Odisha Elections 2024

କୁଟୀରଶିଳ୍ପରେ ପରିଣତ ହେଲାଣି ବେଆଇନ ଇଟାଭାଟି

ଢେଙ୍କାନାଳ,୧୧ା୨(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର କଣ୍ଟାବଣିଆ ଥାନା ଓ ମୋଟଙ୍ଗା ଥାନା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀକୂଳ ଅଞ୍ଚଳରେ ଚାଲିଛି ବେଆଇନ ନାଲି ଇଟାଭାଟି ବେପାର। ବହୁ ପରିମାଣର ଇଟାଭାଟି ଏଠାରେ ଥିବାବେଳେ ଦୈନିକ ନୂଆ ନୂଆ ଭାଟି କରାଯାଇ ଇଟା ପୋଡ଼ାଯାଉଛି। ଦୀର୍ଘଦିନ ହେଲା ଏହି ବେଆଇନ ବେପାର ଏଠାରେ ଜାରି ରହିଥିବାରୁ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା କୁହାଯାଉଛି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ବ୍ରାହ୍ମଣୀ ନଦୀ କୂଳ ଅଞ୍ଚଳରେ ବେଆଇନ ଇଟା ଭାଟି ଗଢ଼ିଉଠିବା ନୂଆ ନୁହେଁ। ବର୍ଷ ବର୍ଷ ଧରି ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି କାରବାର ସହିତ ସମ୍ପୃକ୍ତ ରହିଛନ୍ତି। ଏହି ବେଆଇନ କାରବାର ସମ୍ପର୍କରେ ପ୍ରଶାସନ, ଶ୍ରମ ବିଭାଗ ଓ ପୋଲିସ ନିକଟରେ ଖବର ରହିଛି। କିନ୍ତୁ କଁା ଭଁା କେତେବେଳେ ଚଢ଼ାଉକୁ ବାଦ୍‌ ଦେଲେ କୌଣସି କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରି କି ୨୦୨୩ ଡିସେମ୍ବର ୧୫ ରୁ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ଅଘଟଣ ଘଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତଥାପି ପୋଲିସ, ଶ୍ରମ ବିଭାଗ ଓ ପ୍ରଶାସନର ଚେତା ପଶୁନାହିଁ। ବିଶେଷକରି ସ୍ଥାନୀୟ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଏଭଳି ବେଆଇନ କାର୍ଯ୍ୟପ୍ରତି ଆଖି ବନ୍ଦ କରିଦେଇଛନ୍ତି। ଏହାର ସୁଯୋଗ ନେଇ ସମ୍ପୃକ୍ତ ଭାଟି ମାଲିକମାନେ ଏହି ବେଆଇନ କାରବାରକୁ ଅଧିକରୁ ଅଧିକ ବଢ଼ାଇ ଚାଲିଛନ୍ତି। ଏହି ବେଆଇନ ଇଟାଭାଟି ମାଲିକମାନେ ବେଶ୍‌ ପ୍ରଭାବଶାଳୀ ହୋଇଥିବାରୁ ରାଜସ୍ବ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ଓ ଶ୍ରମ ବିଭାଗ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛି। କମଳାଙ୍ଗ ଦୁର୍ଗାପୁରସ୍ଥିତ ଏକ ବେଆଇନ ନାଲି ଇଟାଭାଟିରେ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ସେଠାରେ କାମ କରୁଥିବା ପ୍ରାୟ ୧୫ଜଣ ଶ୍ରମିକ ଭୟଭୀତ ହୋପଡ଼ିଛନ୍ତି। ସେମାନେ ପରିବାର ଓ ପିଲାଙ୍କୁ ଧରି ଅତି ବିପଦପୂର୍ଣ୍ଣ ଭାବେ ଛୋଟ ଛୋଟ ଟୁଙ୍ଗି ଘରେ ରହି ଇଟାଭାଟିରେ କାମ କରୁଥିବାରୁ ଅଘଟଣର ଆଶାଙ୍କା ରହିଛି। ଅନ୍ୟପଟରେ ଉକ୍ତ ବାଟଦେଇ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଥିବାରୁ ଏହା ମଧ୍ୟ ଶ୍ରମିକମାନଙ୍କୁ ଅଧିକ ଭୟଭୀତ କରିଦେଉଛି। କେଉଁ ସ୍ବାର୍ଥରେ ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ଏପରି ବେଆଇନ ଇଟାଭାଟି ମାଲିକମାନଙ୍କୁ ଅନୁକମ୍ପା ଦେଖାଉଛି, ତାହା ତଦନ୍ତ ସାପେକ୍ଷ। ଘଟଣା ସମ୍ପର୍କରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି କହିପାରିବେ ନାହିଁ ବୋଲି କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରବିବାର ଠାରୁ ଯୋଜନାବଦ୍ଧ ଭାବରେ ପୋଲିସ ସହଯୋଗରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ ହେବ ବୋଲି ଜିଲାପାଳ ମନୋରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

ବେଆଇନ ଇଟା ଭାଟିରେ ଛତିଶଗଡ଼ରୁ ଆସି ଶ୍ରମିକ ଭାବେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଯଦୁ ପ୍ରସାଦ କୁହନ୍ତି, ୧୫ଦିନ ହେଲା ଆମେ ଗୋଟିଏ ଗ୍ରାମରୁ ଆସି ପ୍ରାୟ ୧୫ଜଣ ଏଠାରେ ଶ୍ରମିକ ଭାବେ କାମ କରୁଛୁ। ସପ୍ତାହକୁ ସପ୍ତାହ ଆମକୁ ମଜୁରି ମିଳେ। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ତାରବାଡ଼ ଲଗାଯାଇଛି। ଏହି ଟୁଙ୍ଗି ଘରେ ଆମେ ରହୁଛୁ। ଶୁକ୍ରବାର ସନ୍ଧ୍ୟାରେ ଶ୍ରମିକ ମେଘନାଦ, ତାଙ୍କ ସ୍ତ୍ରୀ ନିରା, ସାନପୁଅ ଜିତୁ ଓ ବଡପୁଅ ଶିବଦାସ ଏକ ନୂଆ ଭାଟିରେ ନିଆଁ ଲଗାଇଥିଲେ। ପରେ ହାତୀ ଭୟରେ ଉପରେ ଚଢ଼ି ଘୋଡେଇ ହୋଇ ଶୋଇପଡିଥିଲେ। ଧୂଆଁରେ ଅଣନିଃଶ୍ୱାସୀ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଯଦୁ ପ୍ରସାଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ...

ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି।...

ନୟାଗଡ଼ର ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ, ବୁଥ୍‌ରେ ଚାପା ଉତ୍ତେଜନା

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୋଟ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଟିଟିଲାଗଡ଼ରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍‌ ଖୋଲିବା ପରେ ଭୋଟରମାନେ ଲମ୍ବା...

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri