ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ୍‌ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ୫ଥର ପାଇଁ ୨୦୦ ମିଲିୟନ ଟନ୍‌ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ମଧ୍ୟ ପ୍ରଥମ ଜୋନ ହୋଇପାରିଛି। ପୂର୍ବତଟ ରେଳପଥର ୩ଟି ରେଳ ମଣ୍ଡଳ ଦ୍ୱାରା ଉତ୍ତମ ପ୍ରଦର୍ଶନ ପାଇଁ ଏହି ଲକ୍ଷ ହାସଲ ହୋଇପାରିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳବାଇ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍‌ ଥିଲା। ବର୍ତ୍ତମାନ ଏହା ୨୫୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍‌ ହୋଇପାରିଛି।

୨୦୨୩-୨୪ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ୧୪୯.୫୦ ନିୟୁତ ଟନ୍‌ କୋଇଲା, ୧୨.୯ ନିୟୁତ ଟନ୍‌ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ କରିଛି। ସେହିପରି ୨୦.୧୫ ନିୟୁତ ଟନ୍‌ ଷ୍ଟିଲ ଆଣ୍ଡ ସ୍ଲାଗ, ୩୭.୪ ନିୟୁତ ଟନ୍‌ ଲୁହାପଥର, ୧.୨୧ ନିୟୁତ ଟନ୍‌ ସିମେଣ୍ଟ, ୩.୧୬ ନିୟୁତ ଟନ ଖାଦ୍ୟ ଶସ୍ୟ ପରିବହନ କରିଥିବା ବେଳେ ୬.୪ ନିୟୁତ ଟନ୍‌ ସାର, ୩.୦ ନିୟୁତ ଟନ୍‌ ଖଣିଜ ତୈଳ ଏବଂ ଏହା ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ୨୩.୨୭ ନିୟୁତ ଟନ୍‌ ପଣ୍ୟ ପରିବହନ କରାଯାଇଛି। ଗତ ବର୍ଷର ସମାନ ସମୟ ଅବଧି ତୁଳନାରେ ଏହା ୬%ରୁ ଅଧିକ ପଣ୍ୟ ପରିବହନ ହୋଇପାରିଛି।

ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବତଟ ରେଳପଥ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସକରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ରେଳବାଇ ଜୋନ୍‌ ପାଇଁ ସଫଳତା ଆଣିଦେଇଛି ବୋଲି ମହାପ୍ରବନ୍ଧକ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର...

ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା...

ଡିସ୍‌ ଟିଭି ସ୍ମାର୍ଟ+ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୯।୫: ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri