ଭାଜପାରେ ସାମିଲ ହେଲେ ଶତାଧିକ ଲୋକ

ଗୋପାଳପୁର,୧୧ା୪(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ତାତି ସେତେ ବଢ଼ୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ଖଜୁରିଆ ବାଇପାସଠାରେ ବୁଥ୍‌ସ୍ତରୀୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ରହ୍ମପୁର ଏମ୍‌ପି ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା, ଯୁବନେତା ପୀତବାସ ପଣ୍ଡା, ଲୋକ ସଭା ସଂଯୋଜକ ସ ସରୋଜ ସାବତ, ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବ ନାୟକ, ଗଙ୍ଗାଧର ଶତପଥୀ, ପଞ୍ଚୁ ବେହେରା, ପ୍ରଦୀପ ପଟ୍ଟନାୟକ, ସନତ ନାହକ, ବିଭିନ୍ନ ମଣ୍ଡଳୀ ସଭାପତି ଯୋଗ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ୨୧୩ଟି ବୁଥ୍‌ ଥିବା ବେଳେ ପ୍ରତି ବୁଥ୍‌ରେ ୧୦ ଜଣ ସଦସ୍ୟ ରହିବେ। ମହିଳା ଓ ଯୁବକ ପାଖକୁ ଯାଇ ସମ୍ପର୍କ ବଢ଼ାଇବା ସହ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚଇବା ପାଇଁ କୁହାଯାଇଥିଲା। ସୈନିକ ଭାବେ ବୁଥ୍‌ରେ କାର୍ଯ୍ୟ କରିବା ପଡ଼ିବ ବୋଲି କର୍ମୀମାନଙ୍କୁ ଯୁବନେତା ପଣ୍ଡା ଆହ୍ବାନ କରିଥିଲେ। ସରକାରୀ କଳ ଓ ସରକାର ଦଳ ଭୟଭୀତ କରାଉଛନ୍ତି। ତାକୁ ସମ୍ମୁଖୀନ ହେବାକୁ ପଡ଼ିବ। ଡରିବେ ନାହିଁ ବୋଲି ବିଧାୟକ ପ୍ରାର୍ଥୀ ଜେନା କହିଥିଲେ। ବୁଥ୍‌ସ୍ତରରେ ଭୋଟ ଆଣିବା ପାଇଁ ସଂକଳ୍ପ ସହ ଶପଥ ନେବା ଏବଂ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ଏମ୍‌ପି ପ୍ରାର୍ଥୀ ପାଣିଗ୍ରାହୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ବିଜେଡି ଓ ଅନ୍ୟ ଦଳ ବହୁ କର୍ମୀମାନେ ଭାଜପାରେ ସାମିଲ ହୋଇଥିଲେ। ଏହି ଅବସରରେ ରାଜେଶ ସାହୁ, ଅନିଲ ପତି, ସୁନୀଲ ପାତ୍ର, ଗଙ୍ଗା ପାତ୍ର, ଜଗମୋହନ ପାତ୍ର, ଗଙ୍ଗାଧର ପାତ୍ର,ଏନ ଧନଞ୍ଜୟ ରାଓ,ବ୍ରଜମୋହନ ନାହକ, ଅସିତ ଶତପଥୀ, ଗୋପୀନାଥ ମହାରଣା, ରାଜେଶ ପଟ୍ଟନାୟକ,ଗୋପାଳ ରେଡ୍ଡୀ, ସନ୍ତୋଷ ବିଷୋୟୀ, ଲକ୍ଷ୍ମୀ ନାରାୟଣ ପାତ୍ର, ପି.କାମ ରାଜୁ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri