ତୋଷାମଦିର ତୀର୍ଥକ୍ଷେତ୍ରରେ ସ୍ବାର୍ଥ

ଡ.ସତ୍ୟ ନାରାୟଣ ମିଶ୍ର

ସମୟର ଘୂର୍ଣ୍ଣୟନରେ ଯେତେବେଳେ ଶୈଶବରୁ ଗୋଟିଏ ଗୋଟିଏ ପାହାଚ ମଣିଷ ଅତିକ୍ରମ କରିଥାଏ, ସେହି ଅତିକ୍ରମ ମଧ୍ୟରେ ସେ ଅମୃତର ସନ୍ଧାନ ପାଇଁ ତୀର୍ଥକ୍ଷେତ୍ର ଅନ୍ବେଷଣ କରିଥାଏ। ସାଧାରଣତଃ ତୀର୍ଥକ୍ଷେତ୍ର ଧର୍ମକୁ ଆଧାର କରି ନିର୍ଦ୍ଦଷ୍ଟ ହୋଇଥାଏ । ସମ୍ପ୍ରତି ମଣିଷ ଯୌବନ ଅବସ୍ଥାରୁ ଅଧିକ ତୀର୍ଥକ୍ଷେତ୍ରରେ ନିମର୍ଜିତ ହେବା ପାଇଁ କସରତ କରୁଛି। ପିଲାଦିନରୁ ମଣିଷ ଶିକ୍ଷା କରିଥାଏ ଅମୃତର ସନ୍ଧାନ, ମାତ୍ର ସମୟ କ୍ରମେ ଉକ୍ତ ଅମୃତ ମଣିଷ ପାଇଁ ବିଷ ଉପଲବ୍ଧି ହୋଇଥାଏ। ଯେତେବେଳେ ମଣିଷ ତୋଷାମଦିର ତୀର୍ଥକ୍ଷେତ୍ରରେ ନିମର୍ଜିତ ହୋଇଯାଏ, ସେତେବେଳେ ତୋଷାମଦିକୁ ଏକ ଆଦର୍ଶ କରି ଜୀବନ ନିର୍ବାହ କରିଥାଏ। କାରଣ ତୋଷାମଦିରେ ରହିଛି ସ୍ବାର୍ଥର ଅମୃତ, ଯାହା ଏକ ଭୋଗସର୍ବସ୍ବ ତୀର୍ଥକ୍ଷେତ୍ର। ମଣିଷ ମଣିଷକୁ ଭଲ ପାଏ ଓ ଉପଯୁକ୍ତ ମଣିଷ ଉପଯୁକ୍ତ ମଣିଷର ଗୁଣଗାନ କରିଥାଏ ବା ସକାରାତ୍ମକ ବିରୋଧ କରିଥାଏ। ଯିଏ ପ୍ରକୃତ ବନ୍ଧୁ ସେ ପ୍ରତିପକ୍ଷ ବନ୍ଧୁର ଅନିଷ୍ଟ ହେଉଥିଲେ ତାହାକୁ ଚେତାବନୀ ଦେଇ ବା ତାଗିଦ କରି ସେଥିରୁ କ୍ଷାନ୍ତ ହେବା ପାଇଁ ପରାମର୍ଶ ଦେଇଥାନ୍ତି। ଅନ୍ୟପକ୍ଷରେ ଜଣେ ଉପଯୁକ୍ତ ବ୍ୟକ୍ତି ଯେଉଁଟା ଉପଯୁକ୍ତ ହୋଇ ନ ଥାଏ ସେ ତାହାକୁ ଗ୍ରହଣ କରି ନ ଥାଏ ଓ ସେ ତାହାକୁ ସର୍ବସମକ୍ଷରେ ବିରୋଧ ମଧ୍ୟ କରିଥାନ୍ତି। ମାତ୍ର ଯେଉଁମାନେ ତୋଷାମଦିର ଶିଖରରେ ଉପବେଶନ କରିଥାନ୍ତି, ସେମାନେ ନିଜର ବିବେକ ବୁଦ୍ଧିକୁ ବିକ୍ରି କରି କେବଳ ତୋଷାମଦିରେ ସ୍ବାର୍ଥ ହାସଲ କରିଥାନ୍ତି।
ତୋଷାମଦି ହେଉଛି ଏକ ଅପରାଧ ଓ ବିଷବଳୟ। ଏହା ତୋଷାମଦି କରୁଥିବା ବ୍ୟକ୍ତିର ମାନ, ନୀତି, ଆଦର୍ଶ ଆଦିକୁ ଧଂସ କରି କେବଳ ପଶୁ ଭାବରେ ଜୀବନ ନିର୍ବାହ କରିବା ପାଇଁ ଶିଖାଇଥାଏ। ଅନ୍ୟପକ୍ଷରେ ଯିଏ ତୋଷାମଦିକୁ ଗ୍ରହଣ କରି ଆନନ୍ଦିତ ହୋଇଥାଏ ସେ ବ୍ୟକ୍ତି ନିଜର ଉପଯୁକ୍ତ ସ୍ଥିତିକୁ ସ୍ପଷ୍ଟ ଭାବରେ ଅନୁମାନ କରିଥାନ୍ତି ଯେ ସେ କିଏ ଓ କେଉଁ ଉପାୟରେ ଦୋଷାମଦିର ଆଧାରରେ ବଳିଷ୍ଠ ହୋଇଛନ୍ତି। ପ୍ରଶଂସା ଓ ତୋଷାମଦି ସମ୍ପୂର୍ଣ୍ଣ ଭିନ୍ନ ଆଧାର। ପ୍ରଶଂସା ବ୍ୟକ୍ତିକୁ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥାଏ, ଯଦି ତାହା ଉପଯୁକ୍ତ ପ୍ରଶଂସା ବା ପ୍ରଶଂସାର ଯୋଗ୍ୟ ହୋଇଥାଏ। ମାତ୍ର ତୋଷାମଦି ହେଉଛି ଅଯୋଗ୍ୟ ବ୍ୟକ୍ତିକୁ ନୀତିହୀନ ବ୍ୟକ୍ତି ତୋଷାମଦି କରି ସ୍ବାର୍ଥ ହାସଲ କରିଥାଏ। ପାର୍ଥିବ ସମାଜରେ ପ୍ରାୟ ସମସ୍ତ ମଣିଷ କିଛି କିଛି ପ୍ରଶଂସା ଚାହିଁଥାନ୍ତି, ଯାହା କେତେବେଳେ ଉପଯୁକ୍ତ କିମ୍ବା କେତେବେଳେ ଔପଚାରିକ ହୋଇଥାଏ। ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିବା ବିଧେୟ। କୃତଜ୍ଞତାର ଶବ୍ଦ ଜଣେ ମନୁଷ୍ୟକୁ ଅଧିକ ପରିଶ୍ରମ ପାଇଁ ପ୍ରେରଣା ଦେଇପାରେ,କିନ୍ତୁ ଗ୍ରହଣ କରୁଥିବା ପ୍ରଶଂସା ନିଶ୍ଚିତ ଭାବରେ ଯୋଗ୍ୟ ହେବା ଆବଶ୍ୟକ। ଯେତେବେଳେ ଏହା ଅତିରିକ୍ତ ହୋଇଯାଏ, ସେତେବେଳେ ତାହା ଚାଟୁକାରରୁ ତୋଷାମଦି ହୋଇଯାଏ ଓ ସ୍ବାର୍ଥ ହାସଲ ନିମିତ୍ତ ନିର୍ଦ୍ଦିଷ୍ଟ ହୋଇଯାଏ।
ଚାଟୁକାର ସାଧାରଣତଃ କିଛି ଲାଭ ଓ ଅଯଥା ଅନୁଗ୍ରହ ପାଇବାକୁ ଚେଷ୍ଟା କରି ସେଥିରେ ସମ୍ପର୍କକୁ ଦୃଢୀଭୂତ କରିଥାନ୍ତି। ପୂର୍ବେ ରାଜତନ୍ତ୍ର ସମୟରେ ଓ ଏପରି କି ମୋଗଲ, ମରହଟ୍ଟା, ସୁଲତାନ, ଇଂରେଜ ଆଦି ଶାସନ ସମୟରେ ତୋଷାମଦକାରୀମାନେ ଖୋଲାଖୋଲି ଭାବରେ ରାଜାମାନଙ୍କର ପ୍ରଶଂସା ଗାନ କରି ରାଜକୀୟ ପୃଷ୍ଠପୋଷକତା ହାସଲ କରୁଥିଲେ। ମାତ୍ର ସାମ୍ପ୍ରତିକ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଏକବିଂଶ ଶତାବ୍ଦୀର ନୂତନ ଜ୍ଞାନକୌଶଳରେ ପଦାର୍ପଣ କରି ମଧ୍ୟ ମଣିଷ ସ୍ବାର୍ଥକୁ ହାସଲ କରିବା ପାଇଁ ତୋଷାମଦି ଦ୍ୱାରା ନିଜର ମାନବିକ ମୂଲ୍ୟବୋଧକୁ ସ୍ବାର୍ଥ ନିକଟରେ ବଳି ଦେଉଛି। ତୋଷାମଦି ସିଏ କରେ, ଯାହାର ନିଜ ଉପରେ ବିଶ୍ୱାସ ନଥାଏ ଓ ଯିଏ ନୀତିହୀନ ବା ଆଦର୍ଶବିହୀନ ହୋଇଥାଏ। ଅନ୍ୟର ଦୟାରେ ବଞ୍ଚିବାକୁ ଭଲ ପାଉଥିବା ବ୍ୟକ୍ତି ତୋଷାମଦିର ତୀର୍ଥକ୍ଷେତ୍ରକୁ ପଦାର୍ପଣ କରିଥାନ୍ତି। ସମ୍ପ୍ରତି ସଭ୍ୟ ସମାଜର ପ୍ରତ୍ୟେକ ପଦକ୍ଷେପରେ ଆମେ ତୋଷାମଦିର ଚାଟୁକାର କଳାର ଅଭ୍ୟାସକାରୀମାନଙ୍କ ସଂସ୍ପର୍ଶରେ ଆସିଥାଉ। ପ୍ରତ୍ୟେକ ତୋଷାମଦକାରୀ ଚାଟୁକାରର ଚାତୁରୀରେ ନିଜକୁ ମୁନିବଙ୍କ ନିକଟରେ ସମର୍ପଣ କରିଥାନ୍ତି ଓ ଅତ୍ୟନ୍ତ ଶାନ୍ତ ସରଳ ଦୃଶ୍ୟମାନ ହୋଇଥାନ୍ତି, ଯାହାର ପ୍ରକୃତ ପରିଚୟ ହୋଇ ନ ଥାଏ। ତୋଷାମଦି ଚାଟୁକାରର ତୀର୍ଥକ୍ଷେତ୍ର ହେଉଛି ଏକ ନିଶାଯୁକ୍ତ ମୃଦୁପାନୀୟ, ଯାହା ଏକ ଖରାପ ଅନୁସରଣକୁ ଗତିକରିଥାଏ ଓ ଏହା ଭଲ ଲୋକଙ୍କୁ ବହୁ ଦୂରକୁ ଠେଲି ମୌଳିକତାକୁ ହତ୍ୟା କରେ। ତୋଷାମଦି ଏକପ୍ରକାର ଧଳା ମିଛ, ଯାହା ନୁହେଁ ତାହା ହୋଇଛିରେ ପରିବର୍ତ୍ତନ କରି ଅଜ୍ଞତାକୁ ଧଳା ପୋଷାକ ଦାରା ଆବୃତ୍ତ କରାଯାଏ ଓ ସମାଜ ନିକଟରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଏ।
ପରିଚୟର ସଂଜ୍ଞାକୁ ବିଶ୍ଳେଷଣ କଲେ ଦୃଶ୍ୟମାନ ହୋଇଥାଏ ଯେ ତୋଷାମଦିକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ହେଉଛନ୍ତି ଅପାରଗ ବା ଅଜ୍ଞ, ଯାହାର ନିଜର ବିଚାରଧାରାରେ ନିଜେ ଦୁର୍ବଳ ହୋଇଥିବାରୁ ଅଯଥା ପ୍ରଶଂସାରେ ସେ ନିଜକୁ ଗୌରବାନ୍ବିତ ହୋଇଥାଏ। ସମ୍ପ୍ରତି ସମାଜର ଯେଉଁ ବିଘଟନ ସୃଷ୍ଟି ହୋଇଛି, ସେଥିପାଇଁ ବ୍ୟକ୍ତିର ଆତ୍ମିକ ଚରିତ୍ର କେବଳ ଦାୟୀ ବୋଲି ବିବେଚନା କରିବାକୁ ପଡିବ। କାରଣ ଉପଯୁକ୍ତ ଅନୁପଯୁକ୍ତ ବା ଠିକ୍‌ ଭୁଲର ନିର୍ଣ୍ଣୟ ମଣିଷ କରିବାକୁ ଯଦି ଅସମର୍ଥ, ତେବେ କ୍ଷମତାର ‘କା’ରେ ତୋଷାମଦିର ତୀର୍ଥକ୍ଷେତ୍ରରେ ମଣିଷ ନିଜକୁ ନିମଜ୍ଜିତ କରିବାରେ ବାସ୍ତବିକତା ନ ଥାଏ। ଆଜିର ସମାଜରେ ଅନେକ ସ୍ଥାନରେ ବ୍ୟକ୍ତି ଅନେକ କିଛି ଉତ୍କର୍ଷ ବା ଜନହିତକର ତଥା ସାମାଜିକ କାର୍ଯ୍ୟ କରି ନିଜର ବ୍ୟକ୍ତିଗତ ସାର୍ଥକୁ ଆହୁତି ଦେଉଛି। ମାତ୍ର ସମାଜ ତାହାକୁ ଅନେକାଂଶରେ ଉପଯୁକ୍ତ ସମ୍ମାନ ଓ ମାନ୍ୟତା ଦେଇପାରେ ନାହିଁ, କାରଣ ସେଠାରେ ନ ଥାଏ କ୍ଷମତା ବା କିଛି ପାଇବାର ଆଶା। ବ୍ୟକ୍ତି ଯଦି ଧନୀ ଓ କ୍ଷମତାରେ ଥାଏ, ତେବେ ତୋଷାମଦିର ତୀର୍ଥକ୍ଷେତ୍ର ସେଇଠି ମାନ୍ୟତା ପାଇଥାଏ, ଯାହାକୁ ସ୍ବାର୍ଥର କଣିକାରେ ବ୍ୟକ୍ତି ସିଞ୍ଚନ କରି ପବିତ୍ର ଅନୁଭବ କରିଥାଏ। ଅତଏବ ତୋଷମଦିର ତୀର୍ଥକ୍ଷେତ୍ର ହେଉଛି ସ୍ବାର୍ଥର ଏକ ନୀତିହୀନ ଭୂମି, ଯେଉଁଠି ମଣିଷ ନିଜକୁ ପ୍ରଚ୍ଛଦରେ ପୂର୍ଣ୍ଣାହୁତି ଦେଇଥାଏ ବିବେକର ବିଚାରାଳୟରେ।
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri