Posted inଜାତୀୟ

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ ରାଜନୀତିରେ ଦଳବଦଳ ପ୍ରଥା ନୂଆ ନୁହେଁ, କାହିଁ କେବେଠାରୁ ଏହି ପ୍ରଥା ଲାଗି ରହିଛି। ଯେପରି ଗୋଟିଏ ପାର୍ଟିକୁ ଛାଡିବା ପରେ ଆଉ ଗୋଟିଏ ପାର୍ଟିରେ ଯୋଗ ଦେବା। କିମ୍ବା ଟିକେଟ୍‌ ନ ମିଳିବାରୁ ଏଦଳ ଛାଡି ଅନ୍ୟ ଏକ ଦଳରେ ଭଲ ଟିକେଟ୍‌ ପାଇବା ଏବେ ସାଧାରଣ କଥାରେ ପରିଣତ ହେଲାଣି।

ହରିୟାଣା ପରି ଛୋଟ ରାଜ୍ୟରେ ଭାଜପା ୧୦ଟି ଲୋକ ସଭା ସିଟ୍‌ ମଧ୍ୟରୁ ୬ଟି କଂଗ୍ରେସର ପୂର୍ବତନ ନେତାଙ୍କୁ ଦେଇଛି। ଯେଉଁମରାନେ କଂଗ୍ରେସର ଟିକେଟ୍‌ ନ ପାଇବାରୁ ଭାଜପାରେ ଯୋଗ ଦେଇଛନ୍ତି। ଏହି ଲିଷ୍ଟରେ ନବୀନ ଜିନ୍ଦଲ ଓ ରଣଜୀତ ସିଂହ ଚୌଟାଲା ମଧ୍ୟ ସାମିଲ୍‌ ଅଛନ୍ତି। ଯେଉଁମାନେ କଂଗ୍ରେସରେ ଟିକେଟ୍‌ ନ ପାଇବାରୁ ନିକଟରେ ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି।

ଭାଜପା, କଂଗ୍ରେସରୁ ଆସିଥିବା ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆନସରୁ ମଇଦାନକୁ ଓହ୍ଲାଇଛି। ଏହି ସିଟ୍‌ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି(ଏଏପି)ଙ୍କ ମଧ୍ୟରେ ବୁଝାମଣା ହୋଇ ଏଏପିକୁ ମିଳିଛି। ଅର୍ଥାତ୍‌ ଚଳିତ ନିର୍ବାଚନରେ ଏଏପିରୁ ସୁଶୀଲ ଗୁପ୍ତାଙ୍କୁ ଏହି ଠୁ ଟିକେଟ୍‌ ମିଳିଛି।

ଜିନ୍ଦଲଙ୍କ ପରି ରଣଜୀତ ସିଂହ ପାଟିଲ୍‌ ମଧ୍ୟ ଟିକେଟ୍‌ ନ ମିଳିବାରୁ କଂଗ୍ରେସ ଛାଡିଛନ୍ତି। ଚଳିତ ନିର୍ବାଚନରେ ସେ ଭାଜପା ପକ୍ଷରୁ ହିସାର ଆସନରୁ ନିର୍ବାଚନ ଲଢିବେ। ସେହିପରି ଏଏପିର ହରିୟାଣା ନିର୍ବାଚନ ଅଭିଯାନ ସମିତିର ଅଧ୍ୟକ୍ଷ ଅଶୋକ ତମ୍ବର ଚଳିତ ବର୍ଷ ନିଜ ସମର୍ଥକଙ୍କ ସହ ଭାଜପାରେ ସାମିଲ୍‌ ହୋଇଛନ୍ତି। ସେ ହିସାରରୁ ଲୋକ ସଭା ଏମପି ଓ କଂଗ୍ରେସର ରାଜ୍ୟ ସଭାପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ, କାମରେ ଯୋଗ ଦେବେ ସମସ୍ତ କ୍ରୁ ମେମ୍ବର

ନୂଆଦିଲ୍ଲୀ,୯।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟକୁ ବର୍ତ୍ତମାନ ଦୂର କରାଯାଇଛି। ପରିଚାଳନା ସହିତ ଚାରି ଘଣ୍ଟିଆ ବୈଠକ ପରେ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଛନ୍ତି।...

ଶିଖ ଅତିକମରେ ୫ ସନ୍ତାନ ଜନ୍ମ ଦିଅନ୍ତୁ: ଦମଦମି ଟକଶାଳାର ମୁଖ୍ୟ

ଚଣ୍ଡିଗଡ଼,୯।୫: ଶିଖମାନଙ୍କର ପ୍ରମୁଖ ସଂଗଠନ ଦମଦମି ଟକଶାଳାର ମୁଖ୍ୟ ଜ୍ଞାନି ହରନାମ ସିଂ ଖସଲା କହିଛନ୍ତି ଯେ ଶିଖଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ପ୍ରତ୍ୟେକ...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର

ଶିବକାଶି,୯।୫: ଗୁରୁବାର ତାମିଲନାଡୁର ଶିବକାଶିରେ ଥିବା ବାଣ କାରଖାନାରେ ବିସ୍ଫୋରଣରେ ପାଞ୍ଚ ଜଣ ମହିଳାଙ୍କ ସମେତ ଆଠ ଜଣ କର୍ମଚାରୀଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ...

କଂଗ୍ରେସର ଦାବି ହରିୟାଣାରେ ମିଳିବ ବହୁମତ

ଚଣ୍ଡିଗଡ଼,୯।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛନ୍ତି। ସେ ପୁଣି ଥରେ କହିଛନ୍ତି...

କେଜରିଓ୍ବାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରୁଛି ଇଡି

ନୂଆଦିଲ୍ଲୀ,୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରି କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ସୁପ୍ରିମକୋର୍ଟ...

‘ମୁଁ ତାଙ୍କ ପୁଅ ନୁହେଁ ସେଥିପାଇଁ ମୋତେ…’, ଶରଦ ପାଓ୍ବାରଙ୍କୁ ଭଗବାନ ବୋଲି କହିଲେ ଅଜିତ, ଖେଳିଲେ ଇମୋଶନାଲ କାର୍ଡ

ମୁମ୍ବାଇ,୯।୫: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏନସିପି (ଏସପି) ମୁଖ୍ୟ ଶରଦ ପାୱାରଙ୍କ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ମୋଦିଙ୍କୁ ମହାରାଷ୍ଟ୍ର ମାଟିରେ କବର ଦେବାକୁ ଧମକ, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ

ମୁମ୍ବାଇ,୯।୫: ନିଜ ବୟାନ ପାଇଁ ସର୍ବଦା ହେଡଲାଇନରେ ଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri