Odisha Elections 2024

ସୁପର ଭାସମଲ ପିଇଦେଲେ ମହିଳା ସେଲ୍ସମ୍ୟାନ

ଅନୁଗୋଳ, ୧୬।୧ (ଅମିତ କୁମାର ସାମଲ): ଅନୁଗୋଳ ସହରର ଏକ ମଲ୍‌ରେ କାର୍ଯ୍ୟ କରୁଥିବା ଜଣେ ମହିଳା ସେଲ୍ସମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ମା’ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୫୮/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କିଶୋର ନଗର ବ୍ଲକ ଅଞ୍ଚଳର ସମ୍ପୃକ୍ତା ଯୁବତୀ ୩ ବର୍ଷ ହେବ ଅନୁଗୋଳ ଲକ୍ଷ୍ମୀବଜାରସ୍ଥିତ ଏକ ମଲ୍‌ରେ କାର୍ଯ୍ୟ କରୁଥିଲେ। ସେ ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିଲେ। ଗତ ୧୨ ତାରିଖରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ୧୩ ତାରିଖରେ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇପାରି ନ ଥିଲା। ପରେ ଅନ୍ୟ ଜଣେ ଫୋନ ଉଠାଇ ଝିଅଙ୍କ ବେକ ଓ ପେଟ ପୀଡ଼ା ହେଉଥିବାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଥିଲେ। ପରିବାର ଲୋକ କଟକରେ ପହଞ୍ଚିବା ପରେ ଝିଅ ସୁପର ଭାସମଲ ପିଇ ଦେଇଥିବାରୁ ତାର ମୃତ୍ୟୁ ହୋଇଥିବା ମଲ୍‌ର ୨ ଜଣ ସହକର୍ମୀଙ୍କ ଠାରୁ ଜାଣିବାକୁ ପାଇଥିଲେ। ଝିଅଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାରୁ ଯୁବତୀଙ୍କ ମା’ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri