ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା ରାଜନେତା ତଥା ଏମ୍‌ପି ମହେଶ ସାହୁଙ୍କ ଭବିଷ୍ୟତକୁ ନେଇ ଏବେ ଆଲୋଚନା ଜୋର୍‌ ଧରିଛି। ଢେଙ୍କାନାଳରୁ ପୁନଃ ଏମ୍‌ପି ପ୍ରାର୍ଥୀ ହେବାକୁ ମହେଶ ପୂର୍ବରୁ ଆଶାୟୀ ଥିବା କୁହାଯାଉଥିଲା। ହେଲେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିବାରୁ ମହେଶଙ୍କ ନିକଟରେ କି କି ବିକଳ୍ପ ରହିଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ସେ ଏହି ସଂସଦୀୟ କ୍ଷେତ୍ରର ଏକ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।
ଅନୁଗୋଳ ଜିଲା ରାଜନୀତିରେ ମହେଶ ଜଣେ ପୁରୁଖା ନେତା। ୧୯୯୫ ସାଧାରଣ ନିର୍ବାଚନରେ ସେ ଭାଜପା ପକ୍ଷରୁ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହାପରେ ଲଗାତର ୨୦୦୦, ୨୦୦୪ରେ ସେ ଭାଜପା ପ୍ରାର୍ଥୀ ଭାବେ ତାଳଚେରରୁ ଜିତିଥିଲେ। ହେଲେ ୨୦୦୯ରେ ସେ ତାଳଚେରରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ହେଁ ପରାଜୟ ବରଣ କରିଥିଲେ। ୨୦୧୪ରେ ସେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ପ୍ରାର୍ଥୀ କରିଥିଲା ଓ ସେ ବିପୁଳ ଭୋଟରେ ବିଜୟୀ ମଧ୍ୟ ହୋଇଥିଲେ। ତେଣୁ ଅନୁଗୋଳର ଏହି ବରିଷ୍ଠ ରାଜନେତା ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଏମ୍‌ପି ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ ଆଶାବ୍ୟକ୍ତ କରିଥିଲେ। ହେଲେ ବିଜେଡି ଏଠାରେ ନୂଆ ପ୍ରାର୍ଥୀ ଦେବା ପରେ ମହେଶଙ୍କୁ ଦଳ ବିଧାନସଭା ନିର୍ବାଚନକୁ ଓହ୍ଲାଇବାକୁ ଯୋଜନା କରିଥିବା ସମର୍ଥକମାନେ ଆଲୋଚନା କରୁଛନ୍ତି। ମହେଶ ମଧ୍ୟ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ସେ ତାଳଚେର ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ଅନୁଗୋଳରୁ ଯଦି ପ୍ରାର୍ଥୀ କରେ ତା’ହେଲେ ମହେଶଙ୍କୁ ତାଳଚେର ଆସନ ଛାଡ଼ିବ ବୋଲି ରାଜନୈତିକ ବିଶାରଦମାନେ ଆଶଙ୍କା କରୁଛନ୍ତି। ତାଳଚେର ମହେଶଙ୍କ ରାଜନୈତିକ ଅନ୍ତୁଡ଼ିଶାଳ ହୋଇଥିବାରୁ ଏଠାରେ ତାଙ୍କର ପୁରୁଣା ସଙ୍ଗଠନ ସହ ଲୋକ ସମ୍ପର୍କ ସୁଦୃଢ଼ ରହିଛି। ତେଣୁ ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ତାଳଚେରରୁ ମହେଶଙ୍କୁ ବିଧାନସଭା ନିର୍ବାଚନକୁ ଓହ୍ଲାଇବାକୁ ବିଜେଡି ଉଚିତ ମଣିପାରେ ବୋଲି ସମର୍ଥକମାନେ କୁହାକୁହି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା...

ଥିଲାବାଲାଙ୍କୁ କାର୍ଡ, ଗରିବଙ୍କୁ ମିଳୁନି ରାଶନ

ପଟ୍ଟାମୁଣ୍ଡାଇ,୯ା୫ (କଳ୍ପତରୁ ନାୟକ)ଦେଶରେ କେହି ଭୋକିଲା ରହିବେ ନାହିଁ। ପେଟ ପାଇଁ ଆଉ କେହି ଭିକ୍ଷାବୃତ୍ତି କରିବେ ନାହିଁ। ଏ ନେଇ ୨୦୧୩ରେ କେନ୍ଦ୍ର ସରକାର...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ

ପୁରୀ, ୯ା୫(ଅଜିତ୍‌ ମହାନ୍ତି)ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ...

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri