Posted inଖେଳ

ଆକାଶକୁ ଉଡି ଧରିଲେ କ୍ୟାଚ, ଭିଡିଓ ଭାଇରାଲ

କେପଟାଉନ,୧୬।୧: ଆଜିକାଲି ଦକ୍ଷିଣ ଆଫ୍ରିକାରେ ସାଉଥ୍‌ ଆଫ୍ରିକା ୨୦ ଲିଗ ଚାଲିଛି । ଏହି ଟୁର୍ନାମେଣ୍ଟରେ ଖେଳାଳିମାନେ ପଡ଼ିଆରେ ଦମଦାର ସର୍ଟ ମାରୁଥିବା ଦେଖାଯାଉଛି। ବର୍ତ୍ତମାନ ଆଫ୍ରିକୀୟ ଲିଗରେ ଏଭଳି ଫିଲ୍ଡିଂ ପ୍ରୟାସ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। କ୍ରିକେଟ କ୍ଷେତ୍ରରେ ଫିଲ୍ଡିଂର ମାନ ଦିନକୁ ଦିନ ଅଧିକ ହେବାରେ ଲାଗିଛି। ଖେଳାଳିମାନେ ଏପରି ଫିଲ୍ଡିଂ କରିବା ଆରମ୍ଭ କରିଛନ୍ତି ଯାହା କାଳ୍ପନିକ ଭଳି ଲାଗୁଛି।

ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଇଂରାଜୀ ଖେଳାଳି ଟମ ଆବେଲ ତାଙ୍କ ଚମତ୍କାର ଫିଲ୍ଡିଂ ଉଦ୍ୟମ ହେତୁ ତାଙ୍କ ଦଳ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ପାଇଁ ଏକ ଛକା ବଞ୍ଚାଇଥିଲେ। ଆବେଲଙ୍କ ଫିଲ୍ଡିଂ ପ୍ରୟାସ ପ୍ରକୃତରେ ଦେଖିବା ଯୋଗ୍ୟ ଥିଲା । କିଛି କ୍ଷଣ ପାଇଁ ଲାଗିଲା ଯେପରି କେହି ଜଣେ ଆବେଲଙ୍କ ଭିଡିଓ ଏଡିଟ କରିଛନ୍ତି, କିନ୍ତୁ ତାହା ହୋଇ ନ ଥିଲା, ଆବେଲ ଲାଇଭ ମ୍ୟାଚ ସମୟରେ ଏକ ଚମତ୍କାର ଫିଲ୍ଡିଂ ପ୍ରୟାସ କରି ନିଜ ଦଳ ପାଇଁ ରନ ସଞ୍ଚୟ କରିଥିଲେ।
ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଖେଳାଳୀ ଟମ ଆବେଲଙ୍କ ଚକିତ ଫିଲ୍ଡିଂର ଭିଡିଓ SA20 ର ଅଫିସିଆଲ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରାଯାଇଥିଲା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଡର୍ବାନ ସୁପର ଜଏଣ୍ଟ୍ସର ଜେଜେ ସ୍ମୁଟ୍ସ ବ୍ୟାଟଙ୍କ ଲେ ସାଇଡକୁ ଖୁ ବଜୋରରେ ବୁଲାଇ ଦେଇଛନ୍ତି ଏବଂ ବଲ ୬ ପାଇଁ ଯାଉଥିବା ସମୟରେ ଫିଲ୍ଡରେ ଉପସ୍ଥିତ ଥିବା ଟମ ଆବେଲ ଆକାଶରେ ଉଚ୍ଚକୁ ଡେଇଁ ବଲକୁ ଏମିତି ଭାବେ ଧରିଛନ୍ତି ଯେ ଉକ୍ତ ବଲରେ ଛକା ହୋଇନାହିଁ। ଏହି ସମୟରେ, ଟମ ନିଜେ ସୀମା ରେଖା ବାହାରେ ପଡିଥିଲେ କିନ୍ତୁ ସେ ବଲକୁ ଅଟକାଇବାରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଆବେଲ ସୀମା ଭିତରେ ବଲ ଫିଙ୍ଗିଥିଲେ। ବଲ ପବନରେ ଏତେ ଉଚ୍ଚ ଥିଲା ଯେ ଯଦି ଏହାକୁ ବନ୍ଦ କରାଯାଇ ନଥାନ୍ତା ତେବେ ବ୍ୟାଟିଂ ଦଳ ବିନା ଦ୍ୱିଧାରେ ୬ରନ ରନ ପାଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri