Posted inଖେଳ

ଟ୍ରାନ୍ସଜେଣ୍ଡର ଖେଳାଳିଙ୍କୁ ବ୍ୟାନ୍‌ କଲା ଆଇସିସି

ଅହମଦାବାଦ,୨୨ା୧୧(ପି.ଟି.): ଟ୍ରାନ୍ସଜେଣ୍ଡର ଖେଳାଳି ମାନଙ୍କୁ ମହିଳା କ୍ରିକେଟରୁ ବ୍ୟାନ୍‌ କରିଛି ଆଇସିସି। ମଙ୍ଗଳବାର ଆଇସିସିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଖେଳାଳି ମାନେ ପୁରୁଷ ଭାବେ ଯୌବନ ହାସଲ କରି ସାରିଥିବେ ସେମାନେ ମହିଳା ବର୍ଗରେ କ୍ରିକେଟ ଖେଳି ପାରିବେ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। ଲିଙ୍ଗ ନିରୂପଣ ପାଇଁ ମଙ୍ଗଳବାର ଆଇସିସି ପକ୍ଷରୁ ନୂତନ ନିୟମ ଲାଗୁ କରାଯାଇଛି। ୯ ମାସ ଧରି ଏହି ନିୟମର ସମୀକ୍ଷା କରାଯିବା ପରେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ଲିଙ୍ଗ ନିରୂପଣକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କ୍ରିକେଟରେ ଏହାକୁ ନେଇ କୌଣସି ସ୍ପଷ୍ଟ ନିୟମ ରହି ନ ଥିବା ବେଳେ ୨୦୨୮ରେ କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେଉଥିବାରୁ ଏଭଳି ନଷ୍ପତ୍ତି ନିଆଯାଇଛି। ଏହା ସହିତ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି ଡାନିଏଲ ମ୍ୟାକଗାହେଙ୍କୁ ବ୍ୟାନ୍‌ କରାଯାଇଛି। ପୂର୍ବରୁ ଆଇସିସିର ରହିଥିବା ଆଇସିସିର ନିୟମ ମେଲ୍‌ ଟୁ ଫିମେଲ ନିୟମ ଅନୁସାରେ ଡାନିଏଲଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ଜନ୍ମରୁ ପୁରୁଷ ରହିଥିବା ଡାନିଏଲ ଅସ୍ତ୍ରୋପଚାର ପରେ ମହିଳା ହୋଇଥିଲେ। ଅଷ୍ଟ୍ରେଲିଆର ମୂଳ ନିବାସୀ ଡାନିଏଲ ୨୦୨୦ରେ କାନାଡାକୁ ଯାଇ ପୁରୁଷରୁ ମହିଳା ହେବାର ଚିକିତ୍ସା କରାଇଥିଲେ।
କାନାଡା ପକ୍ଷରୁ ଆସନ୍ତା ୨୦୨୪ ମହିଳା ଟି୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳି ଡାନିଏଲ ମ୍ୟାକଗାହେ ଇତିହାସ ରଚିଥିଲେ। ୨୯ ବର୍ଷୀୟ ଡାନିଏଲ ଜଣେ ଓପନିଙ୍ଗ ବ୍ୟାଟର। ଲସଏଞ୍ଜେଲସରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯାଇଥିଲା। ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଆର୍ଜେଣ୍ଟିନା, ବ୍ରାଜିଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଗୋଟିଏ ଗ୍ରୁପ୍‌ରେ ଖେଳିଥିଲା କାନାଡା। ବିଶ୍ୱରେ ଆଥଲେଟିକ୍ସ ଓ ସନ୍ତରଣ ପରି ଇଭେଣ୍ଟରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ମିକ୍ସଡ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥାଏ। ତେବେ ମହିଳା ଆଥଲେଟଙ୍କ ଟେଷ୍ଟୋଷ୍ଟେରନ ସ୍ତର ୨.୫ ନାନୋ ମୋଲ ପ୍ରତି ଲିଟର ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କୁ ବାନ୍ଧିବେ କି ଟ୍ରମ୍ପ: ଜବାବ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୧୦।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏହି ସଂଘର୍ଷକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରୁଛି।...

କୁଲଦୀପଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ:ମାଲଖମ୍ବ କୁସ୍ତିକୁ ଦର୍ଶକଙ୍କ ପସନ୍ଦ

ଦାରିଙ୍ଗବାଡି,୧୦।୧(ଅରୁଣ ସାହୁ):ଶୀତ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ଦର୍ଶକ ସଙ୍ଗୀତ,ନୃତ୍ୟ, ଓଡିଶୀ, ମାଲଖମ୍ବ ଆଦିର ମଜା ନେଲେ। ଦିତୀୟ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲା କୁଲଦୀପ ପଟ୍ଟନାୟକଙ୍କ...

ବ୍ଲକ ପ୍ରଶାସନ ଉପରେ ବର୍ଷିଲା କଳାକାର ସଂଘ: ଦେଲା ଏମିତି ଚେତାବନୀ, କଳାକାର ଭତ୍ତା ବନ୍ଦ ହେଲେ…

ଲୋଇସିଂହା, ୧୦।୧ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ସାପ୍ତାହିକ ବଜାର ପଡିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି...

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା…

ଭୁବନେଶ୍ୱର,୧୦।୧: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ ବଡ଼ ସୂଚନା ଦେଇଛନ୍ତି। ମୋକିମ୍‌ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ।...

ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ ଘଟଣା: ୫ ଘଣ୍ଟା ପରେ ଏକ କୁଡ଼ିଆରୁ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ଗତକାଲିଠୁ ନିଖୋଜ ଥିବା ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ୫ ଘଣ୍ଟା ପରେ...

କ୍ଷତିପୂରଣ ଦାବିରେ ରାସ୍ତାରୋକୋ: ପ୍ରଶାସନ-ପୋଲିସର ପ୍ରତିଶ୍ରୁତି ପରେ ହଟିଲା…

ବଲାଙ୍ଗୀର, ୯।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି...

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ...

ମନ୍ଥର ଗତିରେ ଚାଲିଛି ଧାନ ସଂଗ୍ରହ

ଭବାନୀପାଟଣା, ୧୦।୧ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି। ଗତ ୫ ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri