍ଟାମୁଣ୍ଡାଇ ସହରରେ ଜବରଦଖଲ ଆରମ୍ଭ ହେଲା। ନଦୀଶଯ୍ୟାକୁ କେତେଜଣ ଲୋକ ନିଜ ନଁାରେ ପଟ୍ଟା କରି ନେବା ସହ କୋଠାବାଡ଼ି, ସ୍ଥାୟୀ ନିର୍ମାଣ ଆରମ୍ଭ କଲେ। ଏପରିକି କେତେକ ସରକାରୀ ପ୍ରତିଷ୍ଠାନ ମଧ୍ୟ ନଦୀ ଶଯ୍ୟାରେ ହୋଇଛି। ପରେ ନଦୀ ପୁନରୁଦ୍ଧାର ଲାଗି ସରକାର ଯୋଜନା କଲେ। ଦୀର୍ଘ ୧୬ କିଲୋମିଟର ନଦୀକୁ ପୁନରୁଦ୍ଧାର ପାଇଁ ଜଳସମ୍ପଦ ଡ୍ରେନେଜ୍‌ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଦୁଇଟି ପର୍ଯ୍ୟାୟରେ ୧୧ କୋଟିରୁ ଅଧିକ ଖର୍ଚ୍ଚ କରାଗଲା। ମାତ୍ର ଗଣ୍ଡାକିଆ ପାଖରୁ ୬ କିମି ଖନନ କରି ୨ବର୍ଷ ହେବ କାମ ବନ୍ଦ କରି ଦିଆଯାଇଛି। ଫଳରେ ନଦୀ ମଧ୍ୟରେ ଦଳ ଭର୍ତ୍ତି ହେବା ସହ ମାଟି ଖସି ପୋତି ହେବାରେ ଲାଗିଛି। ପୁନରୁଦ୍ଧାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଡ୍ରନେଜ କଟ୍‌ ଯନ୍ତ୍ରୀ ନୀହାର ରଞ୍ଜନ ରାଉତରାୟଙ୍କୁ ପଚାରିବାରେ ପୋତା ଗୋବରୀ ନଦୀକୁ ଖନନ ପାଇଁ ଯୋଗ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

ବରଗଡ଼ ଜିଲାରେ ୭୫.୯୭ ପ୍ରତିଶତ ମତଦାନ: ଭଟଲିରେ ସର୍ବାଧିକ, ଅତାବିରାରେ ସର୍ବନିମ୍ନ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ମତଦାନ ପ୍ରକ୍ରିୟା ସରିଛି । ଖରା,ତ ାତି ସତ୍ତ୍ବେ ମତଦାନ କେନ୍ଦ୍ର ଗୁଡିକରେ ଏଥର...

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri