Posted inଖେଳ

ଯୁବବର୍ଗ ପାଇଁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୨୯ା୧୧(ବିଜୟ ରଣା): ଓଡ଼ିଶାର ଯୁବକମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ସରକାର ଆଉ ଏକ ନୂଆ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ନିକଟରେ ‘ନୂଆ ଓ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏଥିରେ କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ସମଗ୍ର ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ୧୩ରୁ ୩୫ ବର୍ଷ ବୟସ ବର୍ଗରେ ୬ଟି ବିଭାଗରେ ଖେଳ ଯଥା ଖୋ-ଖୋ, କ୍ରିକେଟ, ହକି, ଫୁଟ୍‌ବଲ, ଭଲିବଲ୍‌ ଅନୁଷ୍ଠିତ ହେବ। ପୁରୁଷ ଓ ମହିଳା କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ଲାଗି ବର୍ତ୍ତମାନ ୪୭,୦୦୦ରୁ ଊର୍ଦ୍ଧ୍ୱ ଟିମ୍‌ ପଞ୍ଜୀକୃତ କରିଛନ୍ତି। ତନ୍ମଧ୍ୟରୁ ୧୯,୭୦୧ ଦଳ କ୍ରିକେଟ, ୮,୩୮୫ ଦଳ ଫୁଟ୍‌ବଲ, ୭,୫୬୭ ଦଳ ଭଲିବଲ ଏବଂ ୬୨୦୨ ଦଳ କବାଡ଼ିରେ ଭାଗ ନେବାକୁ ଥିବାବେଳେ ଖୋ ଖୋ ଓ ହକିରେ ଯଥାକ୍ରମେ ୪,୨୦୯ ଏବଂ ୧,୬୮୩ ଦଳ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ମହିଳା କାଟେଗୋରିରେ ୫,୦୦୦ ଟିମ୍‌ ପଞ୍ଜୀକୃତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଯଥା ବ୍ଲକ ଲେଭଲ/ୟୁବି ଲେଭଲ, ଇନଷ୍ଟିଚ୍ୟୁଶନାଲ ଲେଭଲ, ଡିଷ୍ଟ୍ରିକ୍ଟ ଲେଭଲ ୪ଟି ସ୍ତରରେ ହେବ। ବ୍ଲକ/ୟୁବି ଲେଭଲରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ହେବ। ଇନଷ୍ଟିଚ୍ୟୁଶନାଲ ସ୍ତରରେ ସମାଜସେବା ଓ କାର୍ଯ୍ୟକଳାପ ବ୍ୟବସ୍ଥା ରହିଛି। ଜିଲା ଓ ରାଜ୍ୟସ୍ତରରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ହେବ। ଏଥିରେ ସାମାଜିକ ସଚେତନତା ପାଇଁ ୟୁଥ ଫେଷ୍ଟିଭାଲ, ଡିଜିଟାଲ ଏନଗେଜମେଣ୍ଟ ଏବଂ ସୋସିଆଲ ମିଡିଆ ପ୍ରତିଯୋଗିତା ରହିବ। ଏହି ପ୍ରୋଗ୍ରାମରେ ମାଗଣା ସ୍ପୋଟର୍‌ସ କିଟ୍‌ ସହ ଆର୍ଥତ୍କ ପୁରସ୍କାର ବ୍ୟବସ୍ଥା ରହିଛି। ‘ନୂଆ ଓ’ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇନେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ହାୟର ଏଜୁକେଶନ, ସ୍କୁଲ ଆଣ୍ଡ ମାସ୍‌ ଏଜୁକେଶନ, ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍‌ନିକାଲ ଏଜୁକେଶନ, ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍‌ନିକାଲ ଏଜୁକେଶନ, ଏସ୍‌ଟି ଆଣ୍ଡ୍‌ ଏସ୍‌ସି ଡେଭଲପମେଣ୍ଟ, ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ଓ୍ବେଲଫେୟାର, ଏଗ୍ରିକଲଚର ଆଣ୍ଡ ଫାର୍ମର୍ସ ଏମ୍ପାଓ୍ବାରମେଣ୍ଟ ବିଭାଗ ବ୍ୟତୀତ କ୍ରୀଡ଼ା ଯୁବସେବା ବିଭାଗ, ଜିଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ଆସୋସିଏଶନ ମିଳିତ ଭାବେ କାର୍ଯ୍ୟକରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri