ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ

ପିପିଲି,୨୨।୧(ଦୁର୍ଗାମାଧବ ମିଶ୍ର): ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଉଚ୍ଛୁପୁର ସେବା ସମବାୟ ସମିତିରେ ଚଳିତ ଖରିଫ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବରଣୀରୁ ପ୍ରକାଶ ସମବାୟ ସମିତି ସମ୍ପାଦକ ଚଳିତବର୍ଷ ଅବସର ଗ୍ରହଣ କରିଥିଲେ ମଧ୍ୟ ଦାୟିତ୍ୱ ହସ୍ତାନ୍ତର ନ କରିବା ଓ ନ୍ୟାୟାଳୟରେ ମାମଲା ରୁଜୁ କରିବାରୁ ବିଭାଗୀୟ ଅଧିକାରୀଙ୍କ ଆଦେଶକ୍ରମେ ଉଚ୍ଛୁପୁର ସମିତି ଚାଷୀଙ୍କ ନାମ ବଳଙ୍ଗା ସେବା ସମବାୟ ସମିତିରେ ଧାନ ବିକ୍ରି ନିମନ୍ତେ ପଞ୍ଜୀକୃତ ହୋଇଛି। ବର୍ତ୍ତମାନ ସମସ୍ତ ଚାଷୀ ବଳଙ୍ଗା ସମବାୟ ସମିତି ମଣ୍ଡିକୁ ଧାନ ନେବା ସମ୍ଭବ ପର ନୁହେଁ। କାରଣ ଉଚ୍ଛୁପୁରଠାରୁ ବଳଙ୍ଗା ନେବାରେ ଯେଉଁ ଅତିରିକ୍ତ ଖର୍ଚ୍ଚ ହେବ, ତାହା ଚାଷୀ ପକ୍ଷରେ ସମ୍ଭବପର ନୁହେଁ। ପ୍ରାୟ ମାସେ ହେବ ଅଧିକାଂଶ ମଣ୍ଡି ଖୋଲି ଧାନକ୍ରୟ ଚାଲିଥିଲେ ମଧ୍ୟ ଉଚ୍ଛୁପୁର ପଞ୍ଚାୟତ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ଧାନ ବିକ୍ରି ପାଇଁ ଗତ ୪ ତାରିଖରୁ ଅନେକ ଚାଷୀଙ୍କ ପାଖକୁ ମେସେଜ ଆସିଗଲାଣି, ଯାହାକି ଅଧିକ ଦିନ ହୋଇଗଲେ ଆଉ ସେହି ଚାଷୀ ଧାନ ଦେବା ସମ୍ଭବପର ନୁହେଁ। ଗତ ୧୨ ତାରିଖରେ ଏ ସମ୍ପର୍କରେ ସମିତି ସଭାପତି ଦେବେନ୍ଦ୍ର ପ୍ରଧାନ, ଋତୁରାଜ ମହାନ୍ତି, ମାନସ ଦାଶ, ସୁରେଶ ମଙ୍ଗରାଜ ପ୍ରମୁଖ ଜନପ୍ରତିନିଧି ଓ ଅନେକ ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ତେଣୁ ଜିଲାପାଳ ଓ ୫-ଟି ଅଧ୍ୟକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଶୋକ ରାଉତ, ନରହରି ସ୍ବାଇଁ, ରାଜକିଶୋର ଦାଶ, ଧ୍ରୁବଚରଣ ସ୍ବାଇଁ, ଜମ୍ବେଶ୍ୱର ମିଶ୍ର ପ୍ରମୁଖ ଶତାଧିକ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେବ ତୃତୀୟ ବିଶ୍ୱଯୁଦ୍ଧ! ଚେତାବନୀ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୨।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ପ୍ରାୟ ବିରକ୍ତ ହୋଇପଡିଲେଣି। ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri