Posted inଜାତୀୟ

ବିମାନ ଛାଡିବାର ଥିଲା, ପାଇଲଟ କହିଲେ ଏମିତି କଥା ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୧: ଗୋଟିଏ ପଟେ କୁହୁଡ଼ି ଯୋଗୁ ବିମାନ ସେବା ପ୍ରଭାବିତ ହେଉଥିବାବେଳେ ଅନ୍ୟ ପଟେ ପାଟନା ବିମାନବନ୍ଦରରେ ବୁଧବାର କିଛି ଘଟିଛି ଯାହା ପାଇଲଟଙ୍କ କଥା ଶୁଣି ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିମାନ ଭିତରେ ବସିଥିବା ଯାତ୍ରୀମାନେ ପାଟନା ଠାରୁ ପୁଣେ ଯିବାର ଥିଲା। କିଛି ମିନିଟ ମଧ୍ୟରେ ପୁଣେ ପାଇଁ ବିମାନ ଉଡ଼ାଣ କରିବାକୁ ଯାଉଥିଲା, କିନ୍ତୁ ହଠାତ୍‌ ପାଇଲଟ ବିମାନଟି ନେବାକୁ ମନା କରିଦେଇଥିଲେ।
ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ନମ୍ବର 6E-126 ସହିତ ଏହି ସମ୍ପୂର୍ଣ୍ଣ ଘଟଣା ଘଟିଛି। ବିମାନଟି ପାଟନା ଠାରୁ ପୁଣେକୁ ଦିନ ୧.୩୦ଟାରେ ବିମାନ ଉଡ଼ାଣ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ବିମାନର ପାଇଲଟ୍‌ ହଠାତ୍‌ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଖବର ପାଇଲେ। ଏହା ଉପରେ ପାଇଲଟ କହିଥିଲେ ଯେ,ମୋର ମାନସିକ ସନ୍ତୁଳନ ଭଲ ନାହିଁ। ଏପରି ପରିସ୍ଥିତିରେ ସେ ବିମାନ ଉଡ଼ାଇ ପାରିବେ ନାହିଁ।
ପାଇଲଟଙ୍କ ଏହି ବିବୃତ୍ତି ପରେ ବିମାନରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା। ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ପାଞ୍ଚରୁ ଛଅଟା ମଧ୍ୟରେ ଅନ୍ୟ ଏକ ବିମାନ ଯୋଗେ ପୁଣେ ପଠାଯିବ। ଦିଲ୍ଲୀରୁ ସେହି ବିମାନ ଉଡ଼ାଣ ପାଇଁ ପାଇଲଟଙ୍କୁ ଡକାଯାଇଛି। ସେଠାରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ପୁଣେ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri