Posted inଜାତୀୟ

ବିଆରଏସଙ୍କ ମନିଫେଷ୍ଟୋରେ ଉପହାର ବର୍ଷା, ୨ ବିଏଚକେ ଘର, ୪୦୦ ଟଙ୍କାରେ ସିଲିଣ୍ଡର, ୫ ଲକ୍ଷର ବୀମା

ହାଇଦ୍ରାବାଦ,୧୫।୧୦:  ତେଲଙ୍ଗାନାରେ ଘୋଷଣା ହୋଇ ସାରିଛି ବିଧାନସଭା ନିର୍ବାଚନ ତାରିଖ। ଏହି ତାରିଖ ଘୋଷଣା ହେବା ପରେ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଆରଏସ ମନିଫେଷ୍ଟୋରେ ଜନସାଧାରଣଙ୍କୁ ଅନେକ ଜନପ୍ରିୟ ପ୍ରତିଶୃତି ଦିଆଯାଇଛି।

ମନିଫେଷ୍ଟୋରେ ବିଆରଏସ ସମସ୍ତ ଯୋଗ୍ୟ ପରିବାରକୁ ୪୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ପ୍ରତିଶୃତି ଦେଇଛି। ମନିଫେଷ୍ଟୋରେ କୁହାଯାଇଛି ଯେ ରାୟଥୁ ବନ୍ଧୁ ଯୋଜନା ଅଧୀନରେ ପାର୍ଟି ଧୀରେ ଧୀରେ ୧୦,୦୦୦ ରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବ।
ମନିଫେଷ୍ଟୋ ପ୍ରକାଶ କରି ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର) କହିଛନ୍ତି ଯେ ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ୬,୦୦୦ଟଙ୍କାକୁ ବୃଦ୍ଧି କରାଯିବ। ଏହା ବ୍ୟତୀତ ତେଲଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାର କେସିଆର ବୀମା ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କାର ବୀମା ପାଇବେ।
ବିଆରଏସ ପରିବାର ପ୍ରତି ୧୦ଲକ୍ଷ ଟଙ୍କା ଅନୁଦାନର ‘ଦଳିତ ବନ୍ଧୁ’ ଯୋଜନା ମଧ୍ୟ ଜାରି ରଖିବ। ମନିଫେଷ୍ଟୋ ଅନୁଯାୟୀ, କେସିଆର ଆରୋଗ୍ୟ ରକ୍ଷା ଯୋଜନା ଏବଂ ଅରୋଗ୍ୟଶ୍ରୀ ଭୀମ ଯୋଜନାର କଭରେଜ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri