Posted inଫୁରସତ

ବିଶ୍ୱକୁ ପ୍ରଦୂଷଣ ଚିନ୍ତା

ମଣିଷ ବଞ୍ଚି ରହିବା ପାଇଁ ପ୍ରଦୁଷଣ ମୁକ୍ତ ପରିବେଶ ଅପରିହାର୍ଯ୍ୟ। ସେହିପରି ପ୍ରଦୂଷଣ ମୁକ୍ତ ପରିବେଶ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ପ୍ରଦୂଷଣ I ଏହା ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ,କିମ୍ବା ଖାଦ୍ୟ ପ୍ରଦୂଷଣ ବି ହୋଇପାରେ I ଯାହାଦ୍ୱାରା ଆମର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ I
ଭିନ୍ନ ଭିନ୍ନ କାରଣ ପାଇଁ ପ୍ରଦୂଷଣ ବ୍ୟାପି ଥାଏ। ପ୍ରଦୂଷଣର ପ୍ରଭାବ ସମଗ୍ର ବିଶ୍ୱ ଉପରେ ଅନୁଭୂତ ହେଉଛି I ଏହାର ବିଭିନ୍ନ ପ୍ରତିକୂଳ ପ୍ରଭାବ ମଧ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି I ଏ ବିଷୟରେ ଜନ ମାନସକୁ ସଚେତନ କରିବା ପାଇଁ ପ୍ରତିବର୍ଷ ୨ ଡିସେମ୍ବରକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବରେ ପାଳନ କରାଯାଇ ଥାଏ I
ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣରୁ ମୁକ୍ତି ପାଇବା ଏବଂ ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା I ଯାହା ଦ୍ୱାରା ପ୍ରକୃତିକୁ ଏଥିରୁ ରକ୍ଷା କରାଯାଇପାରିବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରଦୂଷଣ ପ୍ରଭାବରେ ପ୍ରତିବର୍ଷ ୭ ନିୟୁତ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛିI ଏଥିରୁ ଅନୁମାନ କରାଯାଇ ପାରେ ପ୍ରଦୂଷଣର ପ୍ରଭାବ ମଣିଷର ସ୍ବାସ୍ଥ୍ୟ ଉପରେ କେତେ ମାତ୍ରାରେ ପଡୁଛି I
ଭୟଙ୍କର ଭୋପାଳ ଗ୍ୟାସ ଟ୍ରାଜେଡିରେ ପୀଡିତ ତଥା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୨ରେ ଏହି ଦିବସ ପାଳିତ ହୋଇଥାଏ। ୧୯୮୪ ଡିସେମ୍ବର ୨ ରାତିରେ ଭୋପାଳର ୟୁନିଅନ କାର୍ବାଇଡ ରାସାୟନିକ କାରଖାନାରୁ ମିଥାଇଲ ଆଇସୋସିଆନେଟ ଏବଂ ଅନ୍ୟ ବିଷାକ୍ତ ଗ୍ୟାସ ର୍ନିଗତ ହୋଇଥିଲା।
ପାଞ୍ଚ ଲକ୍ଷରୁ ଅଧିକ ଲୋକ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ଦିନରେ ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ବର୍ଷଗୁଡିକରେ ଗ୍ୟାସ ଲିକର ପ୍ରଭାବ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା।
ବଞ୍ଚିଥିବା ଲୋକଙ୍କଠାରେ କର୍କଟ ଏବଂ ଜନ୍ମଗତ ବିଭିନ୍ନ ସମସ୍ୟା ସହିତ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସମସ୍ୟା ସୃଷ୍ଟି ହୋଇଥିଲା।
ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ଷ୍ଟ୍ରୋକ, ହୃଦଘାତ, ମଧୁମେହ, ଫୁସଫୁସ କର୍କଟ, କ୍ରନିକ ଫୁସଫୁସ ସମସ୍ୟା ସୃଷ୍ଟି ହୋଇଥାଏ। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ଅବସରରେ ବାୟୁ, ଜଳ ଏବଂ ମୃତ୍ତିକା ପ୍ରଦୂଷଣ ଦ୍ୱାରା ମାନବ ଜୀବନ ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri