ଲଣ୍ଡନରେ ଯାତ୍ରୀବାହୀ ଟ୍ରେନ୍‌କୁ ରୋକିଦେଲା ଗୋଟିଏ ହଂସ, ହଟାଇବାକୁ ବି ଡରିଲେ ଲୋକେ; କାରଣ ଜାଣିଲେ…

ସାଧାରଣତଃ ଯାତ୍ରା ସମୟରେ ଲୋକେ ଚେନ୍‌କୁ ଟାଣି ଟ୍ରେନ୍‌ ରୋକିଦେଇଥାନ୍ତି। ହେଲେ ଏବେ ଚକିତ କଲାଭଳି ଘଟଣାକ୍ରମରେ ହଂସଟିଏ ଯାତ୍ରୀଭର୍ତ୍ତୀ ଟ୍ରେନ୍‌କୁ ରୋକି ଚର୍ଚ୍ଚାକୁ ଆସିଛି। ଅଜବ ଲାଗିଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି।

ମାମଲାଟି ଲଣ୍ଡନର ଉପନଗର ବିଶପ ଷ୍ଟାର୍ଟଫୋର୍ଡ ଷ୍ଟେଶନର। ଏଠାରେ ଗୋଟିଏ ହଂସ ରେଳଧାରଣାରେ ବଡ଼ ଆରାମରେ ଚାଲୁଥିଲା। ଏହାକୁ ଦେଖି ପାଇଲଟ୍‌ ତାଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ହେଲେ ତାହା ହୋଇପାରି ନ ଥିଲା। ଫଳରେ ବାଧ୍ୟହୋଇ ସେ ଟ୍ରେନ୍‌କୁ ରୋକିଦେଇଥିଲେ। ଫଳରେ ଯାତ୍ରୀମାନେ ବେଶ ହଇରାଣ ହୋଇଥିବା କୁହାଯାଉଛି।

ଆପଣଙ୍କ ମନରେ ଆସୁଥିବ ଯେ ହଂସକୁ କେହିଜଣେ ରେଳଧାରଣାରୁ ଉଠାଇ ନେଇ ପାରିଥାନ୍ତା। କହିବାକୁ ଗଲେ ଲଣ୍ଡନରେ ଏହାକୁ ନେଇ ଏକ ଆଇନ ରହିଛି। ତଦନୁଯାୟୀ ଚିହ୍ନିତ ହଂସ କ୍ରାଉନ୍‌ ପ୍ରିନ୍ସଙ୍କ ସମ୍ପତ୍ତି ବୋଲି ଧରାଯାଏ। ଏଣୁ ତାଙ୍କୁ କେହି ଛୁଇଁ ପାରିବେ ନାହିଁ। ସେମାନଙ୍କ ଉପରେ କେବଳ କ୍ରାଉନ୍‌ ପ୍ରିନ୍ସଙ୍କ ଅଧିକାର ରହିଛି। ଏଭଳି ଭାବେ ଉକ୍ତ ହଂସଟି ରାଜପରିବାରର ଥିଲା। ଏଥିଲାଗି କେହି ବି ତାଙ୍କୁ ହଟାଇ ନ ଥିଲେ।

 

View this post on Instagram

 

A post shared by RT (@rt)


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri