କଳାହାଣ୍ଡି: ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା

ଭବାନୀପାଟଣା,୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନା କରିବା ସହ ୫-ଟିରେ ଡାକ୍ତରଖାନାଗୁଡିକୁ କୋଟି କୋଟି ଟଙ୍କାରେ ରୂପାନ୍ତର କରାଯାଇଛି। ସେହିପରି ଉନ୍ନତ ମାନର ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ଯନ୍ତ୍ରପାତି ସଂଯୋଗ ଯୋଗୁ ରୋଗୀମାନେ ମାଗଣାରେ ସେବା ପାଇ ଉପକୃତ ହେବେ ବୋଲି ଆଶା କରାଯାଉଛି। ହେଲେ ଆବଶ୍ୟକ ଡାକ୍ତର ନ ଥିବାରୁ ଏଠାକାର ରୋଗୀମାନେ ଅଧିକ ଚିକିତ୍ସା ପାଇଁ ଜିଲା ତଥା ରାଜ୍ୟ ବାହାର ଡାକ୍ତରଖାନାକୁ ଉପରେ ଅଧିକ ନିର୍ଭର କରୁଛନ୍ତି। ଜିଲା ମୁଖ୍ୟାଳୟ ଭବାନୀପାଟଣା ଡାକ୍ତରଖାନାରେ ୪୨ଟି ଲେଖାଏଁ ମହିଳା ଓ ପୁରୁଷଙ୍କ ବେଡ ରହିଥିବାବେଳେ ଜିଲାର ରୋଗୀ ସଂଖ୍ୟା ଅଧିକ ହେତୁ ପ୍ରାୟ ସମୟରେ ବେଡ ମିଳି ନ ଥାଏ। ମଙ୍ଗଳବାର ବେଡ ନ ମିଳିବାରୁ ଜଣେ ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି। ଜିଲାର ଧର୍ମଗଡ ବ୍ଲକ ବର୍ଡଫୁର୍ଲା ଗ୍ରାମର ଶତୃଘନ ଶବର ନାମକ ଜଣେ ବୃଦ୍ଧାଙ୍କ ସୁଗର ଲେବଲ କମିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଏହି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ବେଡ ଖାଲି ନ ଥିବାରୁ ତାଙ୍କୁ ବାରଣ୍ଡା ଚଟାଣରେ ଚିକିତ୍ସା କରାଯାଇଥିଲା। ଏପରିକି ସାଲାଇନ ରଖିବା ପାଇଁ ମଧ୍ୟ ମେଡିକାଲ କର୍ମଚାରୀ ଷ୍ଟେନ ଲଗାଇ ନ ଥିବାବେଳେ ସେଠାରେ ଥିବା ଝରକାରେ ସାଲାଇନକୁ ରଖି ତାଙ୍କୁ ଚଢାଯାଉଥିବା ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଘଟଣା ସାଧାରଣରେ ନିନ୍ଦା ପ୍ରକାଶ କରାଯାଇଛି।

ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, କଳାହାଣ୍ଡି ଜିଲାରେ ୬୦୯ଜଣ ଡାକ୍ତର ନିଯୁକ୍ତି ବଦଳରେ ଏବେ ମାତ୍ର ୨୩୬ ଜଣ ରହିଛନ୍ତି। ଯାହାଦ୍ୱାର ଜିଲା ସ୍ବାସ୍ଥ୍ୟ ସେବା କେମିତି ପରିଚାଳିତ ହେଉଥିବା ତାହା ସହଯେ ଅନୁମେୟ। ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ କାର୍ଯ୍ୟାଳୟରେ ୮ଜଣ ଡାକ୍ତର ରହିବା ବଦଳରେ ଏବେ ୬ଜଣ ଅଛନ୍ତି। ୨ଟି ଡାକ୍ତର ପଦବୀ ଖାଲିପଡିଛି। ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ୧୪୫ଜଣ ଡାକ୍ତର ରହିବା ବଦଳରେ ଏବେ ମାତ୍ର ୪୨ ଜଣ ଅଛନ୍ତି। ୧୦୩ଟି ଡାକ୍ତର ପଦବୀ ଖାଲିପଡିଛି। ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ୪୮ଜଣ ଡାକ୍ତର ରହିବା ବଦଳରେ ଏବେ ୧୭ଜଣ ଅଛନ୍ତି। ୩୧ ଡାକ୍ତର ପଦବୀ ଖାଲି ପଡିଛି। ଉଦିତ ନାରାୟଣପୁର ଟିଭି ହସ୍ପିଟାଲରେ ୭ଜଣ ଡାକ୍ତର ରହିବା ବଦଳରେ ଏବେ ସେଠାରେ ୫ଜଣ ରହିଛନ୍ତି। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୧ ଜଣ ବଦଳରେ ୬ଜଣ ରହିଛନ୍ତି। ସେହିପରି ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୬ରୁ ୧୫, ଚିଲଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ରୁ ୫, ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ରୁ ୧୧, ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୬ରୁ ୧୨, ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୧୦, ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୩ରୁ ୭, ଚପୁରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୧ରୁ ୬, ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ରୁ ୮, ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୯, କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨ରୁ ୯, ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ରୁ ୧୧, ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ରୁ ୫, ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୯, ଏମ୍‌ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ରୁ ୧୫, କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ରୁ ୧୧ ଓ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ରୁ ୭ଜଣ ରହିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଚେତା ପାଣିଙ୍କୁ ପଚାରିବାରୁ ଗତ ମାସରେ ନୂତନ ୭୧ଜଣ ଡାକ୍ତର ନିଯୁକ୍ତି ପାଇ ଯୋଗଦାନ କରିଛନ୍ତି। ଯଦ୍ୱାରା ଏହି ସଂଖ୍ୟା ଏବେ ଏତିକି ଅଛି। ପୂର୍ବରୁ ଡାକ୍ତର ସଂଖ୍ୟା ଜିଲାରେ କମ୍‌ ଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri