Posted inଜାତୀୟ

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ ଏହାର ପ୍ରଭାବ ପକାଇବାକୁ ଚେଷ୍ଟା କରୁଛି, ଯାହା ବିଷୟରେ ସେମାନେ ବହୁତ ଚିନ୍ତିତ। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ହରିଶ ସାଲଭେ, ପିଙ୍କି ଆନନ୍ଦ, ମନନ କୁମାର ମିଶ୍ର, ହିତେଶ ଜୈନଙ୍କ ପରି ପ୍ରଖ୍ୟାତ ଆଇନଜୀବୀ ଅଛନ୍ତି। ଏଥିରେ କୁହାଯାଇଛି ଯେ ନ୍ୟାୟପାଳିକାର ସାର୍ବଭୌମତ୍ୱ ତଥା ସ୍ବାଧୀନତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଉଛି।
ଓକିଲମାନେ ଦାବି କରିଛନ୍ତି ଯେ, ଏହି ‘ସ୍ବତନ୍ତ୍ର ଗୋଷ୍ଠୀ’ କୋର୍ଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ଚାପ କୌଶଳ ଅବଲମ୍ବନ କରୁଛନ୍ତି। ବିଶେଷକରି ରାଜନୈତିକ ନେତା ତଥା ଦୁର୍ନୀତି ଅଭିଯୋଗ ସହ ଜଡିତ ଥିବା କ୍ଷେତ୍ରରେ ଏହାର ଚାପ ଅଧିକ ଦେଖାଯାଉଛି। ଓକିଲମାନେ ଆହୁରି କହିଛନ୍ତି, ସ୍ବତନ୍ତ୍ର ଗୋଷ୍ଠୀ ଦ୍ୱାରା କରାଯାଉଥିବା ଏହି କାର୍ଯ୍ୟଗୁଡ଼ିକ ଗଣତାନ୍ତ୍ରିକ ଗଠନ ଏବଂ ନ୍ୟାୟିକ ପ୍ରକ୍ରିୟାରେ ରଖାଯାଇଥିବା ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି। ଆସନ୍ତା ମାସରୁ ଲୋକ ସଭା ନିର୍ବାଚନ ହେବାକୁ ଥିବା ସମୟରେ ଏହି ଚିଠି ଲେଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମହାରାଷ୍ଟ୍ର ମାଟିରେ କବର ଦେବାକୁ ଧମକ, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ

ମୁମ୍ବାଇ,୯।୫: ନିଜ ବୟାନ ପାଇଁ ସର୍ବଦା ହେଡଲାଇନରେ ଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ଭାଜପାକୁ ଶକ୍ତ ଧକ୍କା

ଚଣ୍ଡିଗଡ଼,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରେ ଭାଜପା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା ଭାଜପାର ରାଜପୁତ ସମ୍ପ୍ରଦାୟର ବିଶିଷ୍ଟ ନେତା ସୁରଜ...

୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଶେଷ ହୋଇଛି ଏବଂ ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ଏ...

ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣନ୍ତି, ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କ’ଣ ମିଳିଲା ଜବାବ

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସାଧାରଣ ସଭାରେ...

ସଙ୍କଟରେ ହରିୟାଣା ସରକାର ଫ୍ଲୋର ଟେଷ୍ଟ ପାଇଁ ଦାବି କଲେ ଦୁଷ୍ୟନ୍ତ ଚୌଟାଲା, ମୁଖ୍ୟମନ୍ତ୍ରୀ କହିଲେ…

ଚଣ୍ଡିଗଡ଼,୯।୫: ହରିୟାଣାରେ ତିନିଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ସରକାର ଅଡୁଆରେ ପଡ଼ିଛନ୍ତି। ଏହି ସମୟରେ ଭାଜପାର...

ବିଳମ୍ବରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅପେକ୍ଷା ନ କରି ନାମାଙ୍କନ ଦାଖଲ କଲେ ଆନନ୍ଦ ଶର୍ମା

ଶିମ୍‌ଲା,୯ା୫: ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ରାଜ୍ୟର ମଣ୍ଡିରୁ କଂଗ୍ରେସ ପ୍ରାର୍ଥୀ...

୧୦୦ ଲୋକଙ୍କୁ ରାଜଭବନର ସିସିଟିଭି ଫୁଟେଜ୍‌ ଦେଖାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବିବାଦ ଆହୁରି ଗଭୀର ହେବାରେ ଲାଗିଛି।...

ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା

ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri