Posted inରାଜ୍ୟ

ପୋଷ୍ଟାଲ ବାଲାଟ୍‌ରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର

ଭୁବନେଶ୍ୱର,୨୧/୦୩: ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଥା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନ । ସେହି କ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନର ମାନଙ୍କୁ ମଧ୍ୟ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି ।

ଓଡ଼ିଶାରେ ମତଦାନ ଦିନ ଯେଉଁ ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ
ସେମାନେ ଯେପରି ଉଚିତ ଭାବରେ ମତଦାନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ଜିଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ମନୋନୀତ କରିବେ, ଯାହାଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପାଇଁ ବ୍ୟବହୃତ ଗାଡ଼ି ଅଧିଗ୍ରହଣ କରାଯିବ ।

ଯେଉଁ ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନରମାନେ ଏହି ଗାଡ଼ିରେ ନିୟୋଜିତ ଥିବେ ତାଙ୍କର ମତଦାନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ନିଶ୍ଚିତ କରାଯିବ ଓ ସେମାନଙ୍କୁ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ମତଦାନ ପାଇଁ ଫର୍ମ-୧୨ ଯୋଗାଇ ଦିଆଯିବ । ଏହି ଫର୍ମ-୧୨ରେ ଉକ୍ତ ଡ୍ରାଇଭର, କଣ୍ଡକଫର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଉଚିତ ରୂପେ ପୂରଣ ହୋଇଥିବା ନିଶ୍ଚିତ କରି ନୋଡ଼ାଲ ଅଧିକାରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ଅତି କମ୍‌ରେ ମତଦାନ ତାରିଖର ୭ ଦିନ (ସାତଦିନ) ପୂର୍ବରୁ
ପଠାଇବେ । ଏହା ଦ୍ୱାରା ଉକ୍ତ ମତଦାତାମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇ ପାରିବ ।

ନିର୍ବାଚନ ପରିଚାଳନା ଅଧିନିୟମ-୧୯୬୧ରେ ନୂତନ ଭାବେ ଯୋଡ଼ା ଯାଇଥିବା ନିୟମ ୧୮(କ) ଅନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭୋଟରମାନେ କେବଳ ‘ଫେସିଲିଟେସନ୍‌ ସେଣ୍ଟର’ରେ ହିଁ ନିଜ ନିଜର ମତଦାନ କରିବେ । ଏଣୁ ଏହି ଡ୍ରାଇଭର, କଣ୍ଡକଫର, କ୍ଲିନର୍‌ମାନେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସ୍ଥାନ ଓ ସମୟ ଅବଧି ମଧ୍ୟରେ ଫେସିଲିଟେସନ୍‌ ସେଣ୍ଟରରେ ମତଦାନ କରିବେ ।

ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ଏହି ବ୍ୟବସ୍ଥା ଯେପରି ଓଡ଼ିଶାରେ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ସମସ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ କମିଶନ ଓ ସମସ୍ତ ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri