୧୨ ଗ୍ରାମ ବିକାଶରେ ରେଳଧାରଣା ବାଧକ

ନନ୍ଦପୁର, ୩୧ା୧୨(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପଞ୍ଚାୟତର ୧୨ଟି ଗ୍ରାମ ବିକାଶରେ ରେଳଧାରଣା ବାଧକ ସାଜିଛି। ଏହି ଗ୍ରାମଗୁଡିକ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣା ଆରପଟେ ରହିଛି। ରେଳ ଧାରଣା ଆରପଟକୁ ଭାରିଯାନ ଯାତାୟାତ ନିଷେଧ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଉକ୍ତ ରେଳଧାରଣାର ଦାର୍ଲିପୁଟ ଷ୍ଟେଶନ ନିକଟରେ ଭୂତଳ ସେତୁ ନିର୍ମାଣ ନିମନ୍ତେ ୫ା୨ା୨୦୧୯ରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ କୋରାପୁଟ ଜିଲାରେ ୭ଟି ଭୂତଳ ସେତୁର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମୟରେ ତତ୍କାଳୀନ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଉପସ୍ଥିତ ଥିଲେ। ମାତ୍ର ଭିତ୍ତିପ୍ରସ୍ତର ସ୍ଥାପନର ୪ବର୍ଷ ବିତିଯାଇଥିବା ସତ୍ତ୍ୱେ ଉକ୍ତ ଜାଗାରେ ଭୂତଳସେତୁ ନିର୍ମାଣର କୌଣସି ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇନାହିଁ। ଫଳରେ ରେଳ ଧାରଣା ଆରପଟେ ଥିବା ୧୨ ଗ୍ରାମବାସୀ ସରକାରଙ୍କ କୌଣସି ଯୋଜନାରୁ ଉପକୃତ ହୋଇପାରୁନାହାନ୍ତି। ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଭୂତଳ ସେତୁ ନିର୍ମାଣ ହେଲେ ପାଡୁଆ ପଞ୍ଚାୟତ ହାତୀବାରି ପଞ୍ଚାୟତ ସହ ସଂଯୋଗ ହେବ। ଅନ୍ୟପକ୍ଷରେ ଭୂତଳ ସେତୁ ନିର୍ମାଣ ବଦଳରେ ଏବେ ରେଳ ଧାରଣାର ଆରପଟେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଛି। ରେଳଧାରଣା ଆରପଟକୁ ଭାରିଯାନ ଚଳାଚଳ ନିଷେଧ ଥିବାରୁ ରାସ୍ତା ନିର୍ମାଣରେ ବ୍ୟବହୃତ କୌଣସି ସାମଗ୍ରୀ ନେବା ଆଣିବା କରିବା କଷ୍ଟକର ହେଉଛି। ରାଜ୍ୟ ସରକାର, ରେଳ ବିଭାଗ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ପାଡ଼ୁଆ ପଞ୍ଚାୟତର ଗାଲଗଣ୍ଡା, ଦାର୍ଲିପୁଟ, ପୂଜାରିପୁଟ, ଗୁମିଗୁଡ଼ା, ଗତରଖଣ୍ଡା, ଗୁଞ୍ଜିଗୁଡ଼ା, ବାଲିଘାଟ, ସଦରଆମ୍ବ, ଫୁଲଗୁଡ଼ା, କଟରାଗୁଡା, ଆମ୍ବାପଡ଼ା ଓ ଜୋଗିବାରି ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଶାଖାପାଟଣା କିରାଣ୍ଡୁଲ ରେଳଧାରଣାର ଦୋହରୀକରଣ କାର୍ଯ୍ୟ ଚାଲିଥିବାରୁ ଏବେ ଭୂତଳ ସେତୁ ନିର୍ମାଣକଲେ ରେଳଧାରଣାର କୌଣସି କ୍ଷତି ହେବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri