Posted inଖେଳ

ଡିପଫେକ୍‌ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ ବ୍ୟାଖ୍ୟା କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଭିଡିଓରେ ଡିପଫେକ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଏବଂ ତାଙ୍କୁ ଏକ ଆପ୍‌ ପ୍ରମୋଟ କରାଯାଉଥିବା ଦେଖାଯାଉଛି।

ସଚିନ ତେନ୍ଦୁଲକର ଏକ୍ସରେ ଲେଖିଛନ୍ତି ଯେ, ଏହି ଭିଡିଓଟି ନକଲି, ଏହା ଆପଣଙ୍କୁ ପ୍ରତାରଣା କରିବା ପାଇଁ ପ୍ରସ୍ତୁତ କରାଯାଇଛି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଡିପଫେକ୍‌କୁ ଅପବ୍ୟବହାର ଠିକ ନୁହେଁ। ତୁମେ ସମସ୍ତଙ୍କୁ ଯଦି ଏପରି ଭିଡିଓ କିମ୍ବା ଆପ କିମ୍ବା ବିଜ୍ଞାପନଗୁଡିକ ଯଥା ଶୀଘ୍ର ରିପୋର୍ଟ କରିବାକୁ ଅନୁରୋଧ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ସତର୍କ ହେବା ଉଚିତ୍‌। ଯଥାଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ଏହା ସହିତ ମାଷ୍ଟର ବ୍ଲାଷ୍ଟର ମଧ୍ୟ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ, ଆଇଟି ଏବଂ ଏହି ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

ନୂଆଦିଲ୍ଲୀ,୭।୧: ୨୦୨୬ର ICC ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ମିଚେଲ ସାଣ୍ଟନରଙ୍କୁ କିୱି ଦଳର ଦାୟିତ୍ୱ ଦିଆଯାଇଛି। ମନୋନୀତ...

ଶୀତରେ ଥରୁଛି ରାଜଧାନୀ: ହାଡ଼ ଭଙ୍ଗା ଶୀତକୁ କୋହଲା ପାଗ

ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ...

ବାଂଲାଦେଶ କ୍ରିକେଟ ବୋର୍ଡକୁ ଝଟକା ଦେଲା ICC: ହରଡ଼ଘଣାରେ ପଡିଲା ବିସିବି, ଏବେ କରିବ କ’ଣ…

ନୂଆଦିଲ୍ଲୀ,୭।୧: ସୁରକ୍ଷା ଦୃଷ୍ଟିରୁ ୨୦୨୬ ଟି୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ଶୀତ ମହୋତ୍ସବ ଥିବାରୁ ଦାରିଙ୍ଗବାଡିକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ...

୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସ ଆକ୍ରାନ୍ତ: ଗାଁରେ ପହଞ୍ଚଲା ଡାକ୍ତରୀ ଟିମ୍‌

ମୋରଡ଼ା,୭ା୧(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଏହି ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ଖୁରୁଣ୍ଟିଆ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ପିଲା...

କାମରୁ ଚାଲି ଚାଲି ଆସୁଥିବାବେଳେ ଧକ୍କା ଦେଲା ଅଜଣା ଗାଡି, ଘଟଣାସ୍ଥଳରେ…

ମୋହନା,୭।୧( ମନ୍ମଥ ମିଶ୍ର ): ଗଜପତି ଗିଲା ଅଡବା ଥାନା ଅନ୍ତର୍ଗତ ରାଇଗଣ୍ଡା ଗାଁ ଆମ୍ବତୋଟା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ମୃତ...

ମୃତ ଦେହକୁ ମିଳିଲାନି ସମ୍ମାନ: ଖଟିଆରେ ବୁହାହେଲା …

ବାରିପଦା,୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମହାପାରାୟଣ ଗାଡ଼ ନ ମିଳିବାରୁ ମୃତଦେହକୁ ଖଟିଆରେ ବୋହିନେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛ।...

ବଣାଇଁରେ ହାଡ଼ଭଙ୍ଗା ଶୀତ: ପଡିଲା ଚଳିତ ବର୍ଷର ପ୍ରଥମ ତୁଷାରପାତ

ବଣାଇଁ, ୭।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୫ ଡିଗ୍ରୀ ଛୁଇଁଛି। ସାରା ବଣାଇଁ ବର୍ତ୍ତମାନ ଜାଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri