Posted inଖେଳ

ଟେଷ୍ଟରେ ଭାରତ ସ୍ଥିତି ମଜଭୁତ

ମୁମ୍ବାଇ,୨୩।୧୨: ଓ୍ବାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଭାରତ ୭ ଉଇକେଟ ହରାଇ ୩୭୬ ରନ୍‌ ସଂଗ୍ରହ କରିଛି। ୩ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସଠାରୁ ୧୫୭ ରନରେ ଅଗ୍ରଣୀଲାଭ କରିଛି। ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମ ଇନିଂସରେ ୨୧୯ ରନ କରିଥିଲା।

ପ୍ରଥମ ଦିବସର ଅସମାପ୍ତ ସ୍କୋର ୯୮/୧ରୁ ଖେଳ ଆରମ୍ଭ କରିଥିଲା ଭାରତ। ଅଷ୍ଟ୍ରେଲିଆ ବୋଲରଙ୍କୁ ସଫଳ ମୁକାବିଲା କରି ଭାରତର ୪ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ। ଉପ ଅଧିନାୟିକା ସ୍ମୃତି ମନ୍ଧାନା ୭୪, ଜେମିମା ରୋଡ୍ରିଗ୍ବେଜ ୭୩ ଓ ରିଚା ଘୋଷ ୫୨ ରନକରି ଆଉଟ ହୋଇଥିବାବେଳେ ଦୀପ୍ତି ଶର୍ମା ୭୦ ରନରେ ଅପରାଜିତ ରହିଛନ୍ତି। ଚା’ ବିରତି ବେଳକୁ ଭାରତ ୭ ଉଇକେଟ ହରାଇ ୨୭୬ ରନ କରିଥିଲା।

ଦିବସରେ ଅନ୍ତିମ ସେସନରେ ଭାରତ ଇନିଂସ ଶୀଘ୍ର ଶେଷ କରିବାକୁ ଆଶା ରଖିଥିଲେ ଅଷ୍ଟ୍ରେଲିଆ ବୋଲର। ମାତ୍ର ଦୀପ୍ତି ଓ ପୂଜା ବସ୍ତ୍ରକାର ଅସମାପ୍ତ ୮ମ ଉଇକେଟରେ ୧୦୨ ରନ ଯୋଡ଼ି ପ୍ରତିପକ୍ଷ ବୋଲରଙ୍କ ଆଶାରେ ପାଣି ପକାଇ ଦେଇଥିଲେ। ତୃତୀୟ ସେସନରେ ୩୮ ଓଭରରୁ ୧୦୦ ରନ ସଂଗ୍ରହ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ସେସନରେ ଭାରତ କୌଣସି ଉଇକେଟ ହରାଇ ନ ଥିଲା। ଚା’ ବିରତି ପରର ପ୍ରଥମ ଅଧଘଣ୍ଟା ଦୀପ୍ତି ଓ ପୂଜା ଅତି ସତର୍କତାର ସହ ଖେଳିଥିଲେ। ମାତ୍ର ପିଚ୍‌ ସହ ଅଭ୍ୟସ୍ତ ହେବାପରେ ସ୍ବାଭାବିକ ଷ୍ଟାଇଲରେ ଖେଳିବା ଆରମ୍ଭ କରିଥିଲେ। ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଦୀପ୍ତି ୭୦ (୯ ଚୌକା) ଓ ପୂଜା ୩୩ (୪ ଚୌକା) ରନରେ ଅପରାଜିତ ରହିଥିଲେ। ପୂର୍ବରୁ ଆତ୍ମବିଶ୍ୱାସର ସହ ଖେଳି ଇନିଂସ ଆଗେଇ ନେଇଥିବା ସ୍ମୃତି ମନ୍ଧାନା ୧୦୬ ବଲ୍‌ରୁ ୭୪ ରନ କରିଥିବାବେଳେ ଦୁର୍ଭାଗ୍ରଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ନିଜ ଇନିଂସରେ ସେ ୧୨ ଚୌକା ଲଗାଇଥିଲେ। ମିଡିଲ ଅର୍ଡରରେ ରିଚା ଘୋଷ ଓ ଜେମିମା ରୋଡ୍ରିଗ୍ବେଜ ମୂଲ୍ୟବାନ ୧୧୩ ରନର ଭାଗୀଦାରି ଗଢ଼ିଥିଲେ। ରିଚା ୧୦୪ ବଲ୍‌ରୁ ୫୨ ଓ ଜେମିମା ୧୨୧ ବଲ୍‌ରୁ ୭୩ ରନ ସ୍କୋର କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ଗୋଲ୍ଡେନ ଡକ୍‌ (୦)ରେ ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଶଲେ ଗାର୍ଡନର ସର୍ବାଧିକ ୪ଟି ଏବଂ କିମ୍‌ ଗାର୍ଥ ଓ ଜେସ ଜୋନାସେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri