ମୁସଲିମ୍‌ ଦେଶରେ ବି ରୋହିଙ୍ଗ୍ୟାଙ୍କୁ ଶରଣ ମନା: ଦେଶରୁ ତଡ଼ିବାକୁ ଦାବି, ଭିଡିଓ ଭାଇରାଲ…

ଜାକର୍ତ୍ତା,୨୮।୧୨: ଇଣ୍ଡୋନେସିଆରେ ମ୍ୟନେମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତୀବ୍ର ବିରୋଧ କରାଯାଉଛି। ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କର ଭିଡ ବାନ୍ଦା ଆଚେ ସହରରେ ଥିବା ରୋହିଙ୍ଗ୍ୟା ଆଶ୍ରୟସ୍ଥଳୀ ଉପରେ ଆକ୍ରମଣ କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଦେଶରୁ ବିତାଡିତ କରିବାକୁ ସେମାନେ ଦାବି କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଛାତ୍ରୀଛାତ୍ରମାନେ ସବୁଜ ଜ୍ୟାକେଟ ପିନ୍ଧି ଏକ କୋଠାର ବଡ଼ ତଳ ମହଲାରେ ଦୌଡୁଛନ୍ତି। ଏଠାରେ ଥିବା ରୋହିଙ୍ଗ୍ୟା ପୁରୁଷ, ମହିଳା ଏବଂ ଶିଶୁମାନେ ଭିଡ଼ ଭୟରେ କାନ୍ଦୁଥିବାର ଦେଖିବାକୁ ମିଳୁଛି। ଏହା ପରେ ରୋହିଙ୍ଗ୍ୟାମାନଙ୍କୁ ବାହାର କରିଦିଆଯାଉଥିବାର ଦେଖିବାକୁ ମିଳୁଛି।
ଶରଣାର୍ଥୀଙ୍କୁ ବାହାରକୁ ନେଇ ଟ୍ରକରେ ଚଢ଼ାଇ ଦିଆ ଯାଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। କିଛି ବାସିନ୍ଦା ସେମାନଙ୍କ ସାମଗ୍ରୀକୁ ପ୍ଲାଷ୍ଟିକ ବ୍ୟାଗରେ ନେଇ ଯାଉଥିଲେ। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଏକ ବିବୃତ୍ତିରେ କହିଛି ଆଶ୍ରୟସ୍ଥଳୀ ଉପରେ ଭିଡ ଆକ୍ରମଣକୁ ନେଇ ଆମେ ଚିନ୍ତିତ। ଉନ୍ନତ ସୁରକ୍ଷା ପାଇଁ ଏଜେନ୍ସି ଆହ୍ବାନ କରିଛି। ଏଜେନ୍ସି କହିଛି ଭିଡ ପୋଲିସ କର୍ଡନ ଭାଙ୍ଗି ୧୩୭ ଶରଣାର୍ଥୀଙ୍କୁ ଦୁଇଟି ଟ୍ରକରେ ଭର୍ତ୍ତି କରି ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ଏହି ଘଟଣା ଶରଣାର୍ଥୀଙ୍କୁ ଭୟଭୀତ କରିଛି।
ଇଣ୍ଡୋନେସିଆର ଏକ ସରକାରୀ ହଲରେ ପ୍ରାୟ ୧୩୭ ଶରଣାର୍ଥୀ ରହୁଥିଲେ। ଶରଣାର୍ଥୀଙ୍କୁ ସ୍ଥାନୀୟ ଇମିଗ୍ରେଶନ କାର୍ଯ୍ୟାଳୟକୁ ନିଆଯାଇ ପରେ ଦେଶରୁ ବିତାଡିତ କରାଯିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରମାନେ ସେମାନଙ୍କୁ ତଡ଼ି ଦେବା ପାଇଁ ସ୍ଲୋଗାନ ଦେଉଥିଲେ। ଅନଲାଇନରେ ଭୁଲ ସୂଚନା ଏବଂ ଘୃଣା ଭାଷଣ ପରେ ଏହି ଘଟଣା ଘଟିଛି ବୋଲି ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି।
ପଶ୍ଚିମ ମ୍ୟାନମାରରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନେ ଭେଦଭାବ ଓ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସେମାନେ ନିଜ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନେ ଆଖପାଖ ଦେଶରେ ଆଶ୍ରୟ ନେଉଛନ୍ତି। ମୁସଲିମ ପ୍ରାଧାନ୍ୟ ପ୍ରାପ୍ତ ଇଣ୍ଡୋନେସିଆ ଏବଂ ମାଲେସିଆ ବ୍ୟତୀତ ରୋହିଙ୍ଗ୍ୟା ମୁସଲମାନ ଫିଲିପାଇନ୍ସ, ବାଂଲାଦେଶ ଏବଂ ଭାରତରେ ମଧ୍ୟ ବାସ କରୁଛନ୍ତି। ସେମାନେ ସମୁଦ୍ର ମାର୍ଗ ଦେଇ ଅନ୍ୟ ଦେଶରେ ପହଞ୍ଚୁଛନ୍ତି। ସମୁଦ୍ର ଶାନ୍ତ ଥିବାବେଳେ ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ସେମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ତଥ୍ୟ ଅନୁଯାୟୀ, ନଭେମ୍ବର ଠାରୁ ୧,୫୦୦ ରୁ ଅଧିକ ରୋହିଙ୍ଗ୍ୟା ଇଣ୍ଡୋନେସିଆରେ ପହଞ୍ଚିଛନ୍ତି, ଯାହାକି ବର୍ଷକ ମଧ୍ୟରେ ସର୍ବାଧିକ ସଂଖ୍ୟା ଭାବରେ ପରିଗଣିତ ହୋଇଛି। ଇଣ୍ଡୋନେସିଆର ବର୍ତ୍ତମାନର ରାଷ୍ଟ୍ରପତି ଜୋକୋ ୱିଡୋଡୋ ରୋହିଙ୍ଗ୍ୟାଙ୍କ ସଂଖ୍ୟା ବୃଦ୍ଧି ପାଇଁ ମାନବ ଚୋରା ଚାଲାଣକୁ ଦାୟୀ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri