ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ସର୍ଭେ ଆରମ୍ଭ

ବାଲେଶ୍ୱର, ୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ନିକଟସ୍ଥ କୁରୁଡ଼ାର ବାଙ୍ଗରା ଲେଭଲକ୍ରସିଂଠାରୁ ୩ ଶହ ମିଟର ଦୂରରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ ଲାଗି ମଙ୍ଗଳବାର ମଧ୍ୟାହ୍ନରେ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ୍‌ଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀମାନେ ଗ୍ରାଉଣ୍ଡ ଜିରୋରୁ ସର୍ଭେ ଆରମ୍ଭ କରିଛନ୍ତି। ଉକ୍ତ ସ୍ଥାନରେ ପାସେଞ୍ଜର ହଲ୍ଟ ନିର୍ମାଣ ଏବଂ ବାଙ୍ଗରା ଲେଭଲ କ୍ରସିଂରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇ ବିଭିନ୍ନ ସମୟରେ ଆନ୍ଦୋଳନ, ସତ୍ୟାଗ୍ରହ କରାଯାଇଥିଲା। ତେବେ ମାର୍ଚ୍ଚ ୧୪ତାରିଖରେ ‘ବାଙ୍ଗରା ରେଳଷ୍ଟେଶନ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରେଳରୋକୋ କରିବାକୁ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପରେ ଗତ ୧୩ତାରିଖରେ କମିଟିର ସଦସ୍ୟମାନେ ଡିଆରଏମ୍‌ଙ୍କ ସହ ଖଡ଼ଗପୁରରେ ଆଲୋଚନା କରି ରେଳଷ୍ଟେଶନ ନିର୍ମାଣ ଲାଗି ଲିଖିତ ପ୍ରତଶ୍ରୁତି ପାଇଥିଲେ।
ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ରେଳବାଇର ରେଳବାଇ ୱାର୍କସର ବରିଷ୍ଠ ସେକ୍ସନ ଇଞ୍ଜିନିୟର ରାଜେନ୍ଦ୍ର କୁମାର ପଞ୍ଜିଆରା, ଡିଟିଆଇ ଏସ୍‌. କେ. ମହାକୁଡ଼, କମର୍ସିଆଲ ଇନ୍ସିପେକ୍ଟର ଏସ୍‌. ସାହା, ସିନିୟର ସେକ୍ସନାଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅର୍ଜୁନ ମିଞ୍ଜ ପ୍ରମୁଖ ପାସେଞ୍ଜର ହଲ୍ଟ କେଉଁ ସ୍ଥାନରେ ନିର୍ମାଣ କରାଗଲେ ଯାତ୍ରୀ ଓ ରେଳବାଇକୁ ସୁବିଧା ହେବ ସେ ନେଇ ମାପଚୁପ କରିଥିଲେ। ଏଥିପାଇଁ ଲୁପଲାଇନର ଆବଶ୍ୟକତା ଅଛି ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ୪ଶହ ମିଟର ଦୈର୍ଘ୍ୟର ରେଳଷ୍ଟେଶନ /ପ୍ଲାଟଫର୍ମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ଲାଗି ମାପଚୁପ ପରେ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯିବ। ବାଙ୍ଗରା, କୁରୁଡ଼ା ହରିଡ଼ା, ସାଉଁ, ଗେଙ୍ଗୁଟି ଆଦି ୪୦ରୁ ଅଧିକ ଗ୍ରାମବାସୀ, ପାଖରେ ଥିବା ଶିଳ୍ପାଞ୍ଚଳର ଶ୍ରମିକ, କର୍ମଚାରୀ ଓ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏହାଦ୍ୱାରା ଉପକୃତ ହେବେ ବୋଲି ସାମାଜିକ ନ୍ୟାୟ ଅଧିକାର ମଞ୍ଚ ସଭାପତି ବିଧାନ ଚନ୍ଦ୍ର ଜେନା କହିଛନ୍ତି। ସର୍ଭେ ସମୟରେ କମିଟିର ସଭାପତି ସତ୍ୟନାରାୟଣ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଅଞ୍ଜନ କୁମାର ନାୟକ, ନିରଞ୍ଜନ ଦାସ, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri