ନିଶା କବଳରେ ଯୁବଗୋଷ୍ଠୀ, ବଢୁଛି ଅପରାଧ

ପଟ୍ଟାମୁଣ୍ଡାଇ,୨୨ା୩ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ି ଚାଲିଛି। ନିଶାସେବନକାରୀଙ୍କ ସଂଖ୍ୟା ବି ବଢ଼ିଛି। ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉଥିବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି। ଅଧିକାଂଶ ଯୁବଗୋଷ୍ଠୀ ମଦ, ଗଞ୍ଜେଇ, କଫ୍‌ ସିରପ, ନିଶା ବଟିକା ଓ ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ସ୍ଥିତି ବିଗିଡ଼ିବାକୁ ଲାଗିଲାଣି। ସନ୍ଧ୍ୟା ହେଲେ ବିଭିନ୍ନ ଛକରେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ପ୍ରବୀର ନାୟକ କୁହନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନଗୁଡିକ ଗ୍ରାମାଞ୍ଚଳର ବହୁ ମଦ ବ୍ୟବସାୟୀଙ୍କୁ ବିଦେଶୀ ମଦ ଯୋଗାଇଦେଉଛନ୍ତି। ସକାଳ ୧୦ଟା ପରେ ସ୍ବୀକୃତି ପ୍ରାପ୍ତ ମଦ ଦୋକାନ ଖୋଲିବାର ନିୟମ ଥିବାବେଳେ ଏଠାରେ ଥିବା ବିଦେଶୀ ମଦ ଦୋକାନଗୁଡିକ ଭୋର ସମୟରେ ଗ୍ରାମାଞ୍ଚଳର ଏହି ନିଶା ବ୍ୟବସାୟୀମାନଙ୍କୁ ନିଜ କାଉଣ୍ଟରକୁ ଡକାଇ ମଦ ବିକ୍ରି କରୁଛନ୍ତି। ଏପରିକି କେତେକ ବିଦେଶୀ ମଦ କାଉଣ୍ଟରରେ ନକଲି ମଦ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି। ନିଶା କାରବାର ହଟାଇବା ସହ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ କେବଳ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା ସମିତି ରାଲି ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯିବା ସହ ପୂର୍ବ ଭଳି ନିଶା କାରବାର ଜାରି ରହୁଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ଯୁବଗୋଷ୍ଠୀ ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା। ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ୍‌ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି। କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଧିକାଂଶ ଶିକ୍ଷିତ ଯୁବତୀ ଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ। ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡୁନାହାନ୍ତି। ନିଶା ଖର୍ଚ୍ଚ ମେଣ୍ଟାଇବା ପାଇଁ କେତେକ ଘୃଣ୍ୟ ବୃତ୍ତି ଆଦରି ନେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟି ଯାଉଛନ୍ତି।
ପ୍ରମୋଦ ସାହୁ କୁହନ୍ତି, ଗତ ବର୍ଷ ରାଜ୍ୟର ୧୨-୧୯ ବର୍ଷ ବୟସ୍କ ୯୮୦ ଜଣ କିଶୋରୀ ଓ ୮୭୮ ଜଣ କିଶୋରଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ନିଶା ସେବନରେ ୪୫.୬ ପ୍ରତିଶତ କିଶୋରୀ/କିଶୋର ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋରୀ/କିଶୋର କୌଣସି ତମାଖୁ ସେବନ କରୁନାହାନ୍ତି। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍‌, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋରୀ କିଶୋରଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା। ସେହିପରି ୪୨ ପ୍ରତିଶତ କିଶୋରୀ କଶୋର ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ। ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା।
ବିଜୟ ଦାସ କୁହନ୍ତି, ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ଅବଶ୍ୟମ୍ଭାବୀ। ଯେକୌଣସି ରାଷ୍ଟ୍ରର ସ୍ବାଧୀନତା ଆନ୍ଦୋଳନ କିମ୍ବା ନ୍ୟାୟ ପାଇଁ ଗଣଆନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ରୁଷିଆ, ଆମେରିକା, ଲଣ୍ଡନ ପରି ବୃହତ୍‌ ରାଷ୍ଟ୍ରରେ ଯୁବଗୋଷ୍ଠୀର ଭୂମିକା ଅତୁଳନୀୟ। କେବଳ ରାଷ୍ଟ୍ର ନୁହେଁ, ସମାଜ ଓ ପରିବାରର ଯୁବକ ହେଉଛି ସାହାଭରସା। ମାତ୍ର ଆମ ରାଜ୍ୟରେ ରାଜସ୍ବ ଆଦାୟ ପାଇଁ ଗଳିକନ୍ଦିରେ ମଦ ଭାଟି ଖୋଲି ମଦର ବହୁଳ ପ୍ରସାର କରାଯାଉଥିବାରୁ ଯୁବଗୋଷ୍ଠୀ ପ୍ରଥଭଷ୍ଟ ହେଉଛନ୍ତି। ଯଦି ବେଳ ଥାଉ ଥାଉ ସତର୍କ ନ ହେବେ ଆଗକୁ ପରିସ୍ଥିତି ଜଟିଳ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ଅବକାରୀ କାର୍ଯ୍ୟାଳୟ ସଦାବେଳେ ବନ୍ଦ ରହୁଥିବାରୁ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ଜିଲା ଅବକାରୀ ବିଭାଗ ଅଧୀକ୍ଷକ ଦେବୀ ମିଶ୍ରଙ୍କୁ ଏ ସଂକ୍ରାନ୍ତରେ ମତାମତ ପାଇଁ ଏକାଧିକ ଥର ଫୋନ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri