ବିଦ୍ୟୁତ୍‌ ବିଭ୍ରାଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଦ୍ୟୁତ୍‌ ବିଭ୍ରାଟ ବଢ଼ିଚାଲିଛି। ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ୍‌ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଦର୍ଶାଇ ନିୟମିତ ବ୍ୟବଧାନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ସରବରାହକୁ ବନ୍ଦ କରି ଦିଆଯାଉଛି। ଏହାକୁ ନେଇ ଜିଲାରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଶୁକ୍ରବ୍ରାର ୱେସ୍କୋ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଭେଟି ବିଦ୍ୟୁତ୍‌ ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ବରଗଡ଼ ସହରର ବିଭିନ୍ନ ୱାର୍ଡରେ ପୁରୁଣା ମିଟର ହଟାଇ ନୂତନ ସ୍ମାର୍ଟ ମିଟର ସ୍ଥାପନ କରାଯାଉଛି। ତେବେ ବିଭାଗୀୟ କର୍ମଚାରୀମାନେ ବିନା ପରିଚୟପତ୍ରରେ ଘରକୁ ପ୍ରବେଶ କରୁଥିବାବେଳେ ସ୍ମାର୍ଟ ମିଟର ସ୍ଥାପନର ଉପାଦେୟତା ନେଇ ଲୋକଙ୍କୁ ଠିକ୍‌ଭାବେ ବୁଝାଇ ପାରୁନାହାନ୍ତି। ସେହିପରି ବିଦ୍ୟୁତ୍‌ ଦେୟ ଅସୁଲି ପାଇଁ ଉପଭୋକ୍ତାଙ୍କ ଘରକୁ ଯାଉଥିବା କର୍ମଚାରୀମାନେ ବିଦ୍ୟୁତ୍‌ ବିଲ୍‌ ପୁରୁଣା କି ନୂଆ, ତାହା ମଧ୍ୟ ଠିକ୍‌ଭାବେ ଜଣାଉ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟୁତ କାଟ୍‌ ଅନବରତ ଚାଲୁଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ମଧ୍ୟ ସଂଘ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ପୁରୁଣା କେବୁଲ ହଟାଇ ନୂଆ କେବୁଲ ଲଗାଯାଉଛି ଏବଂ ଆସନ୍ତା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ନେଇ ସଶକ୍ତ ଭିତ୍ତିଭୂମି ପ୍ରସ୍ତୁତ ହେବ। ଗ୍ରୀଷ୍ମଦିନରେ ଆଉ ପୂର୍ବଭଳି ବିଦ୍ୟୁତ୍‌ ସମସ୍ୟା ରହିବ ନାହିଁ ବୋଲି ନିର୍ବାହୀ ଯନ୍ତ୍ରୀ ଶତପଥୀ କହିଥିଲେ।
ସେହିପରି ସହରର ବିଭିନ୍ନ ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର ରହିଥିବା ଯୋଗୁ ବିଭିନ୍ନ ସମୟରେ ବିପଦ ଆଶଙ୍କା ରହିଛି। ଫଳରେ ସେଭଳି ସ୍ଥାନରେ ପାଚେରି ଦେବାକୁ ସଂଘ ଦାବି କରିଛି। ସେ ଦିଗରେ ମଧ୍ୟ ବିହିତ ପଦକ୍ଷେପ ନିଆଯିବ ଏବଂ ରୁହୁନିଆଁରେ ନିର୍ମାଣାଧୀନ ଗ୍ରୀଡ୍‌ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଶତପଥୀ କହିଥିଲେ। ଆଲୋଚନାବେଳେ ୱେସ୍କୋ ଏସ୍‌ଡ଼ିଓ ନଳିନୀକାନ୍ତ ପଟେଲ ଉପସ୍ଥିତ ଥିଲେ। ବିଦ୍ୟୁତ୍‌ ଉପଭୋକ୍ତା ସଂଘର ଉପସଭାପତି ବିଷ୍ଣୁଚରଣ ଦାଶ, ସମ୍ପାଦକ ସର୍ଦ୍ଦାର ପ୍ରୀତମ ସିଂହ, କୋଷାଧ୍ୟକ୍ଷ କମଳ ଯୋଶୀ, କୃଷ୍ଣଚନ୍ଦ୍ର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଦାଶ, ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ରାଧାରାଣୀ ମିଶ୍ର, ପ୍ରୀତି ଗୁରୁ, ମନ୍ଦାକିନୀ ପତି, ଇନ୍ଦ୍ରାଣୀ ଶତପଥି, ଅଞ୍ଜନା ଦାଶ, ଜୟନ୍ତୀ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri