Posted inଜାତୀୟ

ସୁଡ଼ଙ୍ଗ ତଳେ ଜୀବନ: ଏବେ ଉପରୁ ୮୬ ମିଟର ଖୋଳିବା ବିକଳ୍ପ ଉପରେ ଭରସା

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର ଖନନ କାର୍ଯ୍ୟ ପୁଣିଥରେ ଅଟକିଛି। ରବିବାରଠାରୁ ହାତରେ ଖନନ ଆରମ୍ଭ ହେବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି। ସୁଡ଼ଙ୍ଗ ଭିତରେ ଫିସିଥିବା ଔଗର ମେଶିନ୍‌ର ଯନ୍ତ୍ରାଂଶଗୁଡ଼ିକୁ କାଟି ବାହାର କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ମେଶିନ୍‌ ଅଣାଯାଇଛି। ଉଦ୍ଧାର ପାଇଁ ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଉଦ୍ୟମ ଜାରି ରହିଛି।

ତେବେ ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଖନନ ବାକିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ୫ ମିଟର ମଧ୍ୟରେ କୌଣସି ଧାତବ ପ୍ରତିବନ୍ଧକ ଚିହ୍ନଟ ହୋଇ ନ ଥିବା ଗ୍ରାଉଣ୍ଡ-ପେନେଟ୍ରେଟିଙ୍ଗ ରାଡାରରୁ ଜଣାପଡ଼ିଛି। ଫସିଥିବା ଶ୍ରମିକମାନଙ୍କ ପାଇଁ ସେମାନଙ୍କ ଆତ୍ମୀୟ ଓ ସମ୍ପର୍କୀୟମାନେ ସୁଡ଼ଙ୍ଗ ବାହାରେ ପଡ଼ିରହିଥିବାବେଳେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ଦୁଇ ଦିନରେ ଦୁଇଟି ପ୍ରତିବନ୍ଧକ ସେମାନଙ୍କୁ ଧୈର୍ଯ୍ୟହରା କରିଛି।

ଖନନ କାର୍ଯ୍ୟ ଅଟକିବା ପୂର୍ବରୁ ୪୬.୮ ମିଟର ପର୍ଯ୍ୟନ୍ତ ପାଇପ୍‌ ଟନେଲ ଭିତରକୁ ଯାଇଥିଲା। ଖନନ କାର୍ଯ୍ୟରେ ନିୟୋଜିତ ୨୫ ଟନ୍‌ ଓଜନର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ମାଟିତଳେ ରହିଯିବାରୁ ଉଦ୍ଧାର କାର୍ଯ୍ୟ ଅଟକିଛି। ତେଣୁ ହାତରେ ଖନନ ପନ୍ଥା ବାଛିବାକୁ ନିଷ୍ପତ୍ତି ହୋଇଛି। ଏହା ହେଲେ ଉଦ୍ଧାର କାର୍ଯ୍ୟକୁ ଆଉ କେତେକ ସପ୍ତାହ ଲାଗିପାରେ ବୋଲି କୁହାଯାଉଛି। ଶୁକ୍ରବାର ଦିନସାରା କାମ ବନ୍ଦ ରହିଥିଲା। ଔଗର ମେଶିନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି।

ଶ୍ରମିକମାନେ ଖାତରେ ୧୦ରୁ ୨୦ ମିଟର ଖୋଳିବା ସହ ଉପରୁ ୮୬ ମିଟର ଗଭୀର ପର୍ଯ୍ୟନ୍ତ ଖନନ ପାଇଁ ଅନ୍ୟ ଏକ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଥିବା ସେ କହିଛନ୍ତି।
୬ ଇଞ୍ଚ ଓସାରର ପାଇପ୍‌ ଦେଇ ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକମାନଙ୍କ ପାଖକୁ ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଉଛି। ଫସିଥିବା ଶ୍ରମିକମାନଙ୍କ ପାଖକୁ ଶନିବାର ମୋବାଇଲ୍‌ ଫୋନ୍‌ ଏବଂ ଲୁଡ଼ୁ ପାଲି ପଠାଯାଇଛି। ତାହା ସେମାନଙ୍କ ଟାଇମ୍‌ ପାସ୍‌ରେ ସହାୟକ ହେବା ସହ ଅବସାଦ ଦୂର କରିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri