Posted inଫୁରସତ

ଆଗକୁ ପିକ୍‌ନିକ୍‌

ପାଦ ଥାପିଛି ଶୀତ। ଧୀରେ ଧୀରେ ଥଣ୍ଡା ବଢ଼ିବା ସାଙ୍ଗକୁ ଯୁବପିଢ଼ିଙ୍କ ମନରେ ପିକ୍‌ନିକ୍‌ କରିବାକୁ ଆରମ୍ଭ ହୋଇଯାଇଛି ପ୍ଲାନିଂ। ଆଉ ବର୍ଷ ଶେଷରେ ସାଙ୍ଗସାଥୀଙ୍କ ସହ ଏକାଠି ନୂଆ ଜାଗା ବୁଲିଯିବା, ନାଚଗୀତର ଆସର ଭିତରେ ମଜାମସ୍ତିରେ ଭୋଜି କରି ଖାଇବା ସହ କିଛି ସୁନ୍ଦର ଅନୁଭୂତି ସାଉଁଟିବାକୁ ସଭିଙ୍କ ମନରେ ଭରି ରହିଛି ଉତ୍କଣ୍ଠା…

ବର୍ଷସାରା ପିକ୍‌ନିକ୍‌। ଓଃ! ଏହି ବୁଲାବୁଲି ଆଉ ମଜାମସ୍ତି କାହାକୁ ବା ଭଲ ନ ଲାଗେ! ତେବେ ପିକ୍‌ନିକ୍‌ ପ୍ଲାନିଂ କରିବାର ବେଶ୍‌ କିଛିଦିନ ପୂର୍ବରୁ ଠିକ୍‌ ଭାବେ ପ୍ଲାନିଂ କଲେ ଏହା ହୋଇଯାଏ ଅଧିକ ମଜାଦାର ଏବଂ ଅନୁଭୂତିପୂର୍ଣ୍ଣ…

ଯୋଜନା ଓ ଆଲୋଚନା: ଆଉ କିଛିଦିନରେ ଆରମ୍ଭ ହୋଇଯିବ ପିକ୍‌ନିକ୍‌ ସିଜନ୍‌। ଛୋଟ ବଡ଼ ପ୍ରତିଟି ପିକ୍‌ନିକ୍‌ ସ୍ପଟ୍‌ରେ ଜମିବ ଭିଡ଼। ତେଣୁ ପ୍ରଥମେ ସମସ୍ତେ ଏକାଠି ବସି ଯୋଜନା କରିବା ଦରକାର। ଏଥିପାଇଁ ଅଧିକ ଆଲୋଚନା କରିବା ଲାଗି ହ୍ବାଟ୍ସଆପ୍‌ ଗ୍ରୁପ୍‌ କ୍ରିଏଟ୍‌ କଲେ ଅଧିକ ଉପକୃତ ହେବେ।

ସ୍ପଟ୍‌ ସିଲେକ୍ସନ: କେଉଁ ସ୍ଥାନକୁ ପିକ୍‌ନିକ୍‌ ଯିବାକୁ ଯିବେ ବାଛନ୍ତୁ। ସେଠାରେ କେଉଁ ସବୁ ବ୍ୟବସ୍ଥା ରହିଛି ଜାଣିରଖନ୍ତୁ। ଗମନାଗମନର ସୁବିଧା କିପରି, ଆବଶ୍ୟକ ହେଲେ ଆଖପାଖରେ ରହିବା ଲାଗି ହୋଟେଲ କିମ୍ବା ଲଜ୍‌ର ସୁବିଧା କିପରି ସେ ସମ୍ପର୍କରେ ପୂର୍ବରୁ ଜାଣିରଖନ୍ତୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚତ୍ ବୁଲିବା, ଖାଇବା ଆଦି ହୋଇ ପାରିବ କି ନାହିଁ ମଧ୍ୟ ବୁଝି ରଖନ୍ତୁ। ନଚେତ୍‌ ଏସବୁ ଛୋଟ ଛୋଟ କାରଣ ଆପଣଙ୍କ ସମସ୍ତ ପିକ୍‌ନିକ୍‌ର ମଜା ଖରାପ କରି ଦେଇପାରେ। ମନେରଖନ୍ତୁ ସମ୍ପୂର୍ଣ୍ଣ ନୂଆ ଜାଗାକୁ ପିକ୍‌ନିକ୍‌ ଲାଗି ଯାଉଥିଲେ ସାଙ୍ଗରେ କୌଣସି ଗାଇଡ୍‌ କିମ୍ବା ଉକ୍ତ ସ୍ଥାନକୁ ପୂର୍ବରୁ ଯାଇଥିବା ବ୍ୟକ୍ତିଙ୍କୁ ନେଲେ ଭଲ।

ଡେଟ୍‌ ଏବଂ ବଜେଟ: ପିକ୍‌ନିକ୍‌ ଡେଟ୍‌ ସବୁବେଳେ କିଛିଦିନ ପୂର୍ବରୁ ଫାଇନାଲ୍‌ କରିବା ଦରକାର। ଏହାଦ୍ୱାରା ସମସ୍ତ ମେମ୍ବରମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ଡେଟ୍‌ ବାଛିବା ସୁବିଧା ହୋଇଥାଏ। ଏହାଦ୍ୱାରା ନିର୍ଦ୍ଧାରିତ ତାରିଖରେ ଉକ୍ତ ସ୍ପଟ୍‌ରେ ଭୋଜି କରି ଖାଇବା ଲାଗି ସ୍ଥାନ ଫାଙ୍କା ମିଳିବ କି ନାହିଁ ଜାଣିହେବା ସହ ଆବଶ୍ୟକ ହେଲେ ଭୋଜି ଲାଗି ସ୍ଥାନ ଆଡ୍‌ଭାନ୍ସ ବୁକ୍‌ ମଧ୍ୟ କରିହେବ। ଟ୍ରାନ୍ସପୋର୍ଟ, ଟିଫିନ୍‌, ଲଞ୍ଚ୍‌ ଏବଂ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ମିଶାଇ ହାରାହାରି କେତେଟଙ୍କା ଖର୍ଚ୍ଚ ହେବ ଏକ ଆନୁମାନିକ ବଜେଟ ପୂର୍ବରୁ ପ୍ରସ୍ତୁତ କରିନେବା ଦରକାର।

ମେମ୍ବର ଓ ଗାଡ଼ି: ପିକ୍‌ନିକ୍‌ କଥା ଉଠିଲେ ସମସ୍ତେ ହଁ କୁହନ୍ତି, କିନ୍ତୁ ବଜେଟ ହେଉ ଅବା ଅନ୍ୟ କୌଣସି କାରଣକୁ ନେଇ ଶେଷ ମୁହୂର୍ତ୍ତରେ ହଠାତ୍‌ କେତେଜଣ ଯିବାକୁ ମନା କରନ୍ତି, ଯଦ୍ଦ୍ବାରା ବଜେଟଠାରୁ ଆରମ୍ଭ କରି ଅନ୍ୟ ସବୁଥିରେ ଅସୁବିଧା ହୋଇଥାଏ। ବେଳେବେଳେ ଶେଷରେ ଆଉ ଅଧିକ କେତେଜଣ ମଧ୍ୟ ଯିବା ପାଇଁ ବାହାରନ୍ତି, ଫଳରେ ଗାଡ଼ିରେ ଜାଗା ହେବା କଷ୍ଟ ହୋଇପଡ଼େ। ତେଣୁ ପିକ୍‌ନିକ୍‌ ଯିବାର କିଛିଦିନ ପୂର୍ବରୁ ମେମ୍ବରମାନଙ୍କ ଲାଗି ଏକ ଡେଡ୍‌ଲାଇନ୍‌ ରଖନ୍ତୁ ଏବଂ ଉକ୍ତ ସମୟସୀମା ମଧ୍ୟରେ ଚାନ୍ଦା ଦେଇଥିବା ମେମ୍ବରମାନଙ୍କ ଅନୁଯାୟୀ ଗାଡ଼ି ଫାଇନାଲ କରନ୍ତୁ। ପ୍ରାଇଭେଟ୍‌ ଗାଡ଼ି କିମ୍ବା ଟ୍ରାଭେଲ୍ସରୁ ମଗେଇବେ ଫାଇନାଲ କରନ୍ତୁ।

କ’ଣ ସବୁ ରାନ୍ଧିବେ: ଭୋଜି ସ୍ଥଳରେ କ’ଣ ସବୁ ଆଇଟମ୍‌ ରାନ୍ଧିବେ ତାହା ଲିଷ୍ଟ ପ୍ରସ୍ତୁତ କରି ଆବଶ୍ୟକ ସମସ୍ତ ସାମଗ୍ରୀ ଗାଡିରେ ସାଙ୍ଗରେ ନେଇଯିବା ଭଲ। ପିକ୍‌ନିକ୍‌ ସ୍ଥଳରେ ସଭିଙ୍କ ପସନ୍ଦ ଅନୁଯାୟୀ ଅଲଗା ଅଲଗା ରୋଷେଇ କରିବା ସମ୍ଭବ ନୁହେଁ। ତେଣୁ ଏଭଳି ମେନୁ ସିଲେକ୍ଟ କରନ୍ତୁ, ଯାହାକୁ ଖାଇବାର ମଜା ସଭିଏଁ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri