ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ ଅଞ୍ଚଳ ହୋଇଥିବାରୁ ଅତ୍ୟଧିକ ବର୍ଷା ହେଲେ କିମ୍ବା ନଦୀରେ ବନ୍ୟା ଆସିଲେ ଏସବୁ ପଞ୍ଚାୟତର ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ନଦୀବନ୍ଧ ସୁଦୃଢ କରିବା ଓ ବନ୍ୟା ଦାଉରୁ ବନ୍ଧକୁ ସୁରକ୍ଷା ଦେବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ଧର ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ କରାଯାଉଛି। କିନ୍ତୁ ଏହି କାର୍ଯ୍ୟ ଖରାଦିନେ ନ କରି ବର୍ଷାଦିନେ କରାଯାଉଛି। ଫଳରେ ଠିକ୍‌ ଭାବେ କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଠିକାଦାର ମନମୁଖି ଓ ନିମ୍ନମାନର କାର୍ଯ୍ୟ କରୁଥିବା କୁହାଯାଉଛି। ସୂଚନା ଅନୁଯାୟୀ, ତିରୁଣା ପଞ୍ଚାୟତ ଦେଇ ପ୍ରବାହିତ ବାଉଁଶ ଯୋରୀରେ ବନ୍ୟାଜଳ ନିୟନ୍ତ୍ରଣ କରିବା ସହିତ ଉଦବୃତ ଜଳ ନିଷ୍କାସନ ଓ ମରୁଡି ସମୟରେ ଚାଷଜମିକୁ ଜଳ ଯୋଗାଇବାକୁ ତେଲସରା ଓ ବାଲିକୁଦା ବ୍ଲକ ମାଛଗଁା ପଞ୍ଚାୟତର ଅସିଲଠାରେ ସ୍ଲୁଇସ ଗେଟ୍‌ ନିର୍ମାଣ କରାଯାଇଛି। ଏହିଠାରେ ବାଉଁଶ ଯୋରୀ ଦେବୀ ନଦୀ ସହିତ ମିଶିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏହି ପଠାଟି ପୂର୍ବରୁ ଚାରଣ ଭୂମି ଥିଲା। ଗୃହପାଳିତ ପଶୁ ଏଠାରେ ଚରାବୁଲା କରୁଥିଲେ। ସମୟ କ୍ରମେ ଦେବୀ ନଦୀରୁ ଅତଡ଼ା ଖସି ଏହି ଚାରଣ ଭୂମି ସମ୍ପୂର୍ଣ୍ଣ ଭାବେ ନଦୀଗର୍ଭରେ ଲୀନ ହେବାକୁ ବସିଛି। ଫଳରେ ନଦୀବନ୍ଧ ଓ ନଦୀ କୂଳିଆ ଗ୍ରାମ ପାଇଁ ବିପଦ ସୃଷ୍ଟି ହେଉଛି। ଏହାର ପ୍ରତିକାର ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଚଳିତବର୍ଷ ପଥର ପ୍ୟାକିଂ କରିବାକୁ ଟେଣ୍ଡର ଯୋଗେ ଜଣେ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି। ସମ୍ପୃକ୍ତ ଠିକାଦାର ସୂଚନା ଫଳକରେ ଦର୍ଶାଇଥିବା ତଥ୍ୟ ଅନୁସାରେ ପଥର ପ୍ୟାକିଂ ବାବଦକୁ ୬୮ଲକ୍ଷ ୮୩ ହଜାର ୦୯୯ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଠିକାଦାରଙ୍କୁ ୫୮ଲକ୍ଷ ୫୧ହଜାର ୩୨୨ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯିବାର ଚୁକ୍ତି କରାଯାଇଛି। ଏହି କାର୍ଯ୍ୟ ଆରମ୍ଭ ତାରିଖ ୩ ଜୁନ ୨୦୧୯ ଥିବାବେଳେ ଶେଷ ତାରିଖ ୨ ଡିସେମ୍ବର ୨୦୧୯ ରଖାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ପୃକ୍ତ ଠିକାଦାର ସପ୍ତାହ ପୂର୍ବରୁ ନଦୀବନ୍ଧ ନିକଟରେ ମାତ୍ର କେଇ ହାତ ମାଟି ଖୋଳି କିଛି ପଥର ପକାଇ ସୂଚନା ଫଳକ ଲଗାଇ ଉଭାନ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ସ୍ଲୁଇସ ନିକଟରେ ମାସାଧିକ କାଳ ଏହି ପଥର ପଡ଼ିରହିଥିଲା। କିନ୍ତୁ ଏହି ୧୦ ଦିନ ହେବ ଉକ୍ତ ପଥରକୁ ନଦୀ ତଳକୁ ଖସାଯାଇ ମାଟି ପକାଯାଇଛି। ଏଥିସହ ସ୍ଲୁଇସ ଗେଟ୍‌ ନିକଟରେ ସୂଚନା ଫଳକ ଲଗାଯାଇଛି। ବର୍ତ୍ତମାନ ବର୍ଷାଦିନ ଯୋଗୁ ନଦୀରେ ବନ୍ୟା ପାଣି ପ୍ରବେଶ କରି ନଦୀ ଫୁଲି ରହିଛି। ଏପରିକି ପଥର ପ୍ୟାକିଂ ସ୍ଥାନରେ ଅତଡ଼ା ମଧ୍ୟ ଖାଉଛି। ଏହି ସମୟରେ ଠିକାଦାର ନାମକୁମାତ୍ର କେଇ ଖଣ୍ଡ ପଥର ପକାଇ ସୂଚନା ଫଳକ ଲଗାଇ ବିଲ କରି ନେବାକୁ ମସୁଧା କରୁଥିବା କୁହାଯାଉଛି। ଏ ସମ୍ପର୍କରେ ବାଲିକୁଦା ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଉତ କହିଛନ୍ତି ଯେ, କାଯର୍‌ୟ କରିବାର ଅବଧି ଶେଷ ହୋଇନାହିଁ। ଠିକ୍‌ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri