Posted inଜାତୀୟ

ପାଲାନି ମନ୍ଦିର ଧ୍ୱଜସ୍ତମ୍ଭ ସମ୍ମୁଖଦେଇ ଅଣ-ହିନ୍ଦୁଙ୍କ ପ୍ରବେଶ ମନା: ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୩୧।୧ : ତାମିଲନାଡୁର ପାଲାନି ମନ୍ଦିର ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଅଣ-ହିନ୍ଦୁମାନଙ୍କୁ ଧ୍ୱଜସ୍ତମ୍ଭ ସମ୍ମୁଖରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏନେଇ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବୋର୍ଡ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ କୋର୍ଟ ମନ୍ଦିର ସହ ଜଡିତ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶ ଦେଇଛନ୍ତି। ରୀତିନୀତି ଏବଂ ପ୍ରଥା ଅନୁଯାୟୀ ମନ୍ଦିରର ରକ୍ଷଣାବେକ୍ଷଣ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟ କହିଛନ୍ତି ମନ୍ଦିରଗୁଡିକ ସମ୍ବିଧାନର ଧାରା ୧୫ ଅନୁଯାୟୀ ଆସେ ନାହିଁ। ଏଭଳି ପରିସ୍ଥିତିରେ ଅଣ-ହିନ୍ଦୁମାନଙ୍କ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅନ୍ୟାୟ ବୋଲି ବିବେଚନା କରାଯାଇପାରିବ ନାହିଁ।

କୋର୍ଟ କହିଛନ୍ତି ମନ୍ଦିରର ପ୍ରବେଶ ପଥରେ ଥିବା ଧ୍ୱଜସ୍ତମ୍ଭ ନିକଟରେ ଏକ ବୋର୍ଡ ଲଗାଯିବା ଉଚିତ ଯେ ’ଅଣ-ହିନ୍ଦୁମାନଙ୍କୁ ଏହାର ସମ୍ମୁଖ ଦେଇ ପ୍ରବେଶ କରିବାକୁ ଅନୁମତି ନାହିଁ’। ତାମିଲନାଡୁ ହାଇକୋର୍ଟର ମଦୁରାଇ ବେଞ୍ଚରେ ଜଷ୍ଟିସ ଏସ ଶ୍ରୀମତି ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ମନ୍ଦିର ପିକନିକ ସ୍ଥାନ ନୁହେଁ ଯେଉଁଠାକୁ ବାହାର ଲୋକ କିମ୍ବା ଅନ୍ୟ ଧର୍ମର ଲୋକମାନେ ଯାଇପାରିବେ। ଏହି ଆଦେଶ ପୂର୍ବରୁ ମନ୍ଦିର ସ୍ଥିତି ବଜାୟ ରଖିବାକୁ ଦିଆଯାଇଥିଲା। ମନ୍ଦିର ଉତ୍ସବ ସମୟରେ ହଟାଯାଇଥିବା ଡିସପ୍ଲେ ବୋର୍ଡଗୁଡ଼ିକୁ ପୁନଃ ସ୍ଥାପନ କରିବାକୁ କୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପାଲାନିର ସେନ୍ଥିଲକୁମାର କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ମନ୍ଦିରର ନୋଟିସ ବୋର୍ଡ ହଟାଇବାକୁ ବିରୋଧ କରାଯାଇଥିଲା। ବୋର୍ଡରେ ଲେଖାଯାଇଥିବା ବାର୍ତ୍ତାରେ ଅଣ-ହିନ୍ଦୁମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ସେ ନୋଟିସ ବୋର୍ଡ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ମାଗିଥିଲେ। ଶୁଣାଣି ପରେ ଜଷ୍ଟିସ ଶ୍ରୀମତିଙ୍କ ଏକକ ଜଜ ବେଞ୍ଚ ଏହାକୁ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଣ-ହିନ୍ଦୁ ତଥା ମନ୍ଦିର ପରିସରରେ ହିନ୍ଦୁ ବିଶ୍ୱାସକୁ ଅନୁସରଣ କରୁ ନ ଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ କେବଳ ଧ୍ୱଜସ୍ତମ୍ଭ ପର୍ଯ୍ୟନ୍ତ ପ୍ରଯୁଜ୍ୟ। ସୂଚନାଯୋଗ୍ୟ ଅଣ-ହିନ୍ଦୁମାନଙ୍କୁ ଦର୍ଶନ କରିବା ପୂର୍ବରୁ ପଞ୍ଜିକରଣ କରିବାକୁ ପଡିବ। ମନ୍ଦିର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri