ସାଇକେଲ ପାଇ ବି ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟତା କରାଯାଉଛି। ସେମାନଙ୍କୁ ସୁବିଧାରେ ଯାତାୟାତ ନିମନ୍ତେ ଆବଶ୍ୟକତା ଅନୁଯାୟୀ ତିନି ଚକିଆ ସାଇକେଲ, ବ୍ୟାଟେରୀ ଚାଳିତ ସାଇକେଲ, ୩ ଚକିଆ ସ୍କୁଟି ଆଦି ଯୋଗାଇ ଦିଆଯାଉଛି। ମାତ୍ର ଏହାର ମରାମତ ବ୍ୟବସ୍ଥା କରାଯାଉ ନ ଥିବାରୁ ଅଳ୍ପ ଦିନରେ ଭାଙ୍ଗି ଘରେ ପଡ଼ୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସଦର ବ୍ଲକ୍‌ ଜାମୁନାଳିଆ ଗ୍ରାମର ଚନ୍ଦନ ନାୟକ(୬୦)ଙ୍କୁ ବ୍ୟାଟେରୀ ଚାଳିତ ୩ ଚକିଆ ସାଇକେଲ ମିଳିଥିଲା। ସେ କେନ୍ଦୁଝର ସହରକୁ ଚାଲି ଚାଲି ଭାର କରି ଖଲି ଚଉତି, ପତ୍ର ଆଣି ବିକ୍ରି କରୁଥିଲେ। ସାଇକେଲ ମିଳିବା ପରେ ସୁବିଧାରେ ଯାତାୟାତ କରିପାରୁଥିଲେ। ତେବେ ପେଡାଲ ନିକଟରୁ ଏକ ବୋଲଟ୍‌ ଖସି ପଡ଼ିବା ଫଳରେ ଟ୍ରାଇ ସାଇକେଲ ଚଳାଇବାରେ ସମସ୍ୟା ହେବାରୁ ଏକ କାଠି ଲଗାଇ ଚଳାଉଛନ୍ତି। ପ୍ରଶାସନ ପକ୍ଷରୁ ରେଞ୍ଜି ଦିଆଯାଇନି କି ସର୍ଭିସ ସୁବିଧା ମିଳୁନାହିଁ। ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପକ୍ଷେ ସଜାଡ଼ିବା କଷ୍ଟକର। କୌଣସି ସମୟରେ ରାସ୍ତାରେ ପେଡ଼ାଲ ଖସି ପଡ଼ିବାର ଭୟ ରହୁଥିବା ଚନ୍ଦନ କହିଛନ୍ତି। ନିୟମାନୁଯାୟୀ, ନୂଆ ସାଇକେଲ ବା ଗାଡ଼ି କିଣିଲେ କମ୍ପାନୀ କିଛି ମାସ ପର୍ଯ୍ୟନ୍ତ ଏହାର କୌଣସି ସମସ୍ୟା ଥିଲେ ସଜାଡ଼ି ଦେଇଥାନ୍ତି। କିନ୍ତୁ ଏଠାରେ ସାଇକେଲ ବା ଗାଡ଼ି ବିକି କମ୍ପାନୀ ଲାଭବାନ ହେଉଛନ୍ତି ଏବଂ ପ୍ରଶାସନ ସେସବୁ ବାଣ୍ଟି ଫଟୋ ଉଠାଇ ସଫଳତା ଦର୍ଶାଉଛନ୍ତି। ସର୍ଭିସିଂ ହେଉଛି କି ନାହିଁ ତାହାର ସମୀକ୍ଷା କରୁନାହାନ୍ତି। ଏଣୁ ବହୁ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏ ନେଇ ପ୍ରଶାସନ ଦୃଷ୍ଟି ଦେବା ସହ ମରାମତି ବ୍ୟବସ୍ଥା କରିବାକୁ ସ୍ଥାନୀୟ ସାମାଜିକ କର୍ମୀ ଦିଲୀପ କୁମାର ସାହୁ, ପ୍ରଦିପ ମହାନ୍ତ ଦାବି କରିଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ କହିଛନ୍ତି, ନିଜେ ମରାମତି ପାଇଁ କୌଣସି ସରଞ୍ଜାମ ଦିଆଯାଏ ନାହିଁ। ତେବେ ପ୍ରତ୍ୟେକ ମାସ ବ୍ଲକ୍‌ସ୍ତରରେ ମରାମତି ପାଇଁ ବ୍ୟବସ୍ଥା ରହିଛି। ହିତାଧିକାରୀମାନେ ବାହାରେ ରଖୁଥିବାରୁ ବର୍ଷାରେ ଖରାପ ହେଉଛି। ନଚେତ୍‌ ଖରାପ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ

ଅମରପାଲି,୯ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତି...

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରୁ ଭାଜାପା: ବିଜେଡି

ସମ୍ବଲପୁର,୯ା୫(ପ୍ରମୋଦ ବହିଦାର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭାଜପା ନେତାଙ୍କ ମିଛ ଧରାପଡିଛି। ମହାନଦୀ ଶୁଖିଲା ପଡିଛି, ଏଥିପାଇଁ ଦାୟୀ କିଏ। ସେ...

ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୯ା୫(ନବୀନ ରାଜ ଆଚାରୀ): ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ...

ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ, ଏସଏଚ୍‌ଜି ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ବିଜେଡି ନିର୍ବାଚନୀ ଇସ୍ତାହାର : ଯୁବତୀଯୁବକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, ମାଗଣା ବିଜୁଳି ସହ BSKY କାର୍ଡକୁ ନେଇ ହେଲା ବଡ଼ ଘୋଷଣା

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri