କୃଷିଭିତ୍ତିକ ଷ୍ଟାର୍ଟଅପ୍‌ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୪।୧୧: ଜମ୍ମୁ-କଶ୍ମୀରର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଶୁକ୍ରବାର ଉଭୟ ଓଡ଼ିଶା ଓ ଜମ୍ମୁ କଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶା ପରିଦର୍ଶନ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍‌ ଓଡ଼ିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ ଚନ୍ଦ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ ଉପସ୍ଥାପନା ମାଧ୍ୟମରେ ନିଆଯାଉଥିବା ଅନନ୍ୟ ପଦକ୍ଷେପ, କାର୍ଯ୍ୟକ୍ରମ, ସର୍ବୋତ୍ତମ ଅଭ୍ୟାସ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଜାତୀୟ ମଞ୍ଚରେ ସ୍ଥାନିତ କରିଥିବା ଉଲ୍ଲେଖନୀୟ ସଫଳତା ଆଦିକୁ ବିସ୍ତୃତ ଭାବେ ପ୍ରଦର୍ଶନ ସହ ସିହ୍ନାଙ୍କୁ ଜଣାଇଥିଲେ। ସେହିଭଳି ରାୟ ମହିଳାମାନଙ୍କ ପ୍ରତି ଷ୍ଟାର୍ଟଅପ୍‌ ଓଡ଼ିଶାର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବା ସହ ୪୧% ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ ସହିତ ମହିଳା ପ୍ରତିଷ୍ଠାତା ଥିବା ଏବଂ ଏହି ସଂଖ୍ୟାକୁ ଆହୁରି ବଢାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଓ ଦଳର ପ୍ରୟାସ ଉପରେ ରାୟ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ସିହ୍ନା ଜମ୍ମୁ-କଶ୍ମୀରର ନବସୃଜନ ଦୃଶ୍ୟ ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ ଏବଂ କୃଷି ତଥା ଉଦ୍ୟାନ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ସଂଖ୍ୟା କିପରି ବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ସିହ୍ନା ବିସ୍ତୃତ ବର୍ଣ୍ଣନା କରିଥିଲେ।
ଏପରିକି ସେ ଏକ ସକ୍ଷମ ପରିବେଶକୁ ମଜଭୁତ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରି ଜମ୍ମୁ-କଶ୍ମୀରରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ପ୍ରତିପାଦନ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ, ଯାହାକି ଷ୍ଟାର୍ଟଅପ୍‌ମାନଙ୍କୁ ଉକ୍ତ ଅଞ୍ଚଳରେ ବୃଦ୍ଧି କରିବା ଦିଗରେ ସାହାଯ୍ୟ କରିବ। ଏଥିସହ ରାୟ ମନୋଜ ସିହ୍ନାଙ୍କ ସହ ଯାଇ ତାଙ୍କୁ ଓ-ହବ୍‌ ଏବଂ କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟ ବୁଲାଇ ଦେଖାଇଥିଲେ।
ଏହି ଅବସରରେ ରାୟ କହିଛନ୍ତି, ସିହ୍ନା ଆମ କ୍ୟାମ୍ପସ ପରିଦର୍ଶନ କରିବା ପ୍ରକୃତରେ ଆମ ପାଇଁ ଏହା ଗୌରବର ବିଷୟ ଏବଂ ତାଙ୍କ ଗସ୍ତ ଫଳରେ ଆମେ ବହୁ ଅନୁପ୍ରାଣିତ ହୋଇଛି। ବିଶେଷକରି ଷ୍ଟାର୍ଟଅପ୍‌ ଓଡ଼ିଶାରେ ଆମର ସାମୂହିକ ପ୍ରତିବଦ୍ଧତା ଏକ ଦୃଢ ମୂଳଦୁଆ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବ। ଯାହା ଆମର ଷ୍ଟାର୍ଟଅପ୍‌ ସମ୍ପ୍ରଦାୟ ତଥା ବ୍ୟାପକ ସମାଜ ପାଇଁ ସହଯୋଗ, ନବସୃଜନ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri