ହୋଲିର ଶୁଭକାମନା ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଇସ୍ରାଏଲ ରାଷ୍ଟ୍ରଦୂତ କହିଲେ ଭାରତୀୟ ଆମର ପରିବାର

ନୂଆଦିଲ୍ଲୀ,୨୫।୩: ସୋମବାର ଦେଶ ସମେତ ସମଗ୍ର ବିଶ୍ୱରେ ହୋଲିର ପର୍ବ ଆନନ୍ଦ ଏବଂ ଉତ୍ସାହରେ ପାଳନ କରାଯାଉଛି। ଏହି ଅବସରରେ, ବିଦେଶର ଲୋକମାନେ ହୋଲି ରଙ୍ଗ ଏବଂ ଗୁଲାଲ ସହିତ ଖେଳୁଛନ୍ତି।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ହୋଲି ପର୍ବରେ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଙ୍ଗ, ପ୍ରେମ ଏବଂ ନୂତନ ଜୀବନର ଏକ ଆନନ୍ଦ ଉତ୍ସବ ବୋଲି ଆଲବାନିଜ କହିଛନ୍ତି। ମନ୍ଦ ଉପରେ ଭଲର ବିଜୟ ମାଧ୍ୟମରେ ନୂତନତାର ବାର୍ତ୍ତା ଅଷ୍ଟ୍ରେଲିଆବାସୀଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି।
ଆମେରିକାର ରାଜଧାନୀ ୱାଶିଂଟନ ଡିସିର ଡୁପଣ୍ଟ ସର୍କଲରେ ହୋଲିର ପର୍ବ ପାଳନ କରାଯାଇଛି। ଏହି ପର୍ବ ପାଳନ କରି ଲୋକମାନେ ସଂଗୀତର ତାଳେ ତାଳେ ନାଚି ନାଚି ଏହାକୁ ଉପଭୋଗ କରିଥିଲେ। ଭାରତରେ ନରୱେର ରାଷ୍ଟ୍ରଦୂତ ମେ-ଏଲିନ ଷ୍ଟେନର୍‌ ହୋଲି ଅବସରରେ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି। ଷ୍ଟେନର୍‌ ହିନ୍ଦୀରେ ପୋଷ୍ଟ କରି ଲେଖିଛନ୍ତି, ’ହୋଲି ହୈ ଭୋଇ ହୋଲି ହୈ! ବୁରା ମତ ମାନୋ, ହୋଲି ହୈ!
ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନ ହାପି ହୋଲି କାମନା କରୁଥିବାବେଳେ ଭାରତୀୟମାନଙ୍କୁ ତାଙ୍କ ପରିବାର ବୋଲି କହିଛନ୍ତି। ଗିଲନ କହିଛନ୍ତି, ଆସନ୍ତୁ ଏହି ଦିନକୁ ମନ୍ଦ ଉପରେ ଭଲର ବିଜୟ ପାଇଁ ପ୍ରାର୍ଥନା କରି ପାଳନ କରିବା।
ତେବେ ଇସ୍ରାଏଲର ରାଷ୍ଟ୍ରଦୂତ କହିଛନ୍ତି ଯେ ଚଳିତ ବର୍ଷ ହୋଲିର ଆନନ୍ଦ ଉତ୍ସବରେ ଯୋଗଦେବା କଷ୍ଟକର ହୋଇପଡିଛି, କାରଣ ଜାଣିଛନ୍ତି ଯେ ଗାଜାର ଅନ୍ଧକାର ଟନେଲରେ ଇସ୍ରାଏଲର ଶିଶୁ, ମହିଳା ଏବଂ ପୁରୁଷମାନେ ବନ୍ଦୀ ହୋଇ ରହିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri