Odisha Elections 2024

ସଫଳତାର ମୂଳମନ୍ତ୍ର କଠିନ ପରିଶ୍ରମ: ପାଣ୍ଡିଆନ

ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୪।୧(ଗିରିଧାରୀ ପରିଛା/ମନୋଜ ପାଢ଼ୀ): ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଦିନିକିଆ ଗଜପତି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଯୁବପିଢିଙ୍କ ଭିତରେ କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବାକାର୍ଯ୍ୟର ଭାବଧାରା ସୃଷ୍ଟିକରି ଯୁବଶକ୍ତିକୁ ଆଗକୁ ଆଗେଇନେବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡିସ୍ଥିତ ଷ୍ଟାଡିୟମରେ ଆୟୋଜିତ ‘ନୂଆ-ଓ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ସେ ସଫଳତାର ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଯୁବଶକ୍ତି ହେଉଛନ୍ତି ନୂଆ ଓଡ଼ିଶାର ଭବିଷ୍ୟତ। ଏହା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପରିକଳ୍ପନା, ଯେଉଁଥିରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ। ଶାରୀରିକ ବ୍ୟାୟାମ, ଦୈନିକ ୧୫ ମିନିଟ ଧ୍ୟାନ କରିବା ସହ ଦିନରାତି ଯିଏ ଏକକରି ପରିଶ୍ରମ କରିବ ସିଏ ଉପରକୁ ଉଠିପାରିବ। ସଫଳତାର ମୂଳମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ଜିଲାର ୫-ଟି ଅଧୀନରେ ଥିବା ୧୭ଟି କଲେଜକୁ ରୂପାନ୍ତରିତ କରାଯାଉଛି ବୋଲି ପାଣ୍ଡିଆନ କହିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା, ଯୁବ ବ୍ୟାପାର ଶାସନ ସଚିବ ଆର.ଭିନିଲ କ୍ରିଷ୍ଣା, ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର ପ୍ରମୁଖ ଉପସ୍ଥିତ ଥିଲେ। ପରେ କାଶୀନଗର ଓ ମୋହନା ନିର୍ବାଚନମଣ୍ଡଳୀ ଆର.ଉଦୟଗିରିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଣ୍ଡିଆନ ଯୋଗଦେଇଥିଲେ। ଆଗକୁ ଏମ୍‌ବିକେ, ସ୍ବଚ୍ଛ ସାଥି, ବୃଦ୍ଧ, ବିଧବା ଭତ୍ତା ବଢ଼ାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ରାଜ୍ୟ ସରକାରଙ୍କ ନୂଆ ବିଏସକଓ୍ବୋଇ କାର୍ଡ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏଥିସହିତ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, କଳାକାର ଇତ୍ୟାଦି ସମସ୍ତ ଭତ୍ତା ବଢ଼ିବ ବୋଲି ଘୋଷଣା କରିଛନ୍ତି। ଆସନ୍ତା ମାସଠାରୁ ଭତ୍ତା ବଢ଼ାଇବା ଖବର ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବେ ବୋଲି କହିଥିଲେ। ଜିଲାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୨୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏମ୍‌. ସୁଧାରାଣୀ, ଜିଲା ପରିଷଦ ସଭାପତି ଜି.ତିରୁପତି ରାଓ, ଜିଲା ଯୁବ ବିଜେଡି ସଭାପତି ଏସ୍‌. ଲିଙ୍ଗରାଜ, ଆର.ଉଦୟଗିରି ବିଡିଓ ଲରିମନ ଖର୍ସେଲ, ତହସିଲଦାର ଜ୍ୟୋତିର୍ମୟୀ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଦଳୀୟ ନେତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

ପୋଲିଂ ଟିମରେ କର୍ତ୍ତବ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବଲାଙ୍ଗୀର, ୧୯ା୫( ସୁନୀଲ କୁମାର ମହାନ୍ତି): ନିର୍ବାଚନ ପାଇଁ ପୋଲିଂ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାଁ ସୁଶୀଲ...

ରାତି ପାହିଲେ ନିର୍ବାଚନ: ପୁରୁଷୋତ୍ତମପୁରର ୧୪୭ ବୁଥ୍‌ରେ ୧ ଲକ୍ଷ ୪୧ ହଜାର ୭୬୬ ଜଣ କରିବେ ମତଦାନ

ପୁରୁଷୋତ୍ତମପୁର,୧୯ା୫(ସିମାଞ୍ଚଳ ମିଶ୍ର): ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri