ମୋବାଇଲ ଭାଙ୍ଗି ଦେବାରୁ ଜୀବନ ନେଇଗଲା ସାଙ୍ଗ

ଚାନ୍ଦବାଲି,୧୬।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଣଖାସାହି ଗାଁରେ ଶୁକ୍ରବାର ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହିର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସ(୨୨)।

ମିଳିଥିବା ସୂଚନା ମୁତାବକ, ଗତ ଶୁକ୍ରବାର ସନ୍ଧ୍ୟାରେ ହୃଷୀକେଶ ଦାସଙ୍କ ପୁଅ ଜୟଦେବ ଦାସ ଓରଫ ଝରିଆଙ୍କ ସହ ସୁକାନ୍ତ ମୋବାଇଲରେ ଗେମ୍‌ ଖେଳୁଥିଲେ। ହେଲେ ରାତିପ୍ରାୟ ୮ଟାରେ ସୁକାନ୍ତ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସୁକାନ୍ତଙ୍କୁ ନ ପାଇ ପରିବାର ଲୋକେ ଶନିବାର ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୋବାଇଲ ଟ୍ରାକିଂ କରିଥିଲା। ଟ୍ରାକିଂ ପରେ ମୋବାଇଲ ଫୋନ୍‌ ଗାଁ ପାଖ ଏକ ଚାଷ ଜମିରେ ପଡ଼ିଥିବା ଜାଣିବାକୁ ମିଳିଥିଲା।

ପରବର୍ତ୍ତିୀ ସମୟରେ ସାଳନ୍ଦୀ ନଦୀର ଶାଖା ନଟିଆ ଜୋରରେ ଏକ ମୃତଦେହ ଭାସୁଥିବା ଗ୍ରାମବାସୀ ରବିବାର ଦେଖିବାକୁ ପାଇଥିଲେ। ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପୋଲିସ ସନ୍ଧାନୀ କୁକୁର ସହ କ୍ରାଇମବ୍ରାଞ୍ଚ ଟିମ୍‌ର ସହଯୋଗରେ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସୁକାନ୍ତଙ୍କ ସାଙ୍ଗ ଜୟଦେବଙ୍କୁ ସନ୍ଦେହ କରି ପଚାରଉଚରା ସହ ଚାନ୍ଦବାଲି ଥାନାରେ ଅଟକ ରଖିଥିଲା।

ପରବର୍ତ୍ତୀ ସମୟରେ ଜୟଦେବ ମୋବାଇଲ ଭଙ୍ଗା ଘଟଣାକୁ ନେଇ ସୁକାନ୍ତଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଅନ୍ୟପକ୍ଷେ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସର ତଦନ୍ତ ଚାଲିଥିବା ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ଚାନ୍ଦବାଲି ଥାନା ପୋଲିସ ଏକ ମାମଲା(ନଂ.୩୧୪/୨୦୨୩) ରୁଜୁ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri